ETV Bharat / state

ରବି ୠତୁ ପାଇଁ ପଞ୍ଜୀକରଣ କରିବେନି ଚାଷୀ

ପୂର୍ବରୁ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଥିବାବେଳେ ବର୍ତ୍ତମାନ ଆଗାମୀ ରବି ଋତୁର ଡାଲୁଅ ଧାନ ବିକ୍ରୟ ପାଇଁ ଚାଷୀମାନେ ପଞ୍ଜୀକରଣ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ଚାଷୀ । ଅଧିକ ପଢନ୍ତୁ...

author img

By

Published : Feb 28, 2020, 6:30 AM IST

aa
ରବି ୠତୁ ପାଇଁ ପଞ୍ଜୀକରଣ କରିବେନି ଚାଷୀ

ସମ୍ବଲପୁର: ଜିଲ୍ଲାରେ ଥମୁନି ଚାଷୀ ଅସନ୍ତୋଷ । ପୂର୍ବରୁ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଥିବାବେଳେ ବର୍ତ୍ତମାନ ଆଗାମୀ ରବି ଋତୁର ଡାଲୁଅ ଧାନ ବିକ୍ରୟ ପାଇଁ ଚାଷୀମାନେ ପଞ୍ଜୀକରଣ କରିବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ଫଳରେ ଆଗକୁ ଡାଳୁଅ ଧାନ କ୍ରୟ ପ୍ରଭାବିତ ହେବାର ସମ୍ଭାବନା ଦେଖାଯାଇଛି ।

ରବି ୠତୁ ପାଇଁ ପଞ୍ଜୀକରଣ କରିବେନି ଚାଷୀ

ସମ୍ବଲପୁରରେ ବଡ ଧରଣର ଚାଷୀ ଆନ୍ଦୋଳନର ଆଭାସ । ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ଦୋଷ ଦେଇ ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ମାନେଶ୍ବର ଠାରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସମ୍ବଲପୁର ଚାଷୀ । ଆଗାମୀ ରବି ଋତୁର ଡାଳୁଅ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଆସନ୍ତା ମାର୍ଚ୍ଚ 1 ତାରିଖରୁ ଚାଷୀଙ୍କୁ ପଞ୍ଜୀକରଣ କରିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ହେଲେ ସମ୍ବଲପୁର ଚାଷୀ ଏଥର ପଞ୍ଜୀକରଣ କରିବେନି ବୋଲି ଏହି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ତ୍ରୁଟିପୂର୍ଣ୍ଣ ଟୋକନ ବ୍ୟବସ୍ଥା ଯୋଗୁ ଗତ ଖରିଫ ଋତୁର ଧାନ ଚାଷୀମାନେ ଆଜି ପର୍ଯ୍ୟନ୍ତ ବିକ୍ରି କରିନପାରି ହଇରାଣ ହରକତ ହେଉଛନ୍ତି । ତେଣୁ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଚାଷୀ ।

ଚଳିତ ବର୍ଷ ଖରିପ ୠତୁରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ବଡ଼ ଧରଣର ଆନ୍ଦୋଳନ କରିଥିଲେ ଚାଷୀ । ତେବେ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ । ତେବେ କୌଣସି ଫଳ ମିଳିନଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ଏଥର ବିଭାଗୀୟ ସଚିବ ସମ୍ବଲପୁର ଆସି ଚଷୀଙ୍କ ସହ ଆଲୋଚନା କରନ୍ତୁ ନଚେତ ଚାଷୀମାନେ ପଞ୍ଜୀକରଣ କରିବେନି ବୋଲି କହିଛନ୍ତି । ଯଦି ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତା ସହ ନନେବେ ତାହେଲେ ଆଗକୁ ରବି ଋତୁର ଧାନ କ୍ରୟ ପ୍ରଭାବିତ ହେବ ।

ସମ୍ବଲପୁରରୁ ବାଦସାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.