ETV Bharat / state

ଲକଡାଉନରେ ଡିଜିଟାଲ ବିବାହ, ଅନଲାଇନ କନ୍ୟାଦାନ

author img

By

Published : May 11, 2020, 9:15 PM IST

ଲକଡାଉନରେ ଡିଜିଟାଲ ବିବାହ, ଅନଲାଇନ କନ୍ୟାଦାନ । ଲକଡାଉନ ଯୋଗୁଁ 2 ଥର ଘୁଞ୍ଚିଥିଲା ବିବାହ ତାରିଖ । ଅଧିକ ପଢନ୍ତୁ....

Digital weddings in Lock Down, online bridesmaids
ଲକ ଡାଉନରେ ଡିଜିଟାଲ ବିବାହ, ଅନ ଲାଇନ କନ୍ୟାଦାନ

ସମ୍ବଲପୁର : ସମ୍ବଲପୁରରେ ଏକ ନିଆରା କନ୍ୟାଦାନ ଦେଖିବାକୁ ମିଳିଛି । ଲକ ଡାଉନରେ ବିବାହ ସମ୍ବଲପୁରରେ ହୋଇ ନ ପାରିବାରୁ ବିବାହ ହୋଇଥିଲା ଜାମସେଦପୁରରେ । ସମ୍ବଲପୁର ସ୍ଥିତ କନ୍ୟାପକ୍ଷ ଅନଲାଇନରେ କନ୍ୟାଦାନ କରି ନବ ବିବାହିତ ଦମ୍ପତ୍ତିଙ୍କୁ ଆଶୀର୍ବାଦ କରିଛନ୍ତି । କନ୍ୟା ହେଉଛି ସମ୍ବଲପୁରର ଓ ବର ହେଉଛି ଜାମସେଦପୁର ଟାଟାର । ଏହି ଦମ୍ପତିଙ୍କ ବିବାହର ତାରିଖ ଥିଲା ଗତ ମଇ 8 ତାରିଖ । ବର ପକ୍ଷଙ୍କୁ ସମ୍ବଲପୁର ଆସିବାର ସରକାରୀ ଅନୁମତି ଥିଲା, ତେବେ କନ୍ୟା ପକ୍ଷଙ୍କୁ ସମ୍ବଲପୁରରେ ବିବାହ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁମତି ମିଳିପାରିଲା ନାହିଁ । ତେବେ ପୂର୍ବରୁ ବିବାହର ତାରିଖ 2 ଥର ଲକ ଡାଉନ ଯୋଗୁଁ ଘୁଞ୍ଚିଥିଲା ।

ସେଥିପାଇଁ ଉଭୟ ପରିବାର ଲୋକେ ଗତ 8 ତାରିଖରେ ନିଆରା ଢଙ୍ଗରେ ବିବାହ କରାଇଛନ୍ତି । ବରପକ୍ଷର 3 ଜଣ ସରକାରୀ ଅନୁମତି ଓ ପାସ ସହ ସମ୍ବଲପୁର ଆସିଥିଲେ ତେବେ ସେମାନେ ସହର ଭିତରକୁ ନ ପଶି ସହର ବାହାରେ ଅପେକ୍ଷା କଲେ। ଏପଟେ ଝିଅ ପୂଜା ଠାକୁରଙ୍କୁ ତାଙ୍କର ଜଣେ ଦୂର ସମ୍ପର୍କୀୟ ନେଇ ସାମାଜିକ ଦୂରତା ରଖି ଏନଏଚ ରାସ୍ତାରେରେ ଅଟକି ଥିବା ବରପକ୍ଷଙ୍କୁ ହସ୍ତାନ୍ତର କରିଥିଲେ । ଏହା ପରେ ବରପକ୍ଷ ଝିଅକୁ ଜାମସେଦପୁର ନେଇ ଯାଇଥିଲେ । ଗତ 8 ତାରିଖରେ ହିଁ ସରକାରୀ ନିୟମ ମୁତାବକ ସାମାଜିକ ଦୂରତ୍ବ ବଜାୟ ରଖି 3 ଜଣ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥିଲା । ଆଉ ଏହି ବିବାହକୁ ସମ୍ବଲପୁରରେ ଥିବା କନ୍ୟା ପକ୍ଷ ପରିବାର ଲୋକେ ଭିଡିଓ କଳିଙ୍ଗ ଜରିଆରେ ଦେଖିଥିଲେ । ପରମ୍ପରା ଓ ରୀତିନୀତି ଅନୁସାରେ କନ୍ୟା ଦାନ କରିବା ସହ ନବ ବିବାହିତ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥିଲେ। ବର୍ତ୍ତମାନ ଲକ ଡାଉନ ସମୟରେ ଏହି ଡିଜିଟାଲ ବିବାହ ଓ କନ୍ୟାଦାନ ଚର୍ଚ୍ଚାର ବିଷୟ ହୋଇଛି ।ତେବେ ଏନେଇ ଆମ ସମ୍ବାଦଦାତା କନ୍ୟାର ପରିବାର ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.