ETV Bharat / state

ଗରମ ପାଣି ପଡି ଶିଶୁ କନ୍ୟା ଗୁରୁତର ଘଟଣା, ସହାୟତା ଦେଲା ପ୍ରଶାସନ - subarnapur

ସୁବର୍ଣ୍ଣପୁର ଜିଲ୍ଲାର ଜଟିଆପାଲି ଗାଁର 3 ବର୍ଷର ଶିଶୁ କନ୍ୟା ଉପରକୁ ଗରମ ପାଣି ଫିଙ୍ଗିବା ଘଟଣା । ଜିଲ୍ଲାପାଳଙ୍କ ପକ୍ଷରୁ ଆଇନସେବା ପ୍ରାଧିକରଣର କର୍ମଚାରୀଙ୍କ ଉପସ୍ଥିତିରେ ପ୍ରୀତିମୟୀର ଚିକିତ୍ସା ନିମନ୍ତେ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 16, 2019, 12:24 AM IST

ସୁବର୍ଣ୍ଣପୁର: ଜିଲ୍ଲାର ବୀରମହାରାଜପୁର ବ୍ଲକ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ମଙ୍ଗଳବାର 3 ବର୍ଷର ଶିଶୁ ପ୍ରୀତିମୟୀ ଉପରକୁ ଗରମ ପାଣି ପଡିବା ପରେ ସେ ଗୁରୁତର ହୋଇଥିଲା । ତେବେ ବୁଧବାର ଏହି 3 ବର୍ଷୀୟା ଶିଶୁର ଚିକିତ୍ସା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ନିର୍ଭୟା ପାଣ୍ଠିରୁ ଦେଢ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀଙ୍କ ଉପସ୍ଥିତିରେ ପ୍ରୀତିମୟୀର ବଡବାପା ଗଣେଷ ମହାକୁରଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ମଙ୍ଗଳବାର ଜିଲ୍ଲାର ଜଟିଆପାଲି ଅଙ୍ଗବାଡିର ପାଚିକା ବେଦମତୀ ମହାକୁର ପ୍ରୀତିମୟୀ ଉପରକୁ ଅଣ୍ଡାସିଝା ଗରମ ପାଣି ଫୋପାଡି ଦେଇଥିଲେ । ଫଳରେ ପ୍ରୀତିମୟୀର ଶରୀର ପ୍ରାୟ 40 ଭାଗ ପୋଡି ଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ପରେ ଝିଅଟିକୁ ଅଧିକ ଚିକିତ୍ସା ପାଇଁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ।

ପାଚିକାଙ୍କ ଏପରି ଅମାନୁଷିକ କାର୍ଯ୍ୟକୁ ପରିବାର ବର୍ଗ ନିନ୍ଦା କରିବା ସହିତ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଗଣମାଧ୍ୟମରେ ଝିଅଟିର ଖବର ପ୍ରଚାରିତ ହେବା ପରେ ବୁଧବାର ଜିଲ୍ଲା ପ୍ରଶାସନ ପ୍ରୀତିମୟୀ ପରିବାରର ଆର୍ଥିକ ସ୍ଥିତିକୁ ଉପଲବ୍ଧି କରି ନିର୍ଭୟା ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ତେବେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଚେକ ପ୍ରଦାନ ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସଙ୍କ ସମେତ ଜିଲ୍ଲାର ବିରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.