ETV Bharat / state

ପିପିଇ କିଟ ତ୍ରୁଟିପୂର୍ଣ୍ଣ ନା ଠିକ୍, ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Mar 9, 2021, 10:57 AM IST

ପିପିଇ କିଟ ତ୍ରୁଟିପୂର୍ଣ୍ଣ ନା ଠିକ୍ ଅଛି ତାକୁ ନେଇ ବିବାଦ ଦେଖାଦେଇଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀ
ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ବୁର୍ଲା ଭିସୁଟ ଛାତ୍ରଙ୍କ କୋଭିଡ ପରୀକ୍ଷା ହୋଇଥିବା ପିପିଇ କିଟ ତ୍ରୁଟିପୂର୍ଣ୍ଣ ନା ଠିକ୍ ଅଛି ଏନେଇ ବିବାଦ ଘନେଇ ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ପିପିଇ କିଟ୍‌ ଯୋଗାଣ କାରୀ ସଂସ୍ଥା ପକ୍ଷରୁ ପିପିଇ କିଟ ଭଲ ଥିବା ଦାବି କରାଯାଇଥିବା ବେଳେ ଏନେଇ ସରକାର ନିରୀକ୍ଷଣ କରୁଛନ୍ତି ବୋଲି ସେ କହିଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରୀ

ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ନିରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ତେଣୁ ବର୍ତ୍ତମାନ ଏହି ବିଷୟରେ କିଛି ବି କହିବା ଠିକ ହେବ ନାହିଁ । ଅନ୍ୟପଟେ କୋଭିଡ ଏକ ନୂଆ ମହାମାରୀ ହୋଇଥିବାରୁ ଏନେଇ ବିଭିନ୍ନ ସମୟରେ ବିଭିନ୍ନ ବିବାଦ ଦେଖିବାକୁ ମିଳୁଛି । ତେଣୁ ବର୍ତ୍ତମାନ କିଟ ପ୍ରସଙ୍ଗରେ କିଛି ବି ସଠିକ ଭାବେ କହିବା କଷ୍ଟକର ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ସହ କୋଭିଡ ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.