ETV Bharat / state

ଆସିଲା ପର୍ଯ୍ୟଟନ ଋତୁ, ବକ୍ର ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ

author img

By ETV Bharat Odisha Team

Published : Dec 2, 2023, 3:59 PM IST

ପର୍ଯ୍ୟଟନ ଋତୁରେ ସମ୍ବଲପୁରର ବିଶ୍ବପ୍ରସିଦ୍ଧ ବକ୍ର ମନ୍ଦିରରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ । ମନ୍ଦିର ସାଙ୍ଗକୁ ନୌକା ବିହାର ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଉଛନ୍ତି ଲୋକେ । ଦେଖନ୍ତୁ ଏହି ରିପୋର୍ଟ

ବକ୍ର ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ
ବକ୍ର ମନ୍ଦିରରେ ପର୍ଯ୍ୟଟକଙ୍କ ଭିଡ
ଆସିଲା ପର୍ଯ୍ୟଟନ ଋତୁ,

ସମ୍ବଲପୁର: ଆସିଛି ଶୀତ l ଆଉ ଶୀତ ସହ ଆସିଛି ପର୍ଯ୍ୟଟନ ଋତୁ l ଶୀତ ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ତଥା ଆଧ୍ୟାତ୍ମିକ ପୀଠ ଗୁଡିକରେ ଦେଖିବାକୁ ମିଳିଲାଣି ପର୍ଯ୍ୟଟକଙ୍କ ଭିଡ । ତେବେ ବନ, ପାହାଡ଼, ଝରଣାର ପ୍ରାକୃତିକ ପରିବେଶରେ ଭରା ସମ୍ବଲପୁର ଜିଲ୍ଲାରେ ମଧ୍ୟ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ l ସେଥିମଧ୍ୟରୁ ସମ୍ବଲପୁର ମାନେଶ୍ଵର ବ୍ଲକ ଅନ୍ତର୍ଗତ ହୁମା ସ୍ଥିତ ବିମଳେଶ୍ଵର ବାବାଙ୍କ ପୀଠ ବିଶ୍ବ ସ୍ତରରେ ବି ପ୍ରସିଦ୍ଧ ଲାଭ କରିଛି ।

ଏହି ଶୈବ ପୀଠର ବିଶେଷତ୍ୱ ହେଉଛି ଏହି ମନ୍ଦିରଟି ଯୁଗ ଯୁଗ ହେଲା ବଙ୍କା ବା ବକ୍ର ଅବସ୍ଥାରେ ବିଦ୍ୟମାନ l ଯେଉଥିପାଇଁ ଏହି ପୀଠକୁ ହୁମା ବକ୍ର ମନ୍ଦିର ବା leaning Temple କୁହାଯାଏ l ମହାନଦୀ କୂଳରେ ଏହି ପୀଠ ଥିବା ବେଳେ ଏଠାରେ ମହାନଦୀର ଜଳ ରାଶି, ପ୍ରାକୃତିକ ପରିବେଶ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଥାଏ l

ଏହାମଧ୍ୟ ପଢନ୍ତୁ..ବାବା ଆଖଣ୍ଡଳମଣି ପୀଠର ହେବ ରୂପାନ୍ତରଣ, 42 କୋଟି ଟଙ୍କା ବ୍ୟୟବରାଦ

ବାବା ବିମଳେଶ୍ୱର ପ୍ରତ୍ୟେକ୍ଷ ଦେବତା ଓ ଏଠାରେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି l ଏହା ବ୍ୟତୀତ ଏଠିକାର ମହାନଦୀରେ କୁଡୋ ମାଛ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟନ୍ତି l ପ୍ରତ୍ୟେକ ଦିନ ଶହ ଶହ ପର୍ଯ୍ୟଟକ ଏଠାକୁ ଆସି ମାଛ ଗୁଡିକୁ ଖାଇବାକୁ ଦିଅନ୍ତି l ଏହା ସହ ମହାନଦୀର ଜଳ ରାଶିରେ ନୌକା ବିହାରର ବ୍ୟବସ୍ଥା ମଧ୍ୟ ରହିଛି l

ତେବେ 1545 ରୁ 1560 ମଧ୍ୟରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ଏହାକୁ ନିର୍ମାଣ କରିଥିଲେ l ମନ୍ଦିରର ଦୈର୍ଘ୍ୟ 200 ଫୁଟ ହୋଇଥିବା ବେଳେ ପ୍ରସ୍ଥ 120 ଫୁଟ ରହିଛି l ମନ୍ଦିରଟି ଉତ୍ତର ପୂର୍ବ ଆଡକୁ 46 ଡିଗ୍ରୀ ବଙ୍କା ହୋଇକି ରହିଛି l ଏହି ସ୍ୱତନ୍ତ୍ରତା ଯୋଗୁଁ ବର୍ଷ ତମାମ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ l ତେବେ ଏଠାରେ ଏକ ଯାତ୍ରୀ ନିବାସର ଆବଶ୍ୟକତା ଥିବାର ସ୍ଥାନୀୟ ଲୋକେ ଦାବି କରି ଆସୁଛନ୍ତି l ଅନ୍ୟପଟେ ଏହି ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଏହି ପୀଠକୁ 8 କୋଟି ପ୍ରଦାନ କରିଛନ୍ତି । ତେବେ ଆଗାମୀ ଦିନରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଯଥା ଶୀଘ୍ର ସବୁ ପ୍ରକାର ଭିତ୍ତିଭୂମିର ବ୍ୟବସ୍ଥା ହୋଇ ପାରିଲେ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ମନ୍ଦିର ପୂଜକ ମତ ପ୍ରକାଶ କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.