ସମ୍ବଲପୁର: ପାଖେଇ ଆସୁଛି ନିର୍ବାଚନ ସମୟ । ସେହି କ୍ରମରେ ପ୍ରାର୍ଥୀ ନିଜ ନିଜ ଅଞ୍ଚଳର ମୁଖ୍ୟ ସମସ୍ୟା ନେଇ ନିର୍ବାଚନୀ ପ୍ରଚାରରେ ଓହ୍ଲାଇଛନ୍ତି । ରେଙ୍ଗାଲିର ବିକାଶ, ବିଜେପିର ପ୍ରତିଶ୍ରୁତି । ଏଭଳି କିଛି ସ୍ଲୋଗାନ ଦେଇଛନ୍ତି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ପ୍ରାର୍ଥୀ ପାଇଁ ମୈଦାନକୁ ଓହ୍ଲାଇଥିବା ପୂର୍ବତନ ଜିଲ୍ଲା ସଭାପତି ନାଉରୀ ନାୟକ । ଇଟିଭି ଭାରତର 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ନାଉରୀ।
ଚଳିତ ନିର୍ବାଚନରେ ବିଜୟ ହେବା ପରେ ଜନତାଙ୍କ ପାଇଁ କଣ ସବୁ ଯୋଜନା ରଖିଛନ୍ତି ସେ ନେଇ ସମସ୍ତ ଉତ୍ତର ରଖିଥିଲେ । ରେଙ୍ଗାଲିରେ ଅନେକ ଶିଳ୍ପାନୁଷ୍ଠାନ ରହିଛି । ମାତ୍ର ଜିଲ୍ଲାର କୌଣସି ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ମିଳୁନାହିଁ । ଯାହା ତାଙ୍କ ନିର୍ବାଚନ ବିଜୟ ହେବା ପରେ ମୁଖ୍ୟ ଆଭିମୁଖ୍ୟ ରହିବ । ଏଥିସହିତ ନିର୍ବାଚନ ମଣ୍ଡଳୀର ଚାଷ ଜମିକୁ ପାନୀୟ ଜଳ ଯୋଗାଣ, କୃଷି ଜନିତ ବିଭିନ୍ନ ସମସ୍ୟା ସହ ପିଇବା ପାଣି ଆଦି ସମସ୍ୟା ଦୂର କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
ଏପରିକି ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ମେଗା ଇରିଗେସନ ପ୍ରୋଜେକ୍ଟ ପାଇଁ ମଧ୍ୟ ଯୋଜନା ରଖିଥିବା ନାଉରୀ କହିଛନ୍ତି । ଏଥିସହିତ ବସ୍ତି ପ୍ଲଟରେ ରହୁଥିବା ଲୋକଙ୍କୁ ଜମି ପଟ୍ଟା ଯୋଗାଇବା ସହ ଏମଏଲଏ ଫଣ୍ଡକୁ ଲୋକଙ୍କ ସୁବିଧାଜନକ କାର୍ଯ୍ୟରେ ନିୟୋଜିତ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।
ସମ୍ବଲପୁର ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ