ସମ୍ବଲପୁର: ମହାନଦୀ ଘାଟରେ ବାପ-ପୁଅ ଓ ଝିଅ ବୁଡିଯିବା ଘଟଣା। ଗତକାଲି ବାପ, ପୁଅଙ୍କୁ ମୃତ ଅବସ୍ଥାରେ ଗଭୀର ଜଳରୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଝିଅର ପତ୍ତା ମିଳିନାହିଁ । ତେବେ ଆଜି ସକାଳୁ ଝିଅକୁ ଖୋଜିବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ସର୍ଚ୍ଚ ଅପରେସନରେ ସ୍କୁବା ଡ୍ରାଇଭର, ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।
ମିଳିଥିବା ସୂଚନାଅନୁଯାୟୀ, ଗତକାଲି ସମ୍ବଲପୁର ଦଳେଇପଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ ବାପ ପୁଅ ଓ ଝିଅ । ତେବେ ଅଚାନକ ଝିଅ ରୁକସାନା ଗାଧୋଇବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଝିଅକୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲତାଫ, ପୁଅ ମହମ୍ମଦ ଅଫତାଫ୍ ମଧ୍ୟ ମହାନଦୀରେ ଭାସି ଯାଇଥିଲେ । ବାପ ଓ ପୁଅଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ