ETV Bharat / state

‘ପ୍ଲାଷ୍ଟିକ ମୁକ୍ତ ପରିବେଶ’ ନାରାରେ ସଜେଇ ହୋଇଛି ସମ୍ବଲପୁରର ପୂଜାମଣ୍ଡପ

ସମ୍ବଲପୁର ସହରରେ ଆରମ୍ଭ ହୋଇଛି ମୃଣ୍ମୟୀ ଦେବୀଙ୍କ ପୂଜା । ବିଭିନ୍ନ ପୂଜା ମଣ୍ଡପର ସୁନ୍ଦର ତୋରଣରେ ସୁସଜ୍ଜିତ ହୋଇଛି ସାରା ସହର । ଅଧିକ ପଢ଼ନ୍ତୁ...

author img

By

Published : Oct 4, 2019, 8:42 PM IST

ମା’ଙ୍କ ଆଗମନରେ ଚଳଚଞ୍ଚଳ ପୂଜା ମଣ୍ଡପ

ସମ୍ବଲପୁର: ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାର ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ପ୍ରମୁଖ ପୂଜା କମିଟି ଗୁଡ଼ିକର ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ଲୋକଙ୍କୁ ପୂଜା ମଣ୍ଡପ ଆଡକୁ ଆକର୍ଷିତ କରିଛି। ସମ୍ବଲପୁରର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ କୁହାଯାଉଥିବା ଗୋବିନ୍ଦତୋଳାରେ ଏଥର କୋଲକାତାର ନନ୍ଦିଗ୍ରାମର ଦେବୀ ମନ୍ଦିର ସଦୃଶ ତୋରଣ ତିଆରି ହୋଇଥିବା ବେଳେ ଧନୁପାଲି ପୂଜା ମଣ୍ଡପର ତୋରଣ ଏଥର ଇକୋ ଫ୍ରେଣ୍ଡଲି । ଏଠାରେ ପ୍ରାକୃତିକ ଓ ବନଜାତ ଦ୍ରବ୍ୟରେ ତିଆରି ହୋଇଛି ତୋରଣ। ଏହି ମଣ୍ଡପରେ ପ୍ଲାଷ୍ଟିକ ବାରଣର ସନ୍ଦେଶ ଦିଆଯାଇଛି।

ମା’ଙ୍କ ଆଗମନରେ ଚଳଚଞ୍ଚଳ ପୂଜା ମଣ୍ଡପ

ଗୋବିନ୍ଦତୋଳା ପୂଜା ମଣ୍ଡପରେ ଶୁକ୍ରବାର ପୂର୍ବାହ୍ନ 10ଟା ପରେ ପୂଜା ଆରମ୍ଭ ହୋଇଥିଲା । ପ୍ରଥମେ, ସ୍ନାନ, ନ୍ୟାସ, ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା, ଉପଚାର ପୂଜା, ଅରାତିକ ଚଣ୍ଡୀ ପାଠ ଆଦି ପୂଜା କରାଯାଇଥିଲା । ଶନିବାର ସକାଳ 8ଟା ପରେ ମହାଷ୍ଟମୀ ପୂଜା ହେବ। ତେବେ କୋଲକାତାର ନନ୍ଦିଗ୍ରାମର ଦେବୀ ମନ୍ଦିର ଢାଞ୍ଚାରେ ତିଆରି ହୋଇଥିବା ଏହି ମଣ୍ଡପର ତୋରଣ ବେଶ ଆକର୍ଷିତ କରୁଛି ଶ୍ରଦ୍ଧାଳୁଙ୍କୁ । ଚଳିତବର୍ଷ ଏହି ପୁଜା କମିଟିର ବଜେଟ ରହିଛି 30 ଲକ୍ଷ ଟଙ୍କା ।

ସେପଟେ ଅନ୍ୟତମ ପ୍ରମୁଖ ପୂଜା କମିଟି ଧନୁପାଲିର ତୋରଣକୁ ନେଇ ମଧ୍ୟ ସବୁଆଡେ ଚର୍ଚ୍ଚା। ଏହି ପୂଜା କମିଟିର ତୋରଣ ଖୁବ ଆକର୍ଷଣୀୟ ହେବା ସହ ଲୋକଙ୍କୁ ପ୍ଲାଷ୍ଟିକ ମୁକ୍ତ ପରିବେଶର ବାର୍ତ୍ତା ଦେଉଛି । ବିନା କୌଣସି ପ୍ଲାଷ୍ଟିକର ବ୍ୟବହାରରେ କେବଳ ବନ୍ୟ ଜାତ ଦ୍ରବ୍ୟରେ ଏହି ତୋରଣ ତିଆରି ହୋଇଛି। ଏହାକୁ କୁଆଖିଆର କାରିଗର ନିର୍ମାଣ କରିଛନ୍ତି। ଏଠାରେ ଗୁରୁବାର ଦିନ ବେଲବରଣି ଓ ଅଧିବାସ ହୋଇଥିବା ବେଳେ ଶୁକ୍ରବାର ସପ୍ତମୀ ପୂଜା ହେଉଛି।

ମାଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର । ଆଉ ଚାରିଆଡ଼େ ସୃଷ୍ଟି ହୋଇଛି ଏକ ଆଧ୍ୟାତ୍ମିକ ପରିବେଶ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆଜିଠୁ ସମ୍ବଲପୁର ର ବିଭିନ୍ନ ପୂଜା କମିଟିର ପୂଜା ମଣ୍ଡପରେ ଦୁର୍ଗା ପୂଜା ଆରମ୍ଭ ହୋଇଛି।ପ୍ରମୁଖ ପୂଜା କମିଟି ଗୁଡ଼ିକ ର ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ଲୋକଙ୍କୁ ପୂଜାମଣ୍ଡପ ଆଡକୁ ଆକର୍ଷିତ କରିଛି।ସମ୍ବଲପୁର ର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ କୁହାଯାଉଥିବା ଗୋବିନ୍ଦ ତୋଳା ରେ ଏଥର କୋଲକାତା ର ନନ୍ଦିଗ୍ରାମ ର ଦେବୀ ମନ୍ଦିର ସଦୃଶ ତୋରଣ ତିଆରି ହୋଇଥିବା ବେଳେ ଧନୁପାଲି ର ପୂଜା ମଣ୍ଡପ ର ତୋରଣ ପୁରାପୁରି ଇକୋ ଫ୍ରେଣ୍ଡଲି ।ଏଠାରେ ପ୍ରାକୃତିକ ଓ ବନ ଜାତ ଦ୍ରବ୍ୟ ରେ ତୋରଣ ତିଆରି ହୋଇଛି।ଏହି ମଣ୍ଡପରେ ପ୍ଲାଷ୍ଟିକ ବାରଣ ର ସନ୍ଦେଶ ଦିଆ ଯାଇଛି।

Body:ଆଜି ଠୁ ସମ୍ବଲପୁର ର ବିଭିନ୍ନ ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ଅଟମ୍ଭ ହୋଇଯାଇଛି। ଗୋବିନ୍ଦତୋଳା ପୂଜା ମଣ୍ଡପରେ ଆଜି ପୂର୍ବାହ୍ନ 10 ଟା ପରେ ସପ୍ତମୀ ପୂଜା ଆରମ୍ଭ ହୋଇଛି।ଆଜି ପ୍ରଥମେ, ସ୍ନାନ,ନ୍ୟାସ, ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା, ଉପଚାର ପୂଜା, ଅରାତିକ ଚଣ୍ଡୀ ପାଠ ଆଦି ପୁଜା ହୋଇଛି। ଆସନ୍ତା କାଲି ବା ଶନିବାର ସକାଳ 8 ଟା ପରେ ଏଠାରେ ମହାଷ୍ଟମୀ ପୂଜା ହେବ।ଏଠାରେ ତିଆରି ହୋଇଥିବା ତୋରଣ କୋଲକାତା ର ନନ୍ଦିଗ୍ରାମ ର ଦେବୀ ମନ୍ଦିର ଢାଞ୍ଚା ରେ ତିଆରି ହୋଇଥିବା ବେଳେ ଏହାକୁ ସ୍ଥାନୀୟ କାରିଗର ନିର୍ମାଣ କରିଛନ୍ତି। ଚଳିତବର୍ଷ ଏହି ପୁଜା କମିଟିର ବଜେଟ ରହିଛି 30 ଲକ୍ଷ।

ବାଇଟ-1-କ୍ଷୀରୋଦ କୁମାର ଦାସ,ସୁଜାତା ଦାସ।ମୂଖ୍ୟ ପୂଜକ।
ବାଇଟ-2-ସୁଜାତା ଦାସ,ଶ୍ରଦ୍ଧଲୁ।
ବାଇଟ-3-ଦାମୋଦର କର,ସଭାପତି, ଗୋବିନ୍ଦତୋଳା ପୂଜା କମିଟି।

Conclusion:ଅନ୍ୟ ପଟେ ଅନ୍ୟତମ ପ୍ରମୁଖ ପୂଜା କମିଟିର ତୋରଣ କୁ ନେଇ ଏବେ ସବୁଆଡେ ଚର୍ଚ୍ଚା।ଏହି ପୂଜା କମିଟି ତୋରଣ ଯେତେ ଆକର୍ଷଣୀୟ ହୋଇଛି ତାଠୁ ବଡ଼ କଥା ହେଲା ଏହାର ସନ୍ଦେଶ।ଏହି ପୁଜା କମିଟିର ତୋରଣ ପୁରାପୁରି ଇକୋ ଫ୍ରେଣ୍ଡଲି। ବିନା କୌଣସି ପ୍ଲାଷ୍ଟିକ ବ୍ୟବହାର ରେ କେବଳ ବନ୍ୟ ଜାତ ଦ୍ରବ୍ୟରେ ଏହି ତୋରଣ ତିଆରି ହୋଇଛି।ଏହାକୁ କୁଆଖିଆ ର କାରିଗର ନିର୍ମାଣ କରିଛନ୍ତି। ଆଉ ଏହା ପ୍ଲାଷ୍ଟିକ ଫ୍ରି ମିଶନ କୁ ଉପସ୍ଥାପିତ କରୁଛି। ଏଠାରେ ଗତକାଲି ଅର୍ଥାତ ଗୁରୁବାର ଦିନ ବେଳ ବରଣ ଓ ଅଧିବାସ ହୋଇଥିବା ବେଳେ ଆଜି ସପ୍ତମୀ ପୂଜା ହେଉଛି।

ବାଇଟ-4- ଶରତ ପାଢ଼ୀ, ସଭାପତି, ଧନୁପାଲି ଦୁର୍ଗା ପୂଜା କମିଟି,

ମାଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠିଛି ସମ୍ବଲପୁର ସହର ।ଆଉ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.