ETV Bharat / state

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଭିଡ଼ିଓ ଭାଇରାଲ - ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ

ଯୁଜୁମୁରା ବ୍ଳକର ପଦାପାଣି ୟୁପି ସ୍କୁଲରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି ।

Disrespect to national flag in sambalpur
ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଭିଡ଼ିଓ ଭାଇରାଲ
author img

By

Published : Jan 29, 2020, 10:19 AM IST

Updated : Jan 29, 2020, 10:36 AM IST

ସମ୍ବଲପୁର: ଯୁଜୁମୁରା ବ୍ଳକର ପଦାପାଣି ୟୁପି ସ୍କୁଲରେ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପରେ ରାତି ସାରା ପତାକା ଉଡୁଥିବାର ଦେଖିବାକୁ ମିଳିଛି । ଏହାର ପରଦିନ ସକାଳେ କେହି ଏହାର ଭିଡିଓ ଉତ୍ତୋଳନ କରିବା ସହ ଭାଇରାଲ କରିଛନ୍ତି । ଜୁଜୁମୁରା ବ୍ଳକ ଶିକ୍ଷା ଅଧିକାରୀ ଏ ସଂପର୍କରେ କିଛି ଜାଣି ନଥିବା ସୂଚନା ଦେଇଛନ୍ତି ।

ନିୟମ ଅନୁଯାୟୀ, ସାଧାରଣତନ୍ତ୍ର ଦିବସ ପାଳନ ପରେ ସନ୍ଧ୍ୟା ପୂର୍ବରୁ ଜାତୀୟ ପତାକାକୁ ସମ୍ମାନ ସହକାରେ ଖୋଲିବା କଥା । କିନ୍ତୁ ତେବେ ପଦାପାଣି ୟୁପି ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏହାକୁ ଖୋଲିଖୋଲି ଉଲ୍ଲଙ୍ଘନ କରାଯାଇଛି । ଭିଡିଓଟି ଭାଇରାଲ ହେବା ପରେ ଗ୍ରାମବାସୀମାନ ଜାତୀୟ ପତାକାକୁ ଖୋଲିଥିବା ଜଣାପଡିଛି ।

ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗ, ଭିଡ଼ିଓ ଭାଇରାଲ

ତେବେ ଏହି ଘଟଣାରେ ସଂପୃକ୍ତ ବିଦ୍ୟାଳୟର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓର ସତ୍ୟତା କେତେ ଜଣାପଡିନାହିଁ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

Intro:ଗଣତନ୍ତ୍ର ଦିବସ ପାଳନ ଅବସରରେ ଜାତୀୟ ପତାକା କୁ ଅସମ୍ମାନ କରାଯାଇଥିବା ଅଭିଯୋଗ।ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଳକ ର ପଦାପାଣି ୟୁପି ସ୍କୁଲରେ ଏପରି ଘଟଣା ଘଟିଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା।ଗତ ଗଣତନ୍ତ୍ର ଦିବସ ପାଳନ ପରେ ଜାତୀୟ ପତାକା କୁ ଖୋଲାଯାଇନଥିଲା ଓ ସେହି ଦିନ ରାତିସାରା ଏହି ସ୍କୁଲରେ ଜାତୀୟ ପତାକା ଉଡିଥିବା ଅଭିଯୋଗ ହୋଇଛି।Body:ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକ ର ଏକ ସ୍କୁଲରେ ଜାତୀୟ ପତାକା ପ୍ରତି ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ହୋଇଛି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକର ପଦାପାଣି ୟୁପି ସ୍କୁଲରେ। ଏହି ସ୍କୁଲରେ ଗଣତନ୍ତ୍ର ଦିବସ କାଯ୍ୟକ୍ରମ ଶେଷ ହେବା ପରେ ନିୟମ ଅନୁଯାୟୀ ଜାତୀୟ ପତାକା କୁ ସମ୍ମାନ ସହକାରେ ଖୋଲିବା କଥା ତେବେ ସ୍କୁଲ କତ୍ତୃପକ୍ଷ ଙ୍କ ଅବହେଳା ଯୋଗୁଁ ସ୍କୁଲରେ ଏହି ନିୟମ କୁ ଖୋଲା ଖୋଲି ଭାବରେ ଭଙ୍ଗ କରାଯାଇଛି ବୋଲି ଅଭିଯୋଗ ହୋଇଛି। । ଏହା ସହ ଗଣତନ୍ତ୍ର ଦିବସ କାଯ୍ୟକ୍ରମ ଶେଷ ହେବା ପରେ ସେହି ଦିନ ସ୍କୁଲରେ ଜାତୀୟ ପତାକା ଖୋଲା ନଯାଇ ରାତି ସାରା ଉଡୁଥିବାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଥିବା ଦେଖାଦେଇଥିଲା । ଏହି ଘଟଣାଟି ବିଭିନ୍ନ ସୋସିଆଲ ମିଡିଆରେ ପ୍ରକାସିତ ହେବା ପରେ ଗ୍ରାମବାସୀ ମାନେ ଯାଇ କ ଜାତୀୟ ପତାକା କୁ ସମ୍ମାନ ସହକାରେ ଖୋଲିଥିଲେ ବୋଲି ଜଣାପଡିଛି । ତେବେ ଏନେଇ ଜୁଜୁମୁରା ବ୍ଳକ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୂ ସେ ଏ ବାବଦରେ କିଛି ଜାଣି ନଥିବା କହିଥିଲେ ।ତେବେ ଘଟଣା ବାବଦରେ ଉପଯୁକ୍ତ ତଦନ୍ତ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ । ତେବେ ସ୍କୁଲ ଭଲି ପବିତ୍ର ସ୍ଥାନରେ ଜାତୀୟ ପତାକା କୁ ଅସମ୍ମାନ କରିଥିବା ସ୍କୁଲର ଦୋଷୀ ଵ୍ୟକ୍ତି ଙ୍କ ବିରୋଧରେ କାଯ୍ୟାନୁଷ୍ଠା ନ ପାଇଁ ସାଧାରଣରେ ଦାବି ହୋଇଛି ।Conclusion:ତେବେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ର ସତ୍ୟତା କେତେ ତାହା ଜଣା ପଡିନି।
Last Updated : Jan 29, 2020, 10:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.