ETV Bharat / state

ଖରିଫ ଧାନସଂଗ୍ରହ ପାଇଁ ସମ୍ବଲପୁରରେ ନଭେମ୍ବର 25ରୁ ଖୋଲିବ ମଣ୍ଡି

author img

By

Published : Nov 4, 2022, 7:42 AM IST

ସମ୍ବଲପୁରରେ ଖରିଫ ଧାନସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ । ଆସନ୍ତା 25 ତାରିିଖରେ ସମ୍ବଲପୁର ଉପଖଣ୍ଡରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

district level paddy procurement committee meeting in sambalpur
ଖରିଫ ଧାନସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ, ଆସନ୍ତା 25ରେ ଖୋଲିବ ଧାନମଣ୍ଡି

ସମ୍ବଲପୁର: ଖରିଫ ଧାନସଂଗ୍ରହ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ । ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଆସନ୍ତା ନଭେମ୍ବର 25ରେ ସମ୍ବଲପୁର ଉପଖଣ୍ଡରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହାର 7 ଦିନ ପରେ କୁଚିଣ୍ଡା ଉପଖଣ୍ଡ ଓ ରେଢ଼ାଖୋଲ ଉପଖଣ୍ଡରେ ଧାନ ସଂଗ୍ରହ ପାଇଁ ମଣ୍ଡି ଖୋଲାଯିବ । ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତିରେ ଉଭୟ ଚାଷୀ ଓ ବିରୋଧୀ ଦଳର ନେତା ନିଜର ଅସନ୍ତୋଷ ଜାହିର କରିଛନ୍ତି ।

ଖରିଫ ଧାନସଂଗ୍ରହ ପାଇଁ ପ୍ରସ୍ତୁତି ବୈଠକ

ପ୍ରତ୍ୟେକ ବର୍ଷ ଧାନ ସଂଗ୍ରହ ପୂର୍ବରୁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥାଏ । ମାତ୍ର ଏବେ ଏହି କମିଟିର କୌଣସି କ୍ଷମତା ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । କେବଳ ଲୋକ ଦେଖାଣିଆଁ ଭାବେ ବୈଠକ କରୁଥିବା କହିଛନ୍ତି । ଏନେଇ ଚାଷୀନେତା କହିଛନ୍ତି, "ପୂର୍ବରୁ ଏକର ପିଛା ଜଣେ ଚାଷୀ କେତେ ଧାନବିକ୍ରି କରିବ ସେନେଇ ଜିଲ୍ଲା ସ୍ତରରେ DLPC ବୈଠକରେ ନିଷ୍ପତ୍ତି ନିଆ ଯାଉଥିବାବେଳେ ବର୍ତମାନ ରାଜ୍ୟ ସରକାର ରାଜ୍ୟ ସ୍ତରରେ ଭୁବନେଶ୍ୱରରେ ଏହାର ନିଷ୍ପତ୍ତି ନେଉଥିବାରୁ ଚାଷୀ ହଇରାଣ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: Sambalpur News: ସମ୍ବଲପୁର ମହାନଦୀ ଆନିକଟରେ ଫାଟ, ଜିଲ୍ଲାପାଳ କହିଲେ ଚିନ୍ତାର ବିଷୟ ନୁହେଁ

ମଣ୍ତି ଖୋଲିବାରେ ବିଳମ୍ବ ହେଲେ ଚାଷୀ ପାଇଁ ବଡ ସମସ୍ୟା ହେବ। ଏଥିପାଇଁ ନଭେମ୍ବର ୨୫ ତାରିଖ ପୂର୍ବରୁ ମଣ୍ଡି ଖୋଲିବା ପାଇଁ ଚାଷୀମାନେ ଦାବି କରିଛନ୍ତି । ତେଣୁ ନଭେମ୍ବର ୬ରେ ଚାଷୀ ସଂଘଠନ ସମ୍ବଲପୁର ଆନ୍ଦୋଳନ କରିବ ବୋଲି ସୂଚନା ମଧ୍ୟ ଦେଇଛି । ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ 56 ହଜାର 679 ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ମୋଟ 60ଟି ସ୍ଥାନରେ ଧାନ ସଂଗ୍ରହ ହେବ । 45ଟି ପେକ୍ସ ଓ 15ଟି ଏସଏଚଜି ଗ୍ରୁପ ଧାନ ସଂଗ୍ରହ କରିବେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ବସ୍ତା ଓ ସୁତୁଲି, ଧାନ ପରିବହନ ଖର୍ଚ୍ଚ ସରକାର ଦେଉନଥିବା ଅଭିଯୋଗ ହୋଇଛି । ମାର୍କେଟ ୟାର୍ଡ଼ରେ ଭିତ୍ତି ଭୂମିର ଅଭାବ ଥିବାବେଳେ ଏହାର ବିକାଶ ହେଉନଥିବା କୁହାଯାଇଛି ।

ଚଳିତ ଖରିଫ ଋତୁରେ ରାଜ୍ୟରେ ମୋଟ 16 ଲକ୍ଷ 99 ହଜାର 361 ଚାଷୀ ରେକର୍ଡ ଅନୁସାରେ ପଞ୍ଜିକୃତ କରିଛନ୍ତି । ଆୟୋଜିତ ବୈଠକରେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ନାଏକ ପ୍ରମୁଖଙ୍କ ସହ ବହୁ ଚାଷୀ ଓ ଚାଷୀ ନେତା ସାମିଲ ହୋଇଥିଲେ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.