ସମ୍ବଲପୁର: ଧମା ରେଞ୍ଜ ଅନ୍ତର୍ଗତ 2 ଟି ସ୍ଥାନରୁ ହାତୀର ପୋଡା କଙ୍କାଳ ଠାବ ଘଟଣା । ଏହାକୁ କ୍ରାଇମବ୍ରାଞ୍ଚ ଏସଟିଏଫ (STF) ଜବତ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର DFO ବିଶ୍ଵନାଥ ନିଳାମ୍ବର । ଏହା ହାତୀ ଶୀକାର ମାମଲା ହୋଇଥାଇ ପାରେ ବୋଲି ସେ କହିଛନ୍ତି ।
ଏଥିପାଇଁ ଆଜି ଜବତ ହୋଇଥିବା କଙ୍କାଳ ସବୁକୁ ବିଶେଷଜ୍ଞ ମାନଙ୍କ ପାଖକୁ ପଠାଯିବ । ଏହି ଘଟଣାରେ ବନ ବିଭାଗ ଏକ ମାମଲା ରୁଜୁ କରିଛି ଓ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି । ଏହା ସହ କିଛି ଦିନ ତଳେ ସମ୍ବଲପୁର ସାପଲହରା ଓ ବୌଦ୍ଧ ହାତୀ ଶିକାର ଘଟଣାରେ ସୁନୀଲ ଲୁଗୁନ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଡିଏଫଓ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ସମ୍ବଲପୁର