ETV Bharat / state

ପୁଣି ବାଜିବ IAS ଅନନ୍ୟା ଓ ଚଞ୍ଚଳ ରାଣାଙ୍କ ସାହାନାଇ, ସରିଲା ନିର୍ବନ୍ଧ

author img

By

Published : Feb 20, 2023, 10:02 AM IST

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଇଏଏସ ଅନନ୍ୟା ଦାସ ଓ ଚଞ୍ଚଳ ରାଣା । ଗତକାଲି ଶେଷ ହୋଇଛି ନିର୍ବନ୍ଧ । ଅଧିକ ପଢନ୍ତୁ

ananya das exchanges rings with balangir collector

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ହାତ ଧରିବେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା । ଖୁବଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବାକୁ ଯାଉଛି । ଗତକାଲି(ରବିବାର) ଅନନ୍ୟା ଓ ଚଞ୍ଚଳଙ୍କର ନିର୍ବନ୍ଧ ଗୋପନୀୟତାର ସହ ଶେଷ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ବାସ ଭବନରେ ରୀତିନୀତି ଅନୁଯାଇ ନିର୍ବନ୍ଧ ହୋଇଥିବା ବେଳେ ଦୁଇ ଆଇଏଏସ ଅଧିକାରୀ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ।

ଗତକାଲି ନିର୍ବନ୍ଧ କାର୍ଯ୍ୟକ୍ରମରେ ଆଇଏଏସ ଅଧିକାରୀ ଚଞ୍ଚଳ ରାଣା ଓ ଅନନ୍ୟା ଦାସଙ୍କ ପରିବାର ସାମିଲ ହୋଇଥିଲେ । ଉଭୟଙ୍କ ପରିବାରର ଉପସ୍ଥିତିରେ ପରସ୍ପରକୁ ମୁଦି ପିନ୍ଧାଇଥିଲେ ଏହି ଦୁଇ ଆଇଏଏସ ଅଧିକାରୀ। ତେବେ ନିର୍ବନ୍ଧ ପାଇଁ ଚଞ୍ଚଳଙ୍କ ପରିବାର ଶନିବାର ଠାରୁ ସମ୍ବଲପୁର ଆସିଥିଲେ । ଏହାପରେ ଅନନ୍ୟା ଓ ଚଞ୍ଚଳ ମିଶି ଗହଣା କିଣିବାକୁ ସୁନା ଦୋକାନକୁ ଯାଇଥିଲେ । ସମ୍ବଲପୁର ଏସପି ବି ଗଙ୍ଗାଧର ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବଣେ ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ଆସାମର ଝିଅ ହେଉଛନ୍ତି ଅନନ୍ୟା ଦାସ । ପୂର୍ବରୁ ଆଇଏସ ଅଧିକାରୀ ଅବଦଲ ଏମ ଅଖତର ଯିଏ କି ବର୍ତ୍ତମାନ କୋରାପୁଟର ଜିଲ୍ଲାପାଳ ରହିଛନ୍ତି ତାଙ୍କୁ ବିବାହ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବେଶି ଦିନ ତିଷ୍ଟି ପାରିନଥିଲା । ତେଣୁ ପରସ୍ପରକୁ ଛାଡପତ୍ର ଦେଇ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ସେହିପରି ବଲାଙ୍ଗୀରର ଜିଲ୍ଲାପାଳ ଚଞ୍ଚଳ ରାଣା ଆଇଏସ ଅଧିକାରୀ ସ୍ବଧା ଦେବ ସିଂ ତଥା ବର୍ତ୍ତମାନର ରାୟଗଡା ଜିଲ୍ଲାପାଳଙ୍କୁ ବିବାହ କରିଥିଲେ । କିନ୍ତୁ ପରସ୍ପର ମଧ୍ୟରେ ମତଭେଦ ହେବାରୁ ଉଭୟ ଛାଡପତ୍ର ଦେଇ ଅଲଗା ରହୁଥିଲେ ।

ଏହା ମଧ୍ୟ ପଢନ୍ତୁ-Odisha Assembly News: ଆସନ୍ତାକାଲିଠୁ ରାଜ୍ୟ ବଜେଟ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

ଏହାପରେ ଅନନ୍ୟା ଦାସ ଓ ଚଞ୍ଚଳ ରାଣା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ପରିବାର ସଦସ୍ୟଙ୍କୁ ଜଣାଇବା ପରେ ଗତକାଲି ପରମ୍ପରା ଅନୁଯାୟୀ ସମ୍ବଲପୁର ଜିଲ୍ଲାପାଳଙ୍କ ବାସଭବନ ପରିସରରେ ନିର୍ବନ୍ଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଉଭୟଙ୍କ ଘନିଷ୍ଠ ବନ୍ଧୁ ଓ ପରିବାର ଲୋକେ ସାମିଲ ହୋଇଥିଲେ । ତେବେ ଉଭୟଙ୍କ ବିବାହ କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ। ଆଗକୁ ଏ ବିଷୟରେ ସୂଚନା ମିଳିପାରେ । ଦୁଇ ଆଇଏଏସ ଅଧିକାରୀଙ୍କ ନିର୍ବନ୍ଧ ସମୟର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଅନନ୍ୟା ନାଲି ରଙ୍ଗର ଶାଢୀ ପିନ୍ଧିଥିବା ନଜର ଆସିଥିବା ବେଳେ ଚଞ୍ଚଳ ଧଳା ରଙ୍ଗର ପଞ୍ଜାବୀ ପିନ୍ଧିଥିବା ନଜର ଆସିଛନ୍ତି । ଦୁଇ ଜଣ ବେଶ ଖୁସିଥିବା ଦେଖିବାକୁ ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.