ସମ୍ବଲପୁର: ଲକଡାଉନ ସମୟରେ ମଦ ବିକ୍ରି ଉପରେ ରୋକ ଲାଗିଥିବା ବେଳେ, ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ନକଟିଦେଉଲ ଥାନା ଅଞ୍ଚଳ ଜଙ୍ଗଲ ଭିତରେ ଏକ ବେଆଇନ ମଦ ରାକେଟ ଠାଵ କରିଛି ନକଟିଦେଉଲ ପୋଲିସ । ଏହି ମାମଲାରେ ପୋଲିସ 2 ଜଣକୁ ଗିରଫ କରିଛି ।
![ନକଟିଦେଉଲ ଥାନା ଅଞ୍ଚଳରେ ବେଆଇନ ମଦ ରାକେଟ ଠାବ](https://etvbharatimages.akamaized.net/etvbharat/prod-images/od-sam-02-illegal-liqure-racket-dry-7202776_08052020152945_0805f_1588931985_65.png)
କୋରୋନା ମହାମାରୀ ପାଇଁ ସମଗ୍ର ଦେଶରେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ସରକାର ସମସ୍ତ ଦେଶୀ ଓ ବିଦେଶୀ ମଦ କାରବାର ବନ୍ଦ କରିଛନ୍ତି । ଏହାର ସୁଯୋଗ ନେଇ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଞ୍ଚଳରେ କିଛି ଲୋକ ଜଙ୍ଗଲ ଭିତରେ ଦେଶୀ ମଦ ରାନ୍ଧି ସେମାନଙ୍କର କାରବାର ଚଳାଇ ଆସୁଥିଲେ । ତେବେ ନାକଟିଦେଉଳ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଗୋହିରିନାଳୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ସେଠାରୁ 30 ଲିଟର ଦେଶୀ ମଦ ସହ ଏକ ବୋଲେରୋ ଗାଡି, ମଦରନ୍ଧା କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ।
![ନକଟିଦେଉଲ ଥାନା ଅଞ୍ଚଳରେ ବେଆଇନ ମଦ ରାକେଟ ଠାବ](https://etvbharatimages.akamaized.net/etvbharat/prod-images/od-sam-02-illegal-liqure-racket-dry-7202776_08052020152945_0805f_1588931985_76.jpg)
ଏଥି ସହିତ କିଛି ଲୋକ ସେଠାରୁ ଖସି ଯାଇଥିବା ବେଳେ 2ଜଣ ଗିରଫ ହୋଇଥିବା ଜଣାପଡିଛି । ଗିରଫ 2ଜଣ ଅଭିଯୁକ୍ତ ହେଲେ ଦେବଗଡ ଜିଲ୍ଲା କୁଣ୍ଢେଇଗୋଳାର ଲେହୁରା ମାଝୀ ଓ ବିପିନ ନାଏକ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଗିରଫ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଇସ୍ମାଇଲ ଏକ୍କା ସୁଚନା ଦେଇଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ