ETV Bharat / state

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ, 4 ଗିରଫ

ସମ୍ବଲପୁର ସହର ମଧ୍ୟରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରି ପୋଲିସ 4 ଜଣ ଡକାୟତଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

author img

By

Published : Oct 29, 2020, 6:03 PM IST

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ
ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ

ସମ୍ବଲପୁର: ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ । ସମ୍ବଲପୁର ସହର ମଧ୍ୟରେ ଏକ ବଡ଼ ଧରଣର ଡକାୟତି ଉଦ୍ୟମକୁ ପଣ୍ଡ କରି ପୋଲିସ 4 ଜଣ ଡକାୟତଙ୍କୁ ଗିରଫ କରିଛି ।

ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ
ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ
ଡକାୟତି ଯୋଜନାକୁ ପଣ୍ଡ କଲା ପୋଲିସ

ବୁଧବାର ମଧ୍ୟରାତ୍ରିରେ ଖଲିଆବନ୍ଧ କେନାଲ ରାସ୍ତା ଅଞ୍ଚଳରେ ବହୁ ଯୁବକ ଡକାୟତ ଯୋଜନା କରୁଥିବା ସଂପର୍କରେ ପୋଲିସକୁ ବିଶ୍ବସ୍ଥ ସୂତ୍ରରୁ ଖବର ମିଳିଥିଲା। ଧନୁପାଲି ଥାନାଧିକାରୀ କମଳ କୁମାର ପଣ୍ଡାଙ୍କ ନେତୃତ୍ବରେ ପୋଲିସ ଟିମ୍ ଖଲିଆବନ୍ଧ କେନାଲ ରାସ୍ତା ଅଞ୍ଚଳରେ ଚଢାଉ କରିଥିଲା।

ଚଢାଉ ବେଳେ ପୋଲିସ ଘଟଣା ସ୍ଥଳରୁ ଭତରାର ଜଣେ ନାବାଳକ, ପେନସନପଡ଼ାର ଶ୍ୟାମଲାଲ ଲୁହା (୨୬), ଗୌତମ ଟୋପାକି ଓରଫ ଗରିଆ (୨୨), ଭତରାର ଶଶାଙ୍କ ବେହେରା (୨୩) ଓ ନନ୍ଦ ମାର୍ଥା (୨୩)କୁ ଗିରଫ କରିଛି। ସେମାନଙ୍କ ପାଖରୁ ପୋଲିସ ଲୁହା ଛଡ଼, ଗୋଟିଏ ହାତୁଡ଼ି, ଗୋଟିଏ ସିଗାରେଟ ପ୍ୟାକେଟ, ଲାଇଟର, ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।

ଗତ ସୋମବାର ରାତିରେ ଲୁଟ ହୋଇଥିବା ୨ଟି ମୋବାଇଲ ଫୋନ ମଧ୍ୟ ସେମାନଙ୍କ ପାଖରୁ ମିଳିଥିବା ପୋଲିସ ସୂଚନା ଦେଇଛି । ସେମାନେ ସହରର ଏକ ଅଳଙ୍କାର ଦୋକାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ସାମ୍ନାରେ କହିଛନ୍ତି । ଗିରଫ ସମସ୍ତ ଅଭିଯକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହକୁ ପଠାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.