ETV Bharat / state

ମଣ୍ଡିରୁ ଉଠୁନି ଧାନ, କ୍ୱିଣ୍ଟାଲ ପିଛା 5 କେଜି କାଟୁଛନ୍ତି ମିଲର - ସମ୍ବଲପୁରରେ ମଣ୍ତି ସମସ୍ୟା

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ଖରିଫ ୠତୁର ଧାନ ସଂଗ୍ରହ । ସମ୍ବଲପୁରର କେତେକ ଧାନ ମଣ୍ଡିର ଅବ୍ୟବସ୍ଥା ଲାଗି ରହିଛି। ଅଧିକ ପଢନ୍ତୁ

ମଣ୍ଡିରୁ ଉଠୁନି ଧାନ :କ୍ୱିଣ୍ଟାଲ ପିଛା 5 କେଜି କାଟୁଛନ୍ତି ମିଲର

author img

By

Published : Dec 2, 2021, 9:03 PM IST

ସମ୍ବଲପୁର: ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ଖରିଫ ୠତୁର ଧାନ ସଂଗ୍ରହ । ସମ୍ବଲପୁରର କେତେକ ଧାନ ମଣ୍ଡିର ଅବ୍ୟବସ୍ଥା ଲାଗି ରହିଛି। ମୁଖ୍ୟତଃ ଧାନ ମଣ୍ଡିରୁ ଧାନ ଉଠେଇବା ପାଇଁ ଯେଉଁ ମିଲର ମାନଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି । ସେମାନେ ଚାଷୀର ଧାନ କ୍ୱିଣ୍ଟାଲ ପ୍ରତି 5 କେଜି ଓଜନ ବାଧ୍ୟତାମୂଳକ ଭାବେ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

ମଣ୍ଡିରୁ ଉଠୁନି ଧାନ :କ୍ୱିଣ୍ଟାଲ ପିଛା 5 କେଜି କାଟୁଛନ୍ତି ମିଲର

ଫଳରେ କ୍ୱିଣ୍ଟାଲ ପ୍ରତି 100 ଟଙ୍କା କ୍ଷତି ହେଉଥିବା ଅଭିଯୋଗ କରି ଚାଁଆଁରପୁର ଧାନ ମଣ୍ଡିର ଚାଷୀ ମଣ୍ଡିକୁ ଧାନ ଆଣିଥିଲେ ମଧ୍ୟ ମିଲରକୁ ଧାନ ଦେବାକୁ ମନା କରିଛନ୍ତି । ଏଭଳି ସ୍ଥିତିରେ ମଣ୍ଡିରେ ଏବେ 22 ଜଣ ଚାଷୀଙ୍କ 3500 ଧାନ ବସ୍ତା ପଡିରହିଛି। ଏହି ଭଳି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କୃଷକ ସଂଗଠନ,ସ୍ଥାନୀୟ କୃଷକ ସଂଗଠନ,ଜିଲ୍ଲା ଯୋଗାଣ ବିଭାଗ ଓ ମିଲର ମାନଙ୍କ ମଧ୍ୟରେ ବୈଠକ ଜାରି ରହିଛି। ଏହିଭଳି ସମସ୍ୟାର ପାଇଁ ଚାଷୀ ନେତା ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ କୃଷିନୀତିକୁ ଦାୟୀ କରିଛନ୍ତି।

ପୂର୍ବରୁ DLPC ମିଟିଂ ଜରିଆରେ ଜିଲ୍ଲା ସ୍ତରରେ ଧାନ ସଂଗ୍ରହର ରୂପରେଖ ନିର୍ଦ୍ଧାରିତ ହେଉଥିଲା । ବର୍ତ୍ତମାନ ରାଜ୍ୟ ସ୍ତରରେ ନିଷ୍ପତ୍ତି ନିଆଯାଇ ସବୁ ଜିଲ୍ଲା ପାଇଁ ଗୋଟିଏ ଧାନ ସଂଗ୍ରହ ନୀତି ରାଜ୍ୟ ସରକାର ନିର୍ଦ୍ଧାରିତ କରିଥିବାରୁ ଏହି ସମସ୍ୟା ଉପୁଜିଛି ବୋଲି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତିର ଆବାହକ ଅଶୋକ ପ୍ରଧାନ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.