ETV Bharat / state

ଟୋକେନ ଅବଧି ବୃଦ୍ଧି ଦାବି କଲେ ଚାଷୀ, ମିଳୁ ବାତ୍ୟା କ୍ଷତି - ସମ୍ବଲପୁର ଚାଷୀ ଆନ୍ଦୋଳନ

ସମ୍ବଲପୁରରେ ଟୋକନ ଅବଧି ବୃଦ୍ଧି ଦାବିରେ ବଢିଲା ଚାଷୀ ଅସନ୍ତୋଷ । ବାତ୍ୟାରେ ପ୍ରଭାବିତ ଚାଷୀଙ୍କୁ ଦିଆଯାଉ ଫସଲ କ୍ଷତିପୂରଣ । ଏଥିସହ ଟୋକନ ଅବଧି ବୃଦ୍ଧି ହେଉ ବୋଲି ଦାବି କରିଛନ୍ତି ଚାଷୀ । ଅଧିକ ପଢନ୍ତୁ..

ଚାଷୀ ଦାବି: ବଢାଯାଉ ଟୋକନ ଅବଧି , ମିଳୁ ବାତ୍ୟା କ୍ଷତି

author img

By

Published : May 31, 2021, 10:26 PM IST

ସମ୍ବଲପୁର: ଅସନ୍ତୁଷ୍ଟ ସମ୍ବଲପୁର ଚାଷୀ । ବାତ୍ୟା ପ୍ରଭାବିତଙ୍କ ପାଇଁ ଟୋକନ ଅବଧି ବୃଦ୍ଧି ଓ କ୍ଷତିପୂରଣ ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଚାଷୀ ।

ବିଗତ ଦିନରେ ସମ୍ବଲପୁରରେ ୟସ ବାତ୍ୟା ପ୍ରଭାବ ଯୋଗୁଁ ଜିଲ୍ଲାର ଜଳସେଚନ ଅଞ୍ଚଳର ରବି ଧାନ ଫସଲ ନଷ୍ଟ ହୋଇଛି । କ୍ଷେତରେ ପାଣି ଜମିଥିବାରୁ ଚାଷୀ କ୍ଷେତରୁ ଅମଳ ଧାନ ଆଣି ପାରି ନାହିଁ। ଏଥିପାଇଁ ଚାଷୀ ମାନେ ଧାନ ସଂଗ୍ରହ ପ୍ରକ୍ରିୟାରେ ଟୋକନର 12 ଦିନିଆ ଅବଧିକୁ ବୃଦ୍ଧି କରିବା ସହ ବର୍ଷା ଯୋଗୁଁ କ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ।

ତେବେ ଟୋକନ ଅବଧି ବୃଦ୍ଧି ହୋଇ ନଥିବାରୁ ସୋମବାର ପୁଣି ଚାଷୀ ମାନେ ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି।ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ର ସଦସ୍ୟ କୃଷକ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି ଯେ କେତେକ ଚାଷୀଙ୍କ ଟୋକନ ଆସିଥିବା ବେଳେ ଏବେ ମଧ୍ୟ ବହୁ ଚାଷୀଙ୍କ ଟୋକନ ଆସିନାହିଁ।

ଅନ୍ୟପଟେ ଟୋକନ ଅବଧି କୁ ଆହୁରି 7 ଦିନ ବଢ଼ାଇ ଦେବାକୁ ଦାବି କରାଯାଇଥିଲେ ମଧ୍ୟ ତା ପ୍ରତି ରାଜ୍ୟ ସରକାର ଧ୍ୟାନ ଦେଉନଥିବା ଚାଷୀ ଅଭିଯୋଗ କରିଛନ୍ତି। ଏହି ସବୁ ଅଭିଯୋଗ ଗୁଡିକୁ ନେଇ ଚାଷୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ତେବେ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଆସି ଚାଷୀ ଙ୍କ ସହ ଆଲୋଚନା କରିବା ସହ ଟୋକନ ଅବଧି ଵୃଦ୍ଧି ନେଇ ଥିବା ଦାବି ରାଜ୍ୟ ସରକାରଙ୍କ ଆଗରେ ଉପସ୍ଥାପନ କରାଯାଇଛି ବୋଲି କହିଥିଲେ । ଏହା ପରେ ଚାଷୀ ଆନ୍ଦୋଳନ ରୁ ଓହ୍ଲାଇଛନ୍ତି ।

ସମ୍ବଲପୁରର ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.