ETV Bharat / state

କମିଲା ବର୍ଷା; ବାହାରୁନି ବିଜୁଳି, 598 ଫୁଟରେ ହୀରାକୁଦ ଜଳସ୍ତର - ହୀରାକୁଦ ଜଳସ୍ତର

ରାଜ୍ୟରେ ଆବଶ୍ୟକତା ଠାରୁ କମ ବର୍ଷା ହୋଇଛି । ଯାହାର ସିଧାସଳଖ ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡିଛି । ଜଳଭଣ୍ଡାରରେ ଜଳସ୍ତର କମ ଥିବାରୁ ଏବେ ବିଦ୍ୟୁତ ଉତ୍ପାଦନରେ ମଧ୍ୟ ସଙ୍କଟ ଦେଖାଦେଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jul 28, 2019, 1:01 AM IST

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର 6ଶହ ଫୁଟ ଛୁଇଁନଥିବା ବେଳେ ଏହାର ସିଧାସଳଖ ପ୍ରଭାବ ପଡିଛି ବୁର୍ଲା ଓ ଚିପିଲିମାର OHPC ଜଳ ବିଦ୍ୟୁତ କେନ୍ଦ୍ର ଉପରେ। ବୁର୍ଲାର OHPCର 7ଟି ୟୁନିଟରୁ ଏବେ ମାତ୍ର 2ଟିରେ ଓ ଚିପିଲିମାର 3 ଟି ୟୁନିଟ ରୁ ମାତ୍ର ଗୋଟିଏରୁ ହିଁ ବିଦ୍ୟୁତ ଉତ୍ପାଦନ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସ୍ଥିର ହୋଇରହିଛି। ବର୍ଷା ଅଭାବ ଯୋଗୁଁ ଜଳସ୍ତର କମିଥିବା ଜଣାପଡିଛି । ଗତବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର 612ଫୁଟ ଥିବା ବେଳେ ମହାନଦୀରେ ପ୍ରଥମ ବନ୍ୟାଜଳ ମଧ୍ୟ ଛଡା ସରିଥିଲା । ତେବେ ଆଜିର ଦିନରେ ଏହାର ଜଳସ୍ତର ରହିଛି ମାତ୍ର 598.39 ଫୁଟ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏଭଳି ପରିସ୍ଥିରେ ବୁର୍ଲା OHPCକୁ ଜଳ ଯୋଗାଣରେ ମଧ୍ୟ ବାଧାପ୍ରାପ୍ତ ହୋଇଛି । ପୂର୍ବରୁ OHPC କୁ 13 ହଜାର 500 କ୍ୟୁସେକ ଜଳ ଦିଆ ଯାଉଥିବା ବେଳେ ବର୍ତ୍ତମାନ 3 ହଜାର 500 କ୍ୟୁସେକ ଜଳ ଦିଆଯାଉଛି । ଏହାଫଳରେ କେବଳ 2 ଟି ୟୁନିଟ ଜରିଆରେ ବିଦ୍ୟୁତ ଉତ୍ପାଦନ ହେଉଛି। ପୂର୍ବରୁ 2,3 ଓ 7 ନମ୍ବର ୟୁନିଟ ଜରିଆରେ ପାଖାପାଖି 72 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ କେବଳ 2 ଓ 7 ନମ୍ବର ୟୁନିଟ ଜରିଆରେ ମାତ୍ର 22 ମେଗାୱାଟ ବିଦ୍ୟୁତ ହିଁ ଉତ୍ପାଦନ ହେଉଛି।

ଅନ୍ୟପଟେ ଚିପିଲିମା OHPC 3 ଟି ୟୁନିଟରୁ କେବଳ 2 ନମ୍ବର ୟୁନିଟ ରୁ ହିଁ 10.54 ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି। ଚିପିଲିମାରେ 3 ଟି ୟୁନିଟରୁ 3 ନମ୍ବର ୟୁନିଟ ଦୀର୍ଘଦିନ ହେଲା ଅଚଳ ହୋଇଥିବା ବେଳେ 1 ଓ 2ନମ୍ବର ୟୁନିଟ ଚାଲୁଅଛି । ତେବେ ହୀରାକୁଦର ଜଳ ଯୋଗାଣ କମିଯିବାରୁ ଏବେ 1 ନମ୍ବର ୟୁନିଟ ମଧ୍ୟ ବନ୍ଦ ହୋଇଯାଇଛି । ଫଳରେ କେବଳ 2 ନମ୍ବର ୟୁନିଟରୁ ମାତ୍ର 10.54 ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି।

ଏପଟେ OHPC ବୁର୍ଲାର ମହାପ୍ରବନ୍ଧକ କହିଛନ୍ତି ଯେ ବୁର୍ଲା OHPC 7ଟି ୟୁନିଟରୁ କେବଳ 5 ,1,4 ଓ 6 ନମ୍ବର ୟୁନିଟର ମରାମତି ଦୀର୍ଘଦିନରୁ ଚାଲୁଛି । ସେଥିପାଇଁ କେବଳ 2, 7 ଓ 3 ନମ୍ବର ୟୁନିଟରୁ ବିଦ୍ୟୁତ ଉତ୍ପାଦନ ହେଉଥିଲା । ତେବେ ବର୍ତ୍ତମାନ ହୀରାକୁଦର ଜଳସଂକଟ ଯୋଗୁଁ 3 ନମ୍ବର ୟୁନିଟ ମଧ୍ୟ ବନ୍ଦ ହୋଇଛି । ଆଉ 2 ଓ 7 ନମ୍ବର ୟୁନିଟରୁ ହିଁ ବିଦ୍ୟୁତ ଶକ୍ତି ଉତ୍ପାଦନ ହେଉଛି ବୋଲି ସେ କହିଛନ୍ତି । ତେବେ ଜୁଲାଇ ଶେଷ ସୁଦ୍ଧା 4 ନମ୍ବର ୟୁନିଟ କାର୍ଯ୍ୟକ୍ଷମ ହୋଇଯିବ ବୋଲି ସେ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.