ସମ୍ବଲପୁର: ଜିଲ୍ଲାର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ସେଲ୍ଫ ଫାଇନାନ୍ସ କୋର୍ସର ଫିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ତେବେ ଶୁକ୍ରବାର ଫି ହ୍ରାସ ଦାବିରେ ଛାତ୍ରଛାତ୍ରୀମାନେ ଗଣଧାରଣାରେ ବସିଥିବା ଦେଖିବାକୁ ମିଳିଛି ।
ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରଶାସନିକ ବିଭାଗ ସମ୍ମୁଖରେ ଧାରଣା ଦେଇଛନ୍ତି । ସେଲ୍ଫ ଫାଇନାନ୍ସ କୋର୍ସ ଗୁଡିକର ଫିକୁ 50 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଦାବି ନେଇ ଛାତ୍ରଛାତ୍ରୀମାନେ ଧାରଣାରେ ଦାବି କରିଛନ୍ତି । କୋଭିଡ କାଳରେ ସମସ୍ତଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥିବାରୁ ଛାତ୍ରଛାତ୍ରୀ ଏହି ଦାବି କରିଛନ୍ତି । ପୂର୍ବରୁ ମଧ୍ୟ ଏନେଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସହ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୂଫଳ ମିଳିନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ଆଗକୁ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରାଣା, ଇଟିଭି ଭାରତ