ସମ୍ବଲପୁର: ମଙ୍ଗଳବାର ସାରା ଦେଶ ପାଳନ କରିଛି ରଙ୍ଗର ପର୍ବ ହୋଲି । ଏହି ପର୍ବ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ । ଏହି ଅବସରରେ ମଙ୍ଗଳବାର ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳନ ହୋଇଛି ଏହି ପର୍ବ ।
ଏହି ହୋଲି ପର୍ବ ସମ୍ବଲପୁର ସହର ପାଇଁ ଏକ ନିଆରା ପର୍ବ । ସମ୍ବଲପୁର ଭାରତୀ ଏକତା ମଞ୍ଚ ତରଫରୁ ଦୀର୍ଘ 10 ବର୍ଷ ହେବ ଏହି ପର୍ବ ପାଳିତ ହୋଇଆସୁଛି । ସମ୍ବଲପୁର ଗୁରୁ ସତ୍ୟନାରାୟଣ ବହିଦାର ପାର୍କ ନିକଟରେ ଏହି ନିଆରା ପର୍ବ ପାଳିତ ହୋଇଯାଇଛି । ଏଥିରେ କେବଳ ହିନ୍ଦୁ ସମ୍ପ୍ରଦାୟ ନୁହେଁ ବରଂ ଅନ୍ୟ ସମ୍ପ୍ରଦାୟର ଲୋକେ ସାମିଲ ହୋଇଛନ୍ତି । ଏଥିସହ ରାଜନୈତିକ ଦଳ ନେତା ମଧ୍ୟ ଦଳଭିତ୍ତିକ ବିଚାରଧାରାରୁ ଊର୍ଦ୍ଧ୍ବକୁ ଆସି ଏକତ୍ରିତ ହୋଇ ହୋଲି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଥିଲା ।
ସେହିପରି ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କୋରୋନା ଭାଇରସ ଯୋଗୁଁ ହୋଲିର ଉତ୍ସାହ ଲୋକମାନଙ୍କ ମଧ୍ୟରେ ବିଶେଷ ଦେଖିବାକୁ ମିଳିନଥିଲା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ