ସମ୍ବଲପୁର: ଆସନ୍ତା 18 ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଏନେଇ ଆଜି (ଶନିବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।
ଆସନ୍ତା 18 ତାରିଖ ସକାଳ 11ଟା ସମୟରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ କିଛିଦିନ ଭିତରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କର୍ଭ ରୂଲ ଅନୁସାରେ ଜଳ ଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ଗେଟ ଖୋଲାଯିବ । ଏହାଦ୍ୱାରା ଡ୍ୟାମର ତଳ ମୁଣ୍ଡରେ ଥିବା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ଡ୍ୟାମ ଗେଟ ଖୋଲା ଥିବା ସମୟରେ ତଳମୁଣ୍ଡର ନଦୀ ଗୁଡିକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।
ଇଟିଭି ଭାରତ, ସମ୍ବଲପୁର