ETV Bharat / state

ଯୁଦ୍ଧ ଭୂମିରେ ନିୟୋଜିତ ହୋଇପାରେ ଭିସୁଟ ଛାତ୍ରଙ୍କ ନିର୍ମିତ ଡିଫେନ୍ସ ପ୍ରୋଜେକ୍ଟ - defence drones made by student of VSSUT

ପୁଣି ଥରେ କୃତିତ୍ୱ ଅର୍ଜନ କଲା ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ । ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଗ୍ରହଣ କଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (Veer Surendra Sai University of Technology) । ଦେଶ ଓ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ପ୍ରସ୍ତୁତ କଲେ ଏକ ଦୁରଦୃଷ୍ଟି ସମ୍ପର୍ଣ୍ଣ ଡିଫେନ୍ସ ପ୍ରୋଜେକ୍ଟ । ଅଧିକ ପଢନ୍ତୁ

ଯୁଦ୍ଧ ଭୂମିରେ ନିୟୋଜିତ ହୋଇପାରେ ଭିସୁଟ ଛାତ୍ରଙ୍କ ନିର୍ମିତ ଡିଫେନ୍ସ ପ୍ରୋଜେକ୍ଟ

author img

By

Published : Oct 28, 2022, 7:29 AM IST

ସମ୍ବଲପୁର: ପୁଣି ଥରେ କୃତିତ୍ୱ ଅର୍ଜନ କଲା ସମ୍ବଲପୁର ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବା ଭିସୁଟ । ସମଗ୍ର ଦେଶରେ ଦ୍ଵିତୀୟ ସ୍ଥାନ ଗ୍ରହଣ କଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (Veer Surendra Sai University of Technology) । ଦେଶ ଓ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ପ୍ରସ୍ତୁତ କଲେ ଏକ ଦୂରଦୃଷ୍ଟି ସମ୍ପର୍ଣ୍ଣ ଡିଫେନ୍ସ ପ୍ରୋଜେକ୍ଟ ।

ଯୁଦ୍ଧ ଭୂମିରେ ନିୟୋଜିତ ହୋଇପାରେ ଭିସୁଟ ଛାତ୍ରଙ୍କ ନିର୍ମିତ ଡିଫେନ୍ସ ପ୍ରୋଜେକ୍ଟ

ବୁର୍ଲା ଭିସୁଟର ଏକ ଦଳ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ସଂଗଠିତ ସମ୍ମାନଜନକ ପାନ-ଇଣ୍ଡିଆ ଇନୋଭେସନ ପ୍ରତିଯୋଗିତା "ଡେୟାର ଟୁ ଡ୍ରିମ ୩.୦"ର ତୃତୀୟ ସଂସ୍କରଣରେ ଦ୍ୱିତୀୟ ରନର ଅପ ହେବା‌ସହ ୩ ଲକ୍ଷ ଟଙ୍କା ପୁରସ୍କାର ପାଇଛନ୍ତି । ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ପରିଚାଳିତ "ଆତ୍ମନିର୍ଭର ଭାରତ" ନିର୍ମାଣକୁ ଦୃଷ୍ଟିରେ ରଖି ଦେଶରେ ପ୍ରତିରକ୍ଷା ଏବଂ ମହାକାଶ ଗବେଷଣାରେ ନୂତନତ୍ୱ ସୃଷ୍ଟି ପାଇଁ ଉଭୟ ବ୍ୟକ୍ତି ବିଶେଷ ତଥା ଷ୍ଟାର୍ଟଅପ ମାନଙ୍କୁ ପ୍ରୋତ୍ସାହିତ କରିବାକୁ ଏକ ବର୍ଷବ୍ୟାପୀ ପ୍ରତିଯୋଗିତାର ଆରମ୍ଭ ହୋଇଥିଲା । ଏହି କ୍ରମରେ ଡିଆରଡିଓର ବୈଜ୍ଞାନିକଙ୍କ ଦ୍ବାରା ଅନଲାଇନ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ସ୍କ୍ରିନିଂ ଟେଷ୍ଟ ଅନୁଷ୍ଠିତ ହେବାପରେ ଫଳାଫଳ, ୧୩ ଅକ୍ଟୋବର, ୨୦୨୨ରେ ଘୋଷଣା କରାଯାଇଥିଲା।

୨୦ ଅକ୍ଟୋବର ୨୦୨୨ରେ ଗୁଜୁରାଟର ଗାନ୍ଧୀନଗର ଡିଫେକ୍ସପୋ ୨୦୨୨ରେ ବିଜେତାମାନଙ୍କ ଉତ୍ସବର ଆୟୋଜନ କରାଯାଇଥିଲା‌ ଯେଉଁଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଡିଆରଡିଓ ର ଅଧ୍ୟକ୍ଷ ସମୀର ଭି. କମାଟ ଉପସ୍ଥିତ ଥିଲେ । ବୁର୍ଲା ଭିସୁଟର ଅନ୍ତିମ ବର୍ଷର ଛାତ୍ର ସିଦ୍ଧାର୍ଥ ମହାନ୍ତି, ସୁଧାଂଶୁ ପାଣିଗ୍ରାହୀ, ଆହ୍ୱାନ ପ୍ରଧାନ, ଅଶୁଂମାନ ମହାପାତ୍ର, ରାଜଦୀପକ ମହନ୍ତୋ ଏବଂ ବିନୟ କୁମାର ମହନ୍ତୋଙ୍କୁ ନେଇ ଭିସୁଟର ଦଳ ଗଠିତ ହୋଇଥିଲା । ଏହି‌ ଦଳ ଦୀର୍ଘ 2 ବର୍ଷ ଧରି ଏହି ପ୍ରୋଜେକ୍ଟ ଉପରେ ବିଭିନ୍ନ ଦିଗକୁ ଅନୁସନ୍ଧାନ କରି ଏହି ପ୍ରୋଜେକ୍ଟକୁ ସଫଳ କରିଛନ୍ତି । ଜୈବ ଯୁଦ୍ଧର ଆଗମନ ଏବଂ ଆଣବିକ ତଥା ରେଡିଓଲୋଜିକାଲ ଅସ୍ତ୍ରର ଅଗ୍ରଗତି ଆଧୁନିକ ଯୁଦ୍ଧର ରୂପରେଖକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି ।

ଏହି ବିପଦ ଗୁଡିକୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଭାବରେ ହ୍ରାସ କରିବା ପାଇଁ ଗଭୀର ଅନୁସନ୍ଧାନର‌ ଆବଶ୍ୟକତା ରହିଛି । ଏହି ସମସ୍ୟାର ସମାଧାନ ପାଇଁ ଭିସୁଟର ଏହି ଯୁବ ବର୍ଗ "MCDS-Mobile CBRNe Detection System" ଭାବରେ ଏହି ଅର୍ଦ୍ଧ-ସ୍ୱୟଂଶାସିତ ସିଷ୍ଟମର ଉଦ୍ଭାବନ କରିଛନ୍ତି ଯେଉଁଥିରେ‌ ସ୍ୱ-ଚାଳିତ ମାନବ ବିହୀନ ଗ୍ରାଉଣ୍ଡ ଭେଇକିଲ (UGV) ସହ ଯୁଦ୍ଧ ଅଂଚଳରେ ରସାୟନ, ଜୈବିକ ତଥା ଆଣବିକ ତରଙ୍ଗକୁ ଅନୁମାନ କରିପାରୁଥିବା ସେନସର‌ମାନ ନିୟୋଜିତ ହୋଇଛି।

ଏହାର ମଡ୍ୟୁଲାର ଏବଂ କମ୍ପାକ୍ଟ ନିର୍ମାଣ ଶୈଳୀ ଏହାକୁ ଯୁଦ୍ଧ ଅଞ୍ଚଳରେ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ ଉପସ୍ଥିତ ରହିବାକୁ ଅତ୍ୟନ୍ତ ଉପଯୁକ୍ତ କରିଥାଏ । ସ୍ୱଳ୍ପ ମୂଲ୍ୟର ଏହି ଅନ ବୋର୍ଡ ଇଣ୍ଟିଗ୍ରେଟେଡ ସେନ୍ସର ମଡ୍ୟୁଲ ଏକ ସୁରକ୍ଷିତ ଦୂରତା ରୁ ବିଭିନ୍ନ ପ୍ରକାରର ବିସ୍ଫୋରକ ସାମଗ୍ରୀକୁ ଚିହ୍ନଟ କରିବା ପାଇଁ ଏକ ଦ୍ରୁତ ଏବଂ ବାସ୍ତବ ସମୟ ମଧ୍ୟରେ ପ୍ରତିକ୍ରିୟା ଦେଇଥାଏ । ସ୍ଵୟଂ ଚାଳିତ କାର୍ଯ୍ୟ ପାଇଁ ଏହାର ଏକ ଗତିଶୀଳ ଚାର୍ଜିଂ ସିଷ୍ଟମ ମଧ୍ୟ କାର୍ଯ୍ୟକାରୀ କରେ ଯାହା UGVର କାର୍ଯ୍ୟପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଏହାବ୍ୟତୀତ ଏହି ପ୍ରକଳ୍ପ, ପର୍ଯ୍ୟଟନ ସ୍ଥାନ ଭଳି ଜାତୀୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ତଥା ଡକ୍ୱାର୍ଡ, ବିମାନବନ୍ଦର, ରେଳଷ୍ଟେସନ ପରି ଅଞ୍ଚଳରେ ସହଜରେ ନିୟୋଜିତ ହୋଇପାରିବ ଯେଉଁଠାରେ ସୁରକ୍ଷା ପ୍ରାୟତଃ ପ୍ରାଥମିକତା ଅଟେ ।

ବର୍ତ୍ତମାନ ଏହି ପ୍ରକଳ୍ପଟି ସିମୁଲେସନ ପର୍ଯ୍ୟାୟରେ ଅଛି ଏବଂ ନିକଟ ଭବିଷ୍ୟତରେ ପ୍ରୋଟୋଟାଇପ ବିକାଶ ପାଇଁ ଡିଆରଡିଓ ଲ୍ୟାବ ସହିତ ସହଯୋଗ କରିବାକୁ ଦଳ ଲକ୍ଷ୍ୟ ରଖିଛି । ବୁର୍ଲା ଭିସୁଟ ଛାତ୍ରଙ୍କ ଦ୍ୱାରା ଏହି ସୁନାମଯୋଗ୍ୟ ପ୍ରୋଜେକ୍ଟ ସମଗ୍ର ଦେଶ ହିତରେ ସମର୍ପଣ କରିବା ସମଗ୍ର ରାଜ୍ୟ ନିମନ୍ତେ ଗର୍ବର ବିଷୟ ବୋଲି ଏହି ଛାତ୍ର ମାନେ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.