ETV Bharat / state

ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ପ୍ରସିଦ୍ଧ ବକ୍ର ମନ୍ଦିର - devotees do not visit shiva temple due to corona retication

କୋଭିଡ କଟକଣା ଯୋଗୁଁ ସୋମବାର ସମ୍ବଲପୁରର ହୁମା ସ୍ଥିତ ବିମଲେଶ୍ଵର ବାବାଙ୍କ ବକ୍ର ମନ୍ଦିର ପୂରା ପୁରି ଖାଲି । କେବଳ କେତେକ ହାତଗଣତି ଶ୍ରଦ୍ଧାଳୁ ଆସି ମନ୍ଦିର ବାହାରୁ ମହାଦେବଙ୍କ ଆଶିଷ ନେଇ ଫେରିଛନ୍ତି । ଅଧିକ ପଢନ୍ତୁ..

ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ପ୍ରସିଦ୍ଧ ବକ୍ର ମନ୍ଦିର

author img

By

Published : Jul 6, 2020, 7:14 PM IST

ସମ୍ବଲପୁର: ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ପ୍ରତ୍ୟେକ ଶିବ ମନ୍ଦିରରେ ମହାଦେବଙ୍କ ଉପରେ ଜଳାଭିଷେକ କରାଯାଇଥାଏ । ତେବେ କୋଭିଡ କଟକଣା ଯୋଗୁଁ ସୋମବାର ସମ୍ବଲପୁରର ହୁମା ସ୍ଥିତ ବିମଲେଶ୍ଵର ବାବାଙ୍କ ବକ୍ର ମନ୍ଦିର ପୂରା ପୁରି ଖାଲି । କେବଳ କେତେକ ହାତଗଣତି ଶ୍ରଦ୍ଧାଳୁ ଆସି ମନ୍ଦିର ବାହାରୁ ମହାଦେବଙ୍କ ଆଶିଷ ନେଇ ଫେରିଛନ୍ତି ।

ଶ୍ରାବଣର ପ୍ରଥମ ସୋମବାର, ଖାଁ ଖାଁ ପ୍ରସିଦ୍ଧ ବକ୍ର ମନ୍ଦିର

ଇତିହାସରେ ପ୍ରଥମ ଥର ପାଇଁ ଏହି ବକ୍ର ମନ୍ଦିରରେ ଶ୍ରାବଣ ମାସରେ ଏତେ କମ ଭକ୍ତ ଆସିଛନ୍ତି । ମୁଖ୍ୟତଃ କୋଭିଡ କଟକଣା ଯୋଗୁଁ ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ମନ୍ଦିରର ପାର୍ଶ୍ବର ଗେଟରେ ତାଲା ମରା ଯାଇ ମନ୍ଦିରକୁ ପୁରା ପୁରି ସିଲ କରି ଦିଆଯାଉଛି । ଉଭୟ ଗେଟରେ ପୋଲିସ ମୁତୟନ କରାଯାଇଛି । ଫଳରେ ଯେଉଁ କେତେକ ହାତ ଗଣତି ଶ୍ରଦ୍ଧାଳୁ ଆସିଥିଲେ ସେମାନେ ମନ୍ଦିର ବାହାରେ ଥାଇ ଭୋଳାନାଥ ଆଶୀର୍ବାଦ ନେଇ ଫେରିଛନ୍ତି ।

ବିଗତ ବର୍ଷ ଗୁଡ଼ିକରେ ଶ୍ରାବଣ ମାସରେ ସୋମବାର ଦିନରେ 10ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଆଜି ହାତ ଗଣତି ଶ୍ରଦ୍ଧାଳୁ ଆସିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.