ETV Bharat / state

ଲକଡାଉନ ମାଡରେ ଘାଇଲା ସୁନା ଫସଲ, ଚାଷୀ କଲବଲ

author img

By

Published : May 12, 2020, 3:23 PM IST

ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଜଳସେଚିତ ଅଞ୍ଚଳର ଚାଷୀଙ୍କ କାହାଣୀ । ପ୍ରତିବର୍ଷ ବାହାରୁ ଅମଳ କରିବାକୁ ଆସନ୍ତି ଶ୍ରମିକ । ଏଥର କିନ୍ତୁ ସଂକ୍ରମଣ ଭୟରେ ଅନୁମତି ଦେଉନାହାନ୍ତି ଗାଁ ସରପଞ୍ଚ । ସେହିପରି ହାର୍ଭେଷ୍ଟିଙ୍ଗ ମେସିନ ଚଲାଇବାକୁ ବି ଆସିପାରୁନାହାନ୍ତି ବାହାର ଡ୍ରାଇଭର । ଅଧିକ ପଢନ୍ତୁ....

ଲକଡାଉନ ମାଡରେ ଘାଇଲା ସୁନା ଫସଲ, ଚାଷୀ କଲବଲ
ଲକଡାଉନ ମାଡରେ ଘାଇଲା ସୁନା ଫସଲ, ଚାଷୀ କଲବଲ

ସମ୍ବଲପୁର: କ୍ଷେତରେ ଝୁଲୁଛି ସୁନାର ଫସଲ । ହେଲେ ଏହାକୁ ଅମଳ କରି ଖଳାକୁ ଆଣିବା ଅସମ୍ଭବ । କାରଣ ନା ଅଛନ୍ତି ଶ୍ରମିକ ନା ଅଛି ହାର୍ଭେଷ୍ଟିଙ୍ଗ ମେସିନ । ସେପଟେ ଜମିରେ ପଡି ଝଡବର୍ଷା ଓ କୁଆପଥର ମାଡ ଖାଉଛି ଫସଲ । ଧାନ କଟା ଜାରିଥିବାବେଳେ ହାତରେ କମ ସମୟ । ଖଳାକୁ କିପରି ଆଣିବ ଘାରିଛି ଚିନ୍ତା ।

ଲକଡାଉନ ମାଡରେ ଘାଇଲା ସୁନା ଫସଲ, ଚାଷୀ କଲବଲ

ଏହା ହେଉଛି ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଜଳସେଚିତ ଅଞ୍ଚଳର ଚାଷୀଙ୍କ କାହାଣୀ । ପ୍ରତିବର୍ଷ ବାହାରୁ ଅମଳ କରିବାକୁ ଆସନ୍ତି ଶ୍ରମିକ । ଏଥର କିନ୍ତୁ ସଂକ୍ରମଣ ଭୟରେ ଅନୁମତି ଦେଉନାହାନ୍ତି ଗାଁ ସରପଞ୍ଚ । ସେହିପରି ହାର୍ଭେଷ୍ଟିଙ୍ଗ ମେସିନ ଚଲାଇବାକୁ ବି ଆସିପାରୁନାହାନ୍ତି ବାହାର ଡ୍ରାଇଭର । ଲକଡାଉନ ଓ ସଂକ୍ରମଣ ଡରରେ ସେମାନଙ୍କ ଆସିବା ସମ୍ଭବ ହୋଇନାହିଁ । ଫଳରେ ସ୍ଥାନୀୟ ଶ୍ରମିକ ଓ ଚାଷୀଙ୍କ ଉପରେ ପଡୁଛି ଅଧିକ ପରିଶ୍ରମ । ଶ୍ରମିକ ନାହାନ୍ତି କି ହାର୍ଭେଷ୍ଟିଙ୍ଗ ମେସିନ ନାହିଁ । ନିଜେ ଏକା ସବୁ କାମ କରୁଛନ୍ତି । ତେବେ ଅମଳ କରିପାରୁଛନ୍ତି କିନ୍ତୁ ମେସିନ ଚଲାଇ ଜାଣିନାହାନ୍ତି । ଯାହା ଏବେ ମୁଖ୍ୟ ସମସ୍ୟା ଭାବେ ଛିଡା ହୋଇଛି ।

ତେବେ ଚାଷୀଙ୍କ ଦୁଃଖ ବୁଝିବାକୁ ଜିଲ୍ଲା କୃଷି ବିଭାଗ ଆରମ୍ଭ କରିଛି ଉଦ୍ୟମ । ଜିଲ୍ଲାରେ ମୋଟ 250ଟି ମେସିନରୁ ବାହାର ରାଜ୍ୟରେ ଅଛି 50 । ବାକି 200ଟିରୁ 50ରେ ନାହାନ୍ତି ଡ୍ରାଇଭର । ସେଥିପାଇଁ ହାର୍ଭେଷ୍ଟିଙ୍ଗ ମେସିନ ଚଳାଇବା ପାଇଁ ସ୍ଥାନୀୟ ଡ୍ରାଇଭରଙ୍କୁ ଦିଆଯାଉଛି ପ୍ରାକ୍ଟିକାଲ ଟ୍ରେନିଂ । ଏଥିପାଇଁ ନିୟୋଜିତ ହୋଇଛନ୍ତି ସ୍ବତନ୍ତ୍ର ପ୍ରଶିକ୍ଷକ । ତେବେ ଏବେ ଆରମ୍ଭ ହୋଇଥିବା ଟ୍ରେନିଂ କେବେ ସରିବ ଆଉ ଚାଷୀ କେବେ କାଟିବେ ଧାନ ସେନେଇ ଚିନ୍ତାରେ ଚାଷୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.