ETV Bharat / state

ଆକ୍ସିଡେଣ୍ଟ୍ ଜୋନ୍ ସମ୍ବଲପୁର: ଦିନକୁ ଘଟୁଛି 2ଟି ଦୁର୍ଘଟଣା, ପ୍ରତି 3ଦିନରେ ଯାଉଛି ଜଣଙ୍କ ଜୀବନ - Rising Number Of Road Accidents in sambalpur

ସମ୍ବଲପୁରରରେ ବଢୁଛି ସଡକ ଦୁର୍ଘଟଣା । ପରିସଂଖ୍ୟାନ ଦେଖିଲେ 90% ଦୁର୍ଘଟଣା ନିଶାଶକ୍ତ ଗାଡିଚାଳନା ଅଥବା ଦାୟିତ୍ବହୀନ ଦ୍ରୁତ ଗାଡିଚାଳନା ଯୋଗୁଁ ହେଉଛି । ଅଧିକ ପଢନ୍ତୁ...

ସମ୍ବଲପୁରରେ ବଢୁଛି ସଡକ ଦୁର୍ଘଟଣା; ବର୍ଷକରେ 160 ମୃତ

author img

By

Published : Dec 17, 2020, 6:16 PM IST

ସମ୍ବଲପୁର: ବଦଳୁଛି ସମୟ, ସମୟ ସହ ତାଳ ଦେଇ ବଦଳୁଛି ମଣିଷ । ଲୋକଙ୍କ ଜୀବନଧାରଣର ମାନ ବଢିବା ସହ ଜୀବନଶୈଳୀରେ ମଧ୍ୟ ଆସିଛି ପରିବର୍ତ୍ତନ । ଫଳରେ ଲୋକଙ୍କ ପାଖରେ ବାଇକ ଅଥବା ଚାରି ଚକିଆ ଯାନ ରହିବା ସ୍ବାଭାବିକ । କିନ୍ତୁ ଏହା ସହ ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା । ଅନେକ ସମୟରେ ଚାଲିଯାଉଛି ଅକାଳରେ ଜୀବନ । ଆଉ ଏହାର ମୁଖ୍ୟ କାରଣ ହେଉଛି ନିଶାଶକ୍ତ ହୋଇ ଗାଡି ଚଳାଇବା । ଏନେଇ ସରକାର ବିଭିନ୍ନ ସତର୍କ ସୂଚନା ଜାରି କରିଛନ୍ତି । ଜୋରିମାନା ଓ ଲାଇସେନ୍ସ ରଦ୍ଦ ଭଳି ମଧ୍ୟ ପଦକ୍ଷେପ ନିଆଯାଉଛି । ମାତ୍ର ଏହା ସତ୍ତ୍ବେ ବି ଗାଡ଼ି ଦୁର୍ଘଟଣା ହ୍ରାସ ପାଉନାହିଁ । ବିଶେଷ କରି ସମ୍ବଲପୁରରେ ମଦ୍ୟପାନ ଯୋଗୁଁ ବହୁତ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି ।

ସମ୍ବଲପୁରରେ ବଢୁଛି ସଡକ ଦୁର୍ଘଟଣା; ବର୍ଷକରେ 160 ମୃତ
ମଦ୍ୟପାନଜନିତ ଦୁର୍ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ଦ୍ଵିତୀୟ । ପ୍ରଥମ ସ୍ଥାନରେ ଉତ୍ତରପ୍ରଦେଶ ଥିବାବେଳେ ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ । ତେବେ ମଦ୍ୟପାନ କରି ଗାଡି ଚଳାଇବା ଆଇନ ବିରୁଦ୍ଧ ହୋଇଥିଲେ ମଧ୍ୟ ଲୋକ ମଦ୍ୟପାନ କରି ଗାଡି ଚାଳନା କରିବା ସାଧାରଣତଃ ଦେଖିବାକୁ ମିଳୁଛି । ନିଶାଶକ୍ତ ଲୋକ ନା ଯେ କେବଳ ନିଜର ଜୀବନକୁ ବିପଦରେ ପକାଉଛି ବରଂ ତାଦ୍ୱାରା ଅନେକ ନିରୀହ ଜୀବନ ମଧ୍ୟ ଯାଉଛି ।

ସମ୍ବଲପୁର ଜିଲ୍ଲା ପରିପ୍ରେକ୍ଷୀରେ ଦେଖିଲେ ମଦ୍ୟପାନ ଯୋଗୁ ବହୁତ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି । 2 ବର୍ଷ ପୂର୍ବେ ଏକ ଯାତ୍ରୀବାହୀ ବସର ଡ୍ରାଇଭରର ମଦ୍ୟପାନ ଯୋଗୁ ବସଟି ସମ୍ବଲପୁର ଦେବଗଡ଼ ରାସ୍ତାର ପଡ଼ିଆବହାଲ ନିକଟରେ ବ୍ରିଜ ତଳକୁ ଖସି ଯାଇଥିବା ନଜିର ରହିଛି। ତେବେ ପୋଲିସ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଗତ 30.11.2020 ସୁଦ୍ଧା ଚଳିତ ବର୍ଷ ମୋଟ 408 ଟି ଦୁର୍ଘଟଣା ଘଟିଛି । ଏଥିରେ 160 ଜଣ ଲୋକଙ୍କ ଜୀବନ ଯାଇଛି । 192 ଜଣ ଗୁରୁତର ଆହତ ହୋଇଥିବା ବେଳେ 205 ଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି । ଏହି ଭଳି ଭାବରେ ଆମେ ସମ୍ବଲପୁର ଜିଲ୍ଲାର ପରିସଂଖ୍ୟାନ ଦେଖିଲେ ପ୍ରତ୍ୟେକ ଦିନ ଗୋଟିଏ ଅଥବା 2ଟି ଦୁର୍ଘଟଣା ଘଟୁଥିବା ବେଳେ ପ୍ରତ୍ୟେକ 3 ଦିନ ମଧ୍ୟରେ ରେ ଜଣେ ବ୍ୟକ୍ତି ସଡକ ଦୁର୍ଘଟଣା ରେ ପ୍ରାଣ ହରାଉଛନ୍ତି । ଆଉ 90% ଦୁର୍ଘଟଣା ନିଶାଶକ୍ତ ଡ୍ରାଇଭ୍ ଅଥବା ଦାୟିତ୍ୱହୀନ ଦ୍ରୁତ ଗାଡି ଚାଳନା ଯୋଗୁ ହେଉଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ।

ଏପଟେ ଦୁର୍ଘଟଣା ରୋକିବା ପାଇଁ ଟ୍ରାଫିକ ଚେକିଂ କଡାକଡି କରିଛି ପୋଲିସ । ଗତ ଅକ୍ଟୋବର ଆଉ ନଭେମ୍ବରରେ ବିନା ହେଲମେଟ ଗାଡ଼ି ଚଳାଉଥିବାରୁ ମୋଟ 9 ହଜାର ଲୋକଙ୍କ ଠାରୁ 17 ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ, 3 ମାସ ମଧ୍ୟରେ 253ଟି ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ଆରଟିଓ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏଭଳି ଦୁର୍ଘଟଣାକୁ ଏଡାଇବାକୁ ହେଲେ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିବା ସହ ଟ୍ରାଫିକ ଆଇନକୁ କଡାକଡ଼ି ଭାବେ ପାଳନ କରିବା ନିତାନ୍ତ ଆବଶ୍ୟକ ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.