ETV Bharat / state

ସମ୍ବଲପୁରରେ 36 ଝାଡଖଣ୍ଡୀ ଅନୁପ୍ରବେଶକାରୀଙ୍କୁ ବାନ୍ଧିଲା ବନ ବିଭାଗ - 36 ଅନୁପ୍ରବେଶକାରୀ ଗିରଫ

ରେଢ଼ାଖୋଲ ଉପଖଣ୍ଡ ଟାଲ ସଂରକ୍ଷିତ ଜଙ୍ଗଲରେ ବସତି ସ୍ଥାପନ କରିବାକୁ ଉଦ୍ୟମ କରୁଥିଲେ ଝାଡଖଣ୍ଡ ଅନୁପ୍ରବେଶକାରୀ । ଚଢାଉ କରି 34 ଜଣ ଅନୁପ୍ରବେଶକାରୀଙ୍କୁ ବାନ୍ଧିଲା ବନ ବିଭାଗ । ଅଧିକ ପଢନ୍ତୁ...

ସମ୍ବଲପୁରରେ ୩୪ ଝାଡଖଣ୍ଡୀ ଅନୁପ୍ରବେଶକାରୀଙ୍କୁ ବାନ୍ଧିଲା ବନ ବିଭାଗ

author img

By

Published : Sep 8, 2021, 9:16 PM IST

ସମ୍ବଲପୁର: ଜିଲ୍ଲା ରେଢାଖୋଲ ଉପଖଣ୍ଡ ଟାଲ ସଂରକ୍ଷିତ ଜଙ୍ଗଲରେ ଆଡ୍ଡା ଜମାଇଥିଲେ ଝାଡଖଣ୍ଡ ଅନୁପ୍ରବେଶକାରୀ । ଜଙ୍ଗଲ ଭିତରେ ଘର କରି ରହିବା ପାଇଁ କରୁଥିଲେ ଉଦ୍ୟମ । ଯେଉଁ ସମ୍ପର୍କରେ ଖବର ପାଇ ଚଢାଉ କରିଛି ବନ ବିଭାଗ । ଚଢାଉ ସମୟରେ ପ୍ରାୟ ୩୬ ଜଣ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଶିକାର ଜାଲ, ବିଭିନ୍ନ ମାରଣାସ୍ତ୍ର ଓ କିଛି ଖାଦ୍ୟ ସାମଗ୍ରୀ ଜବତ ହୋଇଛି ।

ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଝାଡଖଣ୍ଡ ଅନୁପ୍ରବେଶକାରୀମାନେ ଟାଲ ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ ଏବଂ ସେଠାରେ ଘର କରି ରହିବା ପାଇଁ ଚେଷ୍ଟା କରୁଥିଲେ । ଏହା ଜାଣିବା ପରେ ରେଢାଖୋଲ ଡିଏଫଓ ରାମାକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ବଡବାହାଳ ରେଞ୍ଜ ଅଧିକାରୀ ପ୍ରଜ୍ଞା ପରିମିତା ଦୀପ, ରେଢାଖୋଲ ରେଞ୍ଜ ଅଧିକାରୀ ମୈତ୍ରୀ ମଞ୍ଜିତ ବିଶ୍ୱାଳ, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଚାରମାଳ ରେଞ୍ଜ ଅଧିକାରୀ ଦର୍ଶନିଆ ଭୋଇ, ବଡ଼ମାଳ ରେଞ୍ଜ ଅଧିକାରୀ ପ୍ରଦୀପ କୁମାର ସେଠୀ ପ୍ରମୁଖ ନିଜ ଟିମ ସହ ଚଢ଼ାଉ କରି ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ସହ ପ୍ରାୟ ୩୬ ଜଣଙ୍କୁ ଗିରଫ ରଖିଛନ୍ତି ।

ଏନେଇ ଡିଏଫଓ କହିଛନ୍ତି, ଅନୁପ୍ରବେଶକାରୀଙ୍କୁ ଜଙ୍ଗଲ ଭିତରେ ବେଆଇନ ଭାବେ ରହିବାକୁ ଦିଆଯିବ ନାହିଁ । ଏହା ଉପରେ ବନ ବିଭାଗ ତୀକ୍ଷ୍ମ ନଜର ରଖିଛି । ଏଥିସହ ଗିରଫ ଅନୁପ୍ରବେଶକାରୀଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବା ନେଇ ଡିଏଫଓ ସୂଚନା ଦେଇଛନ୍ତି ।

ସେହିପରି ରେଢାଖୋଲ ଜଙ୍ଗଲ ଅଞ୍ଚଳରେ ଏବେ ମଧ୍ୟ ଶତାଧିକ ଅନୁପ୍ରବେଶକାରୀ ବସତି ସ୍ଥାପନ କରିଥିବାବେଳେ ସେମାନଙ୍କୁ ବିତାଡିତ କରିବାକୁ ଦାବି ହୋଇଛି । ବେଆଇନ ଭାବେ ରହୁଥିବା ଅନୁପ୍ରବେଶକାରୀଙ୍କ ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି । ଏଥିପ୍ରତି ବନ ବିଭାଗ ଯଥାଶୀଘ୍ର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଲୋକେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.