ETV Bharat / state

Ghar Ghar Congress: ସମ୍ବଲପୁରରେ ଶୋଭାଯାତ୍ରା, ସଂଗଠନ ମଜବୁତ କରିବାକୁ କର୍ମୀଙ୍କୁ ଗୁରୁମନ୍ତ୍ର - ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

କଂଗ୍ରେସ ପକ୍ଷରୁ 'ଘର ଘର କଂଗ୍ରେସ ଓ ଘର ଘର ହାତ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ସମ୍ବଲପୁରର ଜୁଯୁମୁରା ବ୍ଲକ ଅଞ୍ଚଳରେ ଘରେ ଘରେ କଂଗ୍ରେସକୁ ଯୋଡିବା ନେଇ ଲକ୍ଷ୍ୟ ରଖିଛି ଦଳ । ଅଧିକ ପଢନ୍ତୁ

Ghar Ghar Congress
ସମ୍ବଲପୁରରେ କଂଗ୍ରେସର ଶୋଭାଯାତ୍ରା
author img

By ETV Bharat Odisha Team

Published : Oct 6, 2023, 10:00 PM IST

ସମ୍ବଲପୁରରେ କଂଗ୍ରେସର ଶୋଭାଯାତ୍ରା

ସମ୍ବଲପୁର: ଯୁଜୁମୁରା ବ୍ଲକ ଅଞ୍ଚଳରେ ଜିଲ୍ଲା କଂଗ୍ରେସ ପକ୍ଷରୁ 'ଘର ଘର କଂଗ୍ରେସ ଓ ଘର ଘର ହାତ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହା ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଘରେ ଘରେ କଂଗ୍ରେସକୁ ଯୋଡିବା ଲକ୍ଷ୍ୟରେ ଏହି ଅଭିଯାନ ଆରମ୍ଭ ହୋଇଛି । ଆସନ୍ତା 16 ତାରିଖରୁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯିବା ସହ ଏହାର ସମାଧାନ ପାଇଁ ଦାବି କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ସୂଚନା ଦେଇଛନ୍ତି l

ଏଆଇସିସିର ନିର୍ଦ୍ଦେଶ କ୍ରମେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସାପାଲିଠାରେ 'ଘର ଘର କଂଗ୍ରେସ ଓ ଘର ଘର ହାତ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା କୁଚିଣ୍ଡାର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ ଓ ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଆସଫ ଅଲ୍ଲୀ ଖାନଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ କଂଗ୍ରେସ ନିଜ ଶାସନ କାଳ ମଧ୍ୟରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ବିଜେପି ତଥା ବିଜେଡି ସରକାରର ଅପାରଗତାକୁ ନେଇ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଲିପଲେଟକୁ ଉନ୍ମୋଚନ କରାଯାଇଛି ।

ଏହି ଅବସରରେ କେସାପାଲି ଗ୍ରାମକୁ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଏକ ବିଶାଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ସଂଗଠନକୁ କିପରି ମଜବୁତ କରାଯିବ ଅନୁଷ୍ଠିତ ସଭାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ସେନେଇ ଗୁରୁମନ୍ତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ଓ ବିଜେଡି ଦଳର ବହୁ କାର୍ଯ୍ୟକର୍ତ୍ତା ସମ୍ବଲପୁର କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା 15 ତାରିଖ ଯାଏଁ ଜାରି ରହିବାକୁ ରହିବ । ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି, "ଆଗାମୀ ଦିନରେ ସମ୍ବଲପୁର ଭୀମସାର ମେଡିକାଲର ଅବ୍ୟବସ୍ଥାକୁ ନେଇ ଆନ୍ଦୋଳନ କରାଯିବ ଓ ଭୀମସାର ମେଡିକାଲକୁ 1000 କୋଟି ଟଙ୍କା ଦେବା ପାଇଁ ଏମସିଏଲ ଆଗରେ ଦାବି ରଖାଯିବ l"

ଏହା ବି ପଢନ୍ତୁ...ପୁରୀରେ "ଘରେ ଘରେ କଂଗ୍ରେସ ଘରେ ଘରେ ହାତ" ଅଭିଯାନ

ଏହାସହ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଉନ୍ନୟନ ପାଇଁ ଆହୁରି 500 କୋଟି ଟଙ୍କା ପ୍ରଦାନ କରାଯିବାକୁ ଏମସିଏଲ ଆଗରେ ଦାବି କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି l ଏହାସହ ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ଗୁଡିକରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତିରେ ପ୍ରାଥମିକତା ଦେବା, ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ଗୁଡିକର ପାଉଁଶ ଯୋଗୁଁ ସୃଷ୍ଟି ହେଉଥିବା ପ୍ରଦୂଷଣ ରୋକିବା, ବିସ୍ଥାପନ ସମସ୍ୟା ଓ ରାଜ ରାସ୍ତାର ଦୁରାବସ୍ଥା ପାଇଁ ଲଢେଇ କରିବ ବୋଲି କହିଛି ଦଳ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.