ETV Bharat / state

ସମ୍ବଲପୁରରେ ଅଗ୍ନିଶମ ବିଭାଗର ଫାୟାର ଫାଇଟିଂ ଅଡ଼ିଟ୍‌ - ସମ୍ବଲପୁରରେ ଆରମ୍ଭ ହେଲା ଫାୟାର ଫାଇଟିଂ ଅଡ଼ିଟ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଅଗ୍ନିଶମ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ସରକାରୀ ମୁଖ୍ୟ ଚିକତ୍ସାଳୟ ଓ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟରେ ଫାୟାର ଫାଇଟିଂ ଅଡ଼ିଟ୍‌ । ଅଧିକ ପଢନ୍ତୁ

ସମ୍ବଲପୁରରେ ଆରମ୍ଭ ହେଲା ଫାୟାର ଫାଇଟିଂ ଅଡ଼ିଟ

author img

By

Published : May 19, 2022, 7:41 AM IST

ସମ୍ବଲପୁର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଫାୟାର ଫାଇଟିଂ ଅଡ଼ିଟ୍‌ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜିଲ୍ଲା ସରକାରୀ ମୁଖ୍ୟ ଚିକତ୍ସାଳୟ ଓ ଜିଲ୍ଲା ପରିସଂଖ୍ୟାନ କାର୍ଯ୍ୟାଳୟରେ ଫାୟାର ଫାଇଟିଂ ଅଡ଼ିଟ କରାଯାଇଛି । ଖରା ଦିନେ ମୁଖ୍ୟତଃ ନିଆଁ ଲାଗିବା ସମ୍ଭାବନା ଅଧିକ ରହିଥାଏ । ଫଳରେ ବହୁତଳ କୋଠା ଗୁଡ଼ିକରେ ନିଆଁ ଲାଗିଲେ ଅଗ୍ନି ନିର୍ବାପକ ଯନ୍ତ୍ର ତଥା ନିଆଁ ଲିଭାଇବା ପାଇଁ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିବା ନିହାତି ଜରୁରୀ ଓ ବାଧ୍ୟତାମୂଳକ ହେବା ଉଚିତ୍‌ ।

ସମ୍ବଲପୁରରେ ଆରମ୍ଭ ହେଲା ଫାୟାର ଫାଇଟିଂ ଅଡ଼ିଟ

ଏନେଇ ଅଗ୍ନିଶମ ବିଭାଗର ଟିମ ବିଭିନ୍ନ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ନିରୀକ୍ଷଣ କରି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଇଛନ୍ତି । ସମ୍ବଲପୁର ଅଗ୍ନିଶମ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଅଡିଟ୍‌ ହୋଇଛି । ଏହା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଫାୟାର ଫାଇଟିଂ ପାଇଁ ସଚେତନତା ମଧ୍ୟ ସୃଷ୍ଟି କରାଯାଇଛି ।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.