ETV Bharat / state

ବଡ଼ଭାଇର ଆକ୍ରମଣରେ ମଝିଆଁ ଭାଇ ମୃତ, ପ୍ରଥମେ ବନ୍ଧୁକ ପରେ ଟାଙ୍ଗିଆରେ ହାଣି ହତ୍ୟା

author img

By

Published : Feb 20, 2021, 6:56 PM IST

ସମ୍ବଲପୁର ଜିଲ୍ଲା ବାମଣ୍ଡାଗଡରେ ବଡଭାଇ ଆକ୍ରମଣରେ ମଝିଆଁ ଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବଡ଼ଭାଇର ଆକ୍ରମଣରେ ମଝିଆଁ ଭାଇ ମୃତ
ବଡ଼ଭାଇର ଆକ୍ରମଣରେ ମଝିଆଁ ଭାଇ ମୃତ

ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ବାମଣ୍ଡାଗଡରେ ବଡଭାଇର ଆକ୍ରମଣରେ ମଝିଆଁ ଭାଇର ମୃତ୍ୟୁ ଘଟିଛି । ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ କରମ ପାଲ ସିଂକୁ ଅଟକ ରଖିଛି ।

ବଡ଼ଭାଇର ଆକ୍ରମଣରେ ମଝିଆଁ ଭାଇ ମୃତ

ବାମଣ୍ଡାଗଡ ଗ୍ରାମର ଅଭିଯୁକ୍ତ କରମ ପାଲ ସିଂ ମଝିଆଁ ଭାଇ ଧରମପାଲ ସିଂକୁ ଗୁଳି କରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗତକାଲି ସନ୍ଧ୍ୟାରେ ମଝିଆଁ ଭାଇ ମଦ୍ୟପାନ କରି ଘରକୁ ଆସି ବଡ଼ ଭାଇକୁ ହତ୍ୟା କରିବା ଧମକ ଦେଇଥିଲା । ଏଥିରେ ବଡଭାଇ ସହ ଝଗଡା ମଧ୍ୟ ହୋଇଥିଲା । ତେବେ ଝଗଡା ଉଗ୍ର ରୂପ ନେବା ପରେ ବଡଭାଇ ଦେଶୀ ବନ୍ଧୁକ ସାହାଯ୍ୟରେ ପ୍ରଥମେ ଧରମପାଲର ପେଟରେ ଗୁଳି କରିଥିଲା ଓ ଏଥିରେ ମୃତ୍ୟୁ ହୋଇନଥିବାରୁ ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ନିଜେ ଅଭିଯୁକ୍ତ ସ୍ବୀକାର କରିଥିବା ସୂଚନା ମିଳିଛି ।

ସନ୍ଧ୍ୟାରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ମୋବାଇଲ ନେଟୱାର୍କ ଅଭାବ ଓ ଉପାନ୍ତ ଅଞ୍ଚଳରେ ଏହି ଘଟଣା ଘଟିଥିବାବେଳେ ପୋଲିସକୁ ବିଳମ୍ବରେ ସୂଚନା ମିଳିଥିଲା । କୁଚିଣ୍ଡା ଥାନା ଅଧିକାରୀ କମଲ କୁମାର ପଣ୍ଡା ସକାଳେ ଖବର ପାଇ ବାମଣ୍ଡାଗଡ ଗ୍ରାମକୁ ଯାଇ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତକୁ ଅଟକ ରଖିଛନ୍ତି । ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ତଥ୍ୟ ସମ୍ପର୍କରେ ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.