ETV Bharat / state

ଚାଷୀଙ୍କ ଅଭିନବ ପ୍ରତିବାଦ: କୃଷି ବୀମା ପାଇବାକୁ 35 କିମି ପଦଯାତ୍ରା - to get agricultural insurance farmer walk 35 km

ସମ୍ବଲପୁର ଜିଲ୍ଲାରେ ବକେୟା କୃଷି ବୀମା ରାଶି ଦାବିରେ ଚାଷୀଙ୍କ ଅଭିନବ ଆନ୍ଦୋଳନ । ରେଢାଖୋଲ ନିର୍ବାଚନ ମଣ୍ଡଳୀର ମାନେଶ୍ବର ବ୍ଳକର ଡକରା ପଞ୍ଚାୟତର 500 ଚାଷୀ ପାଖାପାଖି 35 କିମିର ପଦଯାତ୍ରା କରି ମାନେଶ୍ବର ତହସିଲ ପର୍ଯ୍ୟନ୍ତ ଆସିଥିଲେ । ଆଉ ଆଜିଠୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବୀର ବଜରଙ୍ଗବଲୀ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

35 କିମି ପଦଯାତ୍ରା କରି କୃଷି ବୀମା ପାଇବାକୁ ଚାଷୀଙ୍କ ଅଭିନବ ପ୍ରତିବାଦ

author img

By

Published : Sep 14, 2020, 7:18 PM IST

ସମ୍ବଲପୁର: ଜିଲ୍ଲାରେ ବକେୟା କୃଷି ବୀମା ରାଶି ଦାବିରେ ଚାଷୀଙ୍କ ଅଭିନବ ଆନ୍ଦୋଳନ । 2018 ମସିହାର ଖରିପ ଋତୁର କୃଷି ବୀମା ରାଶି ଆଜି ପର୍ଯ୍ୟନ୍ତ ମିଳିନଥିବାରୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ନିର୍ବାଚନ ମଣ୍ଡଳୀର ମାନେଶ୍ବର ବ୍ଳକର ଡକରା ପଞ୍ଚାୟତର 500 ଚାଷୀ ଏହି ଘଟଣାର ପ୍ରତିବାଦ କରିଛନ୍ତି । ଏନେଇ ଚାଷୀମାନେ ଡକରା ଗାଁରୁ ପାଖାପାଖି 35 କିମିର ପଦଯାତ୍ରା କରି ମାନେଶ୍ବର ତହସିଲ ପର୍ଯ୍ୟନ୍ତ ଆସିଥିଲେ । ଆଉ ଆଜିଠୁ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବୀର ବଜରଙ୍ଗବଲୀ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି ।

35 କିମି ପଦଯାତ୍ରା କରି କୃଷି ବୀମା ପାଇବାକୁ ଚାଷୀଙ୍କ ଅଭିନବ ପ୍ରତିବାଦ

ସମ୍ବଲପୁର ମାନେଶ୍ବର ଡକରା ପଞ୍ଚାୟତର 800 ଚାଷୀ ଗତ 1 ବର୍ଷ ହେଲା ନିଜର ଫସଲ ବୀମା ହାସଲ କରିବାକୁ ସଂଘର୍ଷ କରି ଆସୁଛନ୍ତି । ଜିଲ୍ଲା ପ୍ରଶାସନଠୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାଇ ବିଭାଗୀୟ ଅଧିକାରୀଙ୍କ ଠାରେ ଗୁହାରି କରି ସାରିଥିଲେ ମଧ୍ୟ ଚାଷୀଙ୍କ ହକ୍‌ ର ଫସଲ ବୀମା ରାଶି ମିଳିନଥିବା ଚାଷୀ କହିଛନ୍ତି । ଶେଷରେ ନିରାଶ ହୋଇ ଚାଷୀ ଏହି ଆନ୍ଦୋଳନର ବାଟ ବାଛିଛନ୍ତି ।

ଆଜି ଡକରା ଗାଁର ଅଧିଷ୍ଠାତ୍ରୀ ଦେବୀ ବହଳ ମୁଡିଏନ ପୀଠରୁ ଏହି ଚାଷୀମାନେ ବ୍ୟାନର ଓ ପୋଷ୍ଟର ଧରି ସ୍ଲୋଗାନ ଦେଇ ପଦଯାତ୍ରା ପୂର୍ବକ ସମ୍ବଲପୁର ମାନେଶ୍ବର ତହସିଲ ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏଠାରେ ସେମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି । ଏହି ସମସ୍ୟା ନେଇ ପୂର୍ବରୁ ସେମାନେ ଜିଲ୍ଳାପାଳ, ଡିଡିଏଙ୍କ ସହ ସ୍ଥାନୀୟ ବିଧାୟକ ରୋହିତ ପୂଜାରୀଙ୍କୁ ଭେଟି ନିରାଶ ହୋଇଥିବା କହିଛନ୍ତି । ଏହି ଅଞ୍ଚଳ ଅଣ ଜଳସେଚିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଫସଲ ବୀମା ରାଶି ମିଳିନଥିବାରୁ ଚାଷୀ ଋଣ ଗ୍ରସ୍ଥ ହୋଇ ପଡ଼ିଥିବା କୁହାଯାଇଛି ।

ଅନ୍ୟପଟେ ଏନେଇ ମାନେଶ୍ବର ତହସିଲଦାର ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଥିବା ସୂଚନା ଦେଇଛନ୍ତି । ତେବେ କୋରୋନା କଟକଣା ଯୋଗୁଁ କିଛିଟା ବିଳମ୍ବ ହୋଇଥିବା ତହସିଲଦାର କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.