ETV Bharat / state

ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗ,କମ୍ପାନୀ ମୁଖ୍ୟ ଗିରଫ

ମିଥ୍ୟା ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ବର ଅଞ୍ଚଳରେ। ଘଟଣାରେ ସଂସ୍ଥାର ମୁଖ୍ୟ କହୁଥିବା ଗୁରୁଦେବ ସେଠ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ପଢନ୍ତୁ...

author img

By

Published : Dec 2, 2020, 10:01 AM IST

Updated : Dec 2, 2020, 10:39 AM IST

ନିଯୁକ୍ତି ଦେବା ନାଁ ରେ ଠକେଇ, କମ୍ପାନୀ ମୁଖ୍ୟ ଗିରଫ

ସମ୍ବଲପୁର: ମିଥ୍ୟା ନିଯୁକ୍ତି ନାଁରେ ଠକେଇ ଅଭିଯୋଗ। ଏମିତି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ମାନେଶ୍ବର ଅଞ୍ଚଳରେ। ଏଠାରେ ଉଜୋର୍ଗ ପଞ୍ଚତତ୍ବ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ଠକ ସଂସ୍ଥା ଶହ ଶହ ଯୁବକ ଯୁବତୀ ମାନଙ୍କୁ ଚାକିରି ଦେବା ନାଁରେ ହଜାର ହଜାର ଟଙ୍କା ସିକ୍ୟୁରିଟି ହିସାବରେ ନେଇଥିବା ଅଭିଯୋଗ ହୋଇଛି।

ନିଯୁକ୍ତି ଦେବା ନାଁରେ ଠକେଇ ଅଭିଯୋଗ,କମ୍ପାନୀ ମୁଖ୍ୟ ଗିରଫ

ତେବେ ଯୁବକ ଯୁବତୀଙ୍କୁ କୌଣସି ପ୍ରକାର ନିଯୁକ୍ତି ନମିଳିବାରୁ ଏନେଇ କିଛି ଲୋକ ସମ୍ବଲପୁର ସଦର ଥାନା ରେ ଅଭିଯୋଗ ହୋଇଛି। ଘଟଣା ପରେ ସମ୍ବଲପୁର ସଦର ପୋଲିସ ନିଜକୁ ସଂସ୍ଥାର ମୁଖ୍ୟ କହୁଥିବା ଗୁରୁଦେବ ସେଠ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ବିରୁଦ୍ଧରେ ପୋଲିସ ଆଇପିସି ଧାରା 420,294,506 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ନାଁ ରେ ପୂର୍ବରୁ ମଧ୍ୟ ଅନେକ ଠକେଇ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Dec 2, 2020, 10:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.