ସମ୍ବଲପୁର : ସମ୍ବଲପୁରୀ ଶାଢୀ ହେଉ କି କୁର୍ତ୍ତା । କାହିଁ କେଉଁ ଅମଳରୁ ରହିଛି ଏହାର ଚାହିଦା । ସମ୍ବଲପୁରୀ ହସ୍ତତନ୍ତ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୋରୁମ ଥାକରେ ରହିଛି ରଙ୍ଗବେରଙ୍ଗର ସମ୍ବଲପୁରୀ ଶାଢୀ । ମନଲୋଭା ହୋଇଛି କାରୁକାର୍ଯ୍ୟ । ଦେଖିଲେ ଆଖି ଲାଖି ଯାଉଛି । କିନ୍ତୁ ଯେଉଁ ହିସାବରେ ବୁଣାକାର ମାନଙ୍କୁ ପ୍ରାପ୍ଯ ମିଳିବା କଥା ତାହା ମିଳୁନି । କିନ୍ତୁ ଏବେ ବୁଣାକାରଙ୍କ ଏ ଦୁଃଖ ଆଉ ରହିବନି । କାହିଁକିନା ସମ୍ବଲପୁରୀ ହ୍ୟାଣ୍ଡଲୁମର ପ୍ରମୋସନ କରିବ ସମ୍ବଲପୁର ଆଇଆଇଏମ । ଫ୍ଲିଫକାର୍ଟରେ ଅରିଜିନାଲ ସମ୍ବଲପୁରୀ ହ୍ୟାଣ୍ଡଲୁମ ଉପଲବ୍ଧ ହେବ । ଶାଢୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର କପଡା ଫ୍ଲିଫକାର୍ଟରେ ମିଳିବ । ତାହା ପୁଣି ଫେସନେବୁଲ ଡିଜାଇନର। ଆସନ୍ତା 6 ମାସ ମଧ୍ୟରେ ଏହି କାର୍ଯ୍ୟ ଆରମ୍ଭ ହେବ ।
ସେପଟେ ସମ୍ବଲପୁର ଆଇଆଇଏର ଏଭଳି ପ୍ରୟାସକୁ ସ୍ୱାଗତ କରଛନ୍ତି ସମ୍ବଲପୁରୀ କପଡା ବ୍ୟବସାୟୀ ଓ ବିଭିନ୍ନ ସଙ୍ଗଠନ। ବଦଳିବ ବୁଣାକାର ଓ ସମ୍ବଲପୁରୀ କପଡାର ଭାଗ୍ୟ । କାରିଗରଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ସହ ସମ୍ବଲପୁରୀ ହ୍ୟାଣ୍ଡଲୁମର ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ଆଇଆଇଏମର ନିଶ୍ଚିତଭାବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ ।
ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା,ଇଟିଭି ଭାରତ