ETV Bharat / state

ନବବର୍ଷରେ ସମଲେଶ୍ବରୀଙ୍କ ଶରଣରେ ଲକ୍ଷାଧିକ ଭକ୍ତ

author img

By ETV Bharat Odisha Team

Published : Jan 1, 2024, 5:39 PM IST

Devotees Throng in Maa Samleiswari Temple : ନୂଆବର୍ଷର ପ୍ରଥମ ଦିନରେ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ରୁପାର ପରଭା ଓ ଛତ୍ରରେ ମାଆ ସମଲେଶ୍ବରୀ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ। ଅଧିକ ପଢନ୍ତୁ

ନବବର୍ଷରେ ମା ସମଲେଶ୍ବରୀଙ୍କ ଶରଣରେ ଲକ୍ଷାଧିକ ଭକ୍ତ

ସମ୍ବଲପୁର : ଆରମ୍ଭ ହୋଇଛି ଇଂରାଜୀ କ୍ୟାଲେଣ୍ଡରର ନୂଆ ବର୍ଷ ୨୦୨୪ । ଏଥି ପାଇଁ ଗତ ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଜିରୋ ନାଇଟ ସେଲିବ୍ରସନ ହୋଇଥିଲା । ଆଜି ନବ ବର୍ଷର ପ୍ରଥମ ଦିନ ଅର୍ଥାତ ଜାନୁଆରୀ 1 ତାରିଖ ଦିନ ସକାଳୁ ଲୋକମାନେ ବିଭିନ୍ନ ମନ୍ଦିରରେ ଦେବଦେବୀଙ୍କୁ ଦର୍ଶନ କରି ନବ ବର୍ଷର ଶୁଭାରମ୍ଭ କରିଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଲୋକେ ପୂଜା ଥାଳି ଧରି ମା ଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଛି l ଲୋକେ ମା ଙ୍କ ଦର୍ଶନ କରି ବର୍ଷ ତମାମ ନିଜ ପରିବାର ଲୋକଙ୍କ ଶୁଭ ମନାସି ଆଶୀର୍ବାଦ ଭିକ୍ଷା କରିଛନ୍ତି l ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଥିବା ବେଳେ, ସୁବିଧାଜନକ ପାର୍କିଂ ବ୍ୟବସ୍ଥା କରାଯାଇଛି l

ଅନ୍ୟପଟେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଧାଡି ଦର୍ଶନ ଓ ସ୍ବତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି l ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ନିଜେ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି l ତେବେ ଆଜିଠାରୁ ନୂଆ ବର୍ଷ ଅବସରରେ ମାଆ ସମଲେଶ୍ବରୀ ରୁପାର ପରଭା ଓ ଛତ୍ର ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି l ବହୁ ଦିନରୁ ମାଆ ସମଲେଶ୍ବରୀଙ୍କ ପାଇଁ ଏହି ରୁପା ନିର୍ମିତ ଛତ୍ର ଓ ପରଭା ତିଆରି ଚାଲିଥିଲା l ଏହି ଅବସରରେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ରାଜ୍ୟ ଓ ଦେଶବାସୀ ଙ୍କ ଶୁଭକାମନା କରିଛନ୍ତି l

ଏହା ମଧ୍ୟ ପଢନ୍ତୁ ... ମା' ବୁଢୀ ଠାକୁରାଣୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ସମ୍ବଲପୁର ଏସପି ମୁକେଶ ଭାମୁ ନିଜେ ମଧ୍ୟ ସମଲେଶ୍ବରୀ ମନ୍ଦିର ଯାଇ ଦର୍ଶନ ବ୍ୟବସ୍ଥା, ଟ୍ରାଫିକ ପରିଚାଳନା ଓ ପାର୍କିଙ୍ଗ ବ୍ୟବସ୍ଥା ତଦାରଖ କରିବା ପରେ ମାଙ୍କ ଦର୍ଶନ କରିଛନ୍ତି ଓ ରାଜ୍ୟବାସୀଙ୍କ ମଙ୍ଗଳ କାମନା କରିଛନ୍ତି l ଏହି ଅବସରରେରେ ସମ୍ବଲପୁର ଏସପି କହିଛନ୍ତି ଯେ ଜିଲ୍ଲା ପୋଲିସ ନୂତନ ବର୍ଷରେ ସାଧାରଣ ଜନତା ସହ ଭଲ ସମ୍ପର୍କ ରଖିବ, ପୋଲିସ ସାଧାରଣ ଜନତା ସହ ଭଲ ବ୍ୟବହାରରେ କଥା ହେବ ଓ ଅପରାଧ ନିୟନ୍ତ୍ରଣ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବ l

ବ୍ୟୁରୋ ରିପୋର୍ଟ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.