ସମ୍ବଲପୁର: ଆଜି (ଗୁରୁବାର) ହେଉଛି ବିଶ୍ୱ ପୃଥିବୀ ଦିବସ । ଏହି ଅବସରରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଭୂଗୋଳ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି।
ଗୁରୁବାର ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଭୂଗୋଳ ବିଭାଗର ଛାତ୍ରଛାତ୍ରୀମାନେ ବ୍ୟାନର ଓ ଫ୍ଲାଗ କାର୍ଡ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାକୃତିକ ପରିବେଶ ଓ ସମ୍ପଦର ସୁରକ୍ଷା ନେଇ ସଚେତନତା କରିଥିଲେ।
ଜୀବଜଗତ ଓ ପ୍ରାକୃତିକ ସମ୍ପଦର ନିବିଡ଼ତା ଓ ପ୍ରାକୃତିକ ସମ୍ପଦ ବିନାଶ ଦ୍ୱାରା ଉପୁଜୁଥିବା ପ୍ରାକୃତିକ ବିପର୍ଯ୍ୟୟ ନେଇ ଲୋକଙ୍କୁ ଛାତ୍ରଛାତ୍ରୀ ସଚେତନ କରିଥିଲେ । ଏହାସହ ପୃଥିବୀରେ କେବଳ ବିକାଶ ନୁହେଁ ବରଂ ସମନ୍ବିତ ବିକାଶ ଦ୍ୱାରା ହିଁ ଭବିଷ୍ୟତ ପୀଢ଼ି ସୁରକ୍ଷିତ ରହି ପାରିବ ବୋଲି ଛାତ୍ରଛାତ୍ରୀ କହିଥିଲେ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ