ସମ୍ବଲପୁର: ସମ୍ବଲପୁର ଗସ୍ତରେ ହାଇକୋର୍ଟ ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ। ଆଜି(ଶନିବାର) ହାଇକୋର୍ଟର ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ ସମ୍ବଲପୁର କୋର୍ଟ ପରିଦର୍ଶନରେ ଆସିଥିଲେ । ସେ ଏଠାରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଗୁଡ଼ିକର ପରିଦର୍ଶନ କରିବା ସହ ବିଶେଷ ସମୀକ୍ଷା କରିଛନ୍ତି।
![ସମ୍ବଲପୁର କୋର୍ଟ ପରିଦର୍ଶନ କଲେ ହାଇକୋର୍ଟ ବିଚାରପତି: ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା](https://etvbharatimages.akamaized.net/etvbharat/prod-images/od-sam-02-high-court-justice-visit-avo-7202776_09102021211421_0910f_1633794261_233.jpg)
ଏଥିସହ ଏଠାରେ ଚାଲିଥିବା ଉନ୍ମୟନ ପ୍ରକଳ୍ପର କାଯ୍ୟ କିପରି ଶୀଘ୍ର ସମ୍ପୂର୍ଣ୍ଣ ହେବ ସେଦିଗରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ବଶିଷ୍ଟ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଥିଲେ ବିଚାରପତି। ଏହି ଅବସରରେ ଜିଲ୍ଲା ଓକିଲ ସଂଘ ତରଫରୁ ତାଙ୍କୁ ସ୍ୱ।ଗତ କରାଯାଇ ଏକ ସମୀକ୍ଷା ବୈଠକ ମଧ୍ୟ କରାଯାଇଥିଲା । ଏହି ବୈଠକରେ ଓକିଲ ସଂଘ ତରଫରୁ ନିର୍ଦ୍ଧିଷ୍ଟ କେତୋଟି ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ତେବେ ଓକିଲ ସଂଘର ପ୍ରସ୍ତାବ ଗୁଡିକୁ ବିଚାରପତି ଗ୍ରହଣ କରି ଏଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଓକିଲ ସଂଘର ସଭାପତି ଡକ୍ଟର ପ୍ରମୋଦ ରଥ, ଉପସଭାପତି ଚନ୍ଦ୍ରକାନ୍ତ ମହାନ୍ତି, ସାଧାରଣ ସମ୍ପାଦକ ରବିରଞ୍ଜନ ପୁଜାରୀ, ସହ ସମ୍ପାଦକ ଅନୁପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଅନୁପ ତରିଆ, ଆଇନଜୀବୀ ପ୍ରଦୀପ ମିଶ୍ର, ବିଭୁତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଚାରପତି ଜଷ୍ଟିସ ଶତ୍ରୁଘ୍ନ ପୂଜାରୀଙ୍କ ଏହି ଗସ୍ତ ଓ ପରିଦର୍ଶନ ସମୟରେ ସମ୍ବଲପୁରର କୋର୍ଟର ବହୁ ବିଚାରପତି ମଧ୍ୟ ଉପସ୍ଥିତ ରହିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ