ETV Bharat / state

ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଦାବି କଲେ ଇଂକ୍ଲୁସିବ ଏଜୁକେସନ ଭଲ୍ୟୁଣ୍ଟିୟର

ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ଫିଜିକାଲି ହ୍ୟାଣ୍ଡିକାପ୍ଟ ଇଂକ୍ଲୁସିବ ଏଜୁକେଶନ ଭଲ୍ୟୁଣ୍ଟିୟର୍ସ । ଅଧିକ ପଢନ୍ତୁ...

author img

By

Published : Sep 2, 2021, 11:08 AM IST

ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ପାଇଁ ଦାବି କଲେ ଇଂକ୍ଲୁସିବ ଏଜୁକେଶନ ଭଲ୍ୟୁଣ୍ଟିୟର

ସମ୍ବଲପୁର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗରେ କାର୍ଯ୍ୟ କରୁଥିବା ଫିଜିକାଲି ହ୍ୟାଣ୍ଡିକାପ୍ଟ ଇଂକ୍ଲୁସିବ ଏଜୁକେଶନ ଭଲ୍ୟୁଣ୍ଟିୟରଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର । ଦୀର୍ଘ 11 ବର୍ଷ ହେଲା ସମ୍ବଲପୁର ଜିଲ୍ଲାର ଗଣ ଶିକ୍ଷା ବିଭାଗର ସ୍କୁଲ ଗୁଡ଼ିକରେ 20 ଜଣ ଭିନ୍ନକ୍ଷମ ଯୁବକ ଯୁବତୀ କାର୍ଯ୍ୟ କରୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାକିରି ସ୍ଥାୟୀ ହୋଇନାହିଁ କି ଦରମା ବୃଦ୍ଧି ହୋଇ ନାହିଁ । ଏହି ଅଭିଯୋଗ ନେଇ ସମ୍ବଲପୁର ଜିଲ୍ଳାପାଳଙ୍କ ଜରିଆରେ ଏହି ଭିନ୍ନକ୍ଷମ ଯୁବକ ଯୁବତୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସମ୍ବଲପୁର ଜିଲ୍ଲାରର 9ଟି ବ୍ଲକର ବିଭିନ୍ନ ସ୍କୁଲରେ P.H.I.E.V ଭାବେ ଏହି ଭିନ୍ନକ୍ଷମ ଯୁବକ ଯୁବତୀ 2010 ମସିହାରୁ କାର୍ଯ୍ୟ କରି ଆସୁଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଚାକିରି ସ୍ଥାୟୀ ହୋଇନାହିଁ । ଏହା ସହ ମାସିକ ଦରମା 4760 ମିଳୁଥିବା ବେଳେ 10 ବର୍ଷ ହେଲା ଏହା ବୃଦ୍ଧି ହୋଇ ନାହିଁ ।

ଏଭଳି ସ୍ଥିତିରେ ଏତେ କମ ଟଙ୍କାରେ ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । ତେଣୁ ସ୍ଥାୟୀ ଚାକିରି ତଥା ଦରମା ବୃଦ୍ଧି ନେଇ ଏହି ଭିନ୍ନକ୍ଷମ ଯୁବକ ଯୁବତୀମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.