ସମ୍ବଲପୁର : ଧାନଖରୀରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ (Paddy burn) । ପୋଡ଼ିଗଲା ବର୍ଷଯାକର ପରିଶ୍ରମ । ନିଆଁ ଲାଗିବା ଦେଖି ଭୋ ଭୋ ହୋଇ କାନ୍ଦୁଛି ଚାଷୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କତରବଗା ଥାନା ଅନ୍ତର୍ଗତ ପରଦେଶୀପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ, କତରବଗା ଥାନା ଅନ୍ତର୍ଗତ ପରଦେଶୀପାଲି ଗ୍ରାମରେ କେହି ଜଣେ ଅଜଣା ଦୁର୍ବୃତ୍ତ ସ୍ଥାନୀୟ 3ଜଣ ଚାଷୀଙ୍କ ଅମଳ ହୋଇଥିବା ଧାନ ଖରୀରେ ନିଆଁ ଲଗାଇ ଦେଇଛି । ଏଥିରେ ପ୍ରାୟ ୧୦ ଏକର ଜମିର ଧାନଖରୀ ସମ୍ପୂର୍ଣ୍ଣ ଭାବରେ ଜଳି ପୋଡି ଛାରଖାର ହୋଇଯାଇଛି ।
ଫଳରେ 8 ଲକ୍ଷ ଟଙ୍କାର ଧାନ ସମ୍ପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ଖବରପାଇ ରେଙ୍ଗାଲି ଦମକଳବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଧାନଚାଷୀର ଧାନ ଖରୀ ପୁରା ଜଳି ଛାରଖାର ହୋଇଯାଇଥିଲା । ଚାଷୀମାନେ ଋଣ ଓ ହାତ ଉଦ୍ଧାରି କରି ବହୁ କଷ୍ଟରେ ଧାନ ଚାଷ କରିଥିବା ବେଳେ ଏବେ ଋଣ କେମିତି ଫେରସ୍ତ କରିବେ ସେନେଇ ଚିନ୍ତାରେ ଅଛନ୍ତି । ତେଣୁ ଏହି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।
ଏହାମଧ୍ୟ ପଢ଼ନ୍ତୁ. କ୍ଷେତରେ ଜଳିଗଲା ବର୍ଷକର ଧାନ, ଚାଷୀ ହତାଶ
ପେଟ ପାଇଁ ଦାନା ସଂଗ୍ରହ କରିବାକୁ ଚାଷୀକୁ ଅକ୍ଳାନ୍ତ ପରିଶ୍ରମ ସାଙ୍ଗକୁ ଧାରକରଜ କରିବାକୁ ପଡିଥାଏ । ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କରିଥାଏ ଚାଷୀ । ହେଲେ ଧାନ ଗଦାରେ ନିଆଁ ଲାଗି ଜଳିଗଲା ବର୍ଷକର କଷ୍ଟ ଉପାର୍ଜିତ ଧାନ (Paddy burn) । ଧାନଗଦାରେ ନିଆଁ ଲାଗିବା ପରେ ଚାଷୀ ଆଖିରୁ ଲୁହ ଶୁଖୁନି । ଅନେକ ସ୍ବପ୍ନ ନେଇ ଚାଷୀ ଏହି ଧାନ ଉପାର୍ଜିତ କରିଥିଲା । ପାଖକୁ କିଛି ପଇସା ଆସିବ । ଧାରକରଜ ଶୁଝିବ । ପରିବାର ତାର ସୁଖରେ ଚଳିବ ।
ରାତି ପାହିଲେ ମଣ୍ଡିକୁ ନେଇ ନିଜ ଧାନ ବିକ୍ରି କରିଥାନ୍ତା ଚାଷୀ । ହଠାତ ଧାନ ଗଦାରେ ନିଆଁ ଲାଗିଯିବାରୁ ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ବର୍ଷ ସାରା ଧାରକରଜ କରି ଉପାର୍ଜନ କରିଥିବା କଷ୍ଟ ଉପାର୍ଜିତ ଧାନ ଜଳି ପାଉଁଶ ହୋଇଯାଇଛି । ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଛି ।
ଇଟିଭି ଭାରତ, ସମ୍ବଲପୁର