ETV Bharat / state

ସମ୍ବଲପୁରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

author img

By

Published : Jan 14, 2021, 9:24 PM IST

Updated : Jan 14, 2021, 9:31 PM IST

ସମ୍ବଲପୁର ଗୁରୁତ୍ବପୂର୍ଣ୍ଣ ବୈଠକ । ଗ୍ରାମାଞ୍ଚଳ ଉନ୍ନୟନ ଏବଂ ଜିଲ୍ଲାର ଦାଦନ ସମସ୍ୟା ଦୂର ଉପରେ ଆଲୋଚନା । ଅଧିକ ପଢନ୍ତୁ...

ସମ୍ବଲପୁରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠିକ

ସମ୍ବଲପୁର: ଜିଲ୍ଲାର ଗ୍ରାମାଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକାରର ଉନ୍ନୟନମୂଳକ କର୍ଯ୍ୟଗୁଡ଼ିକର ସ୍ଥିତି ଓ ଅଗ୍ରଗତି ନେଇ ଜିଲ୍ଲାପାଳ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକର ଆୟୋଜନ କରିଛନ୍ତି । ସମ୍ବଲପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ସମ୍ବଲପୁରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ବୈଠକରେ ପିଡ଼ି, ଡିଆରଡିଏ, ଡିଏସଡବ୍ଲୁଓ, 9ଟି ବ୍ଳକର ବିଡ଼ିଓ, ଏଇଙ୍କ ସହ DPC, OLM, ORMAS ର ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ । ବୈଠକରେ ମୁଖ୍ୟତଃ ଜିଲ୍ଲାରେ ଚାଲିଥିବା ମନରେଗା, ଗ୍ରାମୀଣ ଗୃହ ନିର୍ମାଣ, ଓରମାସ, ଓଡିଶା ଲାଇଭଲିଉଡ ମିଶନରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା ।

ଆସନ୍ତା ମାର୍ଚ୍ଚ 31 ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ 5-ଟି ଅଧୀନରେ ଏହି ସମୀକ୍ଷା ହୋଇଥିବା ପିଡ଼ି ଡିଆରଡିଏ ସୂଚନା ଦେଇଛନ୍ତି । ଗ୍ରାମାଞ୍ଚଳରେ ଗରିବ ଲୋକେ ଯେମିତି ହଇରାଣ ନହୋଇ ଠିକ ସମୟରେ ନିଜର କାର୍ଯ୍ୟର ପାଉଣା ପାଇପାରିବେ ସେନେଇ ଗୁରୁତ୍ବ ଦେଇଛନ୍ତି ଜିଲ୍ଲାପାଳ ।

ଏଥିସହ ସମ୍ବଲପୁର ଜିଲ୍ଲାର ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକେ କିପରି ଦାଦନ ଖଟିବାକୁ ଜିଲ୍ଲା ବାହାରକୁ ନଯିବେ ସେନେଇ ମଧ୍ୟ ପଦକ୍ଷେପ ନେବାକୁ ଜିଲ୍ଳାପାଳ ଶୁଭମ ସକ୍ସେନା ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 14, 2021, 9:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.