ETV Bharat / state

ଏ ଯୁଗର ଭକ୍ତ ଦାସିଆ ! ଏକାକୀ ତିଆରି କରୁଛନ୍ତି ରଥ

ରଥଯାତ୍ରା ବିଭିନ୍ନ ଲୋକ କରୁଥିବାବେଳେ ସମ୍ବଲପୁର ଜିଲ୍ଲା ହୀରାକୁଦ ନିକଟସ୍ଥ ସିଲିପଥର ଗାଁରେ ସୁବାଷ ଲୁହା ନାମକ ଜଣେ ମତ୍ସ୍ୟଜୀବୀ ଏକାକୀ ନିଜ ଉଦ୍ୟମରେ ଦୁଇ ବର୍ଷ ହେଲା ରଥଯାତ୍ରା କରିଆସୁଛନ୍ତି ।

author img

By

Published : Jul 12, 2019, 8:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଭାବ ବିନୋଦିଆ କାଳିଆ ଠାକୁର । ଭକ୍ତର ଭକ୍ତିରେ ବନ୍ଧା । କୁହାଯାଏ କାଳିଆ ପାଖରେ ନାହିଁ ଜାତି ଅଜାତି । ଦାସିଆ ବାଉରୀଠୁ ଆରମ୍ଭ କରି ଭକ୍ତ ସାଲବେଗ ପର୍ଯ୍ୟନ୍ତ ଏହାର ଜ୍ବଳନ୍ତ ଉଦାହରଣ । ଏହା ସହ ଯେଉଁ ଭକ୍ତମାନେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କରିପାରନ୍ତି ନାହିଁ ତାଙ୍କ ପାଇଁ ରଥଯାତ୍ରା ସମୟରେ କାଳିଆ ସାଆନ୍ତ ରଥାରୂଢ ହୁଅନ୍ତି ବୋଲି ଲୋକକଥା ଅଛି । ରଥଯାତ୍ରା କେବଳ ପୁରୀରେ ନୁହେଁ ବରଂ ରାଜ୍ୟର ଗାଁ ଗଣ୍ଡାଠୁ ଆରମ୍ଭ କରି ଦେଶ ଓ ବିଦେଶରେ ମଧ୍ୟ ଅନୁଷ୍ଠିତ ହୁଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ରଥଯାତ୍ରା ବିଭିନ୍ନ ଲୋକ କରୁଥିବାବେଳେ ସମ୍ବଲପୁର ଜିଲ୍ଲା ହୀରାକୁଦ ନିକଟସ୍ଥ ସିଲିପଥର ଗାଁରେ ସୁବାଷ ଲୁହା ନାମକ ଜଣେ ମତ୍ସ୍ୟଜୀବୀ ଏକାକି ନିଜ ଉଦ୍ୟମରେ ଦୁଇ ବର୍ଷ ହେଲା ରଥଯାତ୍ରା କରିଆସୁଛନ୍ତି । ସୁବାଷ ପେଶାରେ ଜଣେ ମତ୍ସ୍ୟଜୀବୀ । ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି । ଏହା ସହ ସେ ନିଜ ଗାଁର କିର୍ତ୍ତନ ମଣ୍ତଳିର ଗାୟକ ମଧ୍ୟ ଅଛନ୍ତି । ତେବେ ଜଗନ୍ନାଥ ପ୍ରତି ରହିଛି ତାଙ୍କର ଅଗାଢ ଭକ୍ତି । କାଳିଆ ଠାକୁରଙ୍କ ପ୍ରତି ଥିବା ତାଙ୍କର ଅଗାଢ ଭକ୍ତି ତାଙ୍କୁ ଗତ ଦୁଇ ବର୍ଷ ହେଲା ଏକାକୀ ଏକ ରଥ ଯାତ୍ରା ଆୟୋଜନ କରିବାର ପ୍ରେରଣା ଦେଉଛି ବୋଲି ସେ କୁହନ୍ତି । ନିଜ ଉଦ୍ୟମ ଓ ନିଜ ଖର୍ଚ୍ଚରେ ସେ ଏହି ରଥ ତିଆରି କରୁଥିବା କହିଛନ୍ତି ।

ଆଜି ମଧ୍ୟ ଅନେକ ସ୍ଥାନରେ ରଥଯାତ୍ରାରେ ପ୍ରତ୍ୟକ୍ଷ ଭାବେ ଦଳିତମାନଙ୍କୁ ସାମିଲ ହେବାକୁ ଦିଆଯାଉ ନଥିବାରୁ ସୁବାଷ ଏପରି ରଥଯାତ୍ରା କରୁଛନ୍ତି ବୋଲି ମଧ୍ୟ କୁହନ୍ତି । ଏହି ରଥଯାତ୍ରାରେ ସୁବାଷଙ୍କୁ ସାହି ପଡିଶା ଲୋକ ସହଯୋଗ କରୁଥିଲେ ମଧ୍ୟ ସୁବାଷ କେବେ କାହାରି ଠାରୁ ଆର୍ଥିକ ସହାୟତା ମାଗନ୍ତି ନାହିଁ ।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ

Intro:ଉତ୍କଳିୟ ସଂକୃତି ଆରଧ୍ୟ ଦେବତା ହେଉଛନ୍ତି ଜଗତର ନାଥ ଶ୍ରୀ ଜଗନ୍ନାଥ । ଆଉ ଜଗତର ନାଥ ଜଗନ୍ନାଥଙ୍କ ର ରଥ ଯାତ୍ରା ହେଉଛି ଉତ୍କଲିୟ ସଂକୃତିର ପରିଚୟ । ବିଶ୍ବାସ କରାଯାଏ ଯେଉ ଭକ୍ତ ବା ଶ୍ରଦ୍ଧାଲୁ ମାନେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଶ୍ରୀ ମନ୍ଦିର କୁ ଯାଇପାରନ୍ତି ନାହିଁ ସେମାନଙ୍କୁ ଦର୍ଶନ ଦେବା ପାଇଁ ଭଗବାନ ଜଗନ୍ନାଥ ନିଜେ ଶ୍ରୀ ମନ୍ଦିର ରୁ ବାହାରି ରଥାରୁଡ ହୋଇ ସମସ୍ତ ଭକ୍ତ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦିଅନ୍ତି । ଆଉ କେବଳ ପୁରୀ ରେ ନୁହ ସମଗ୍ର ଦେଶ ତଥା ବିଦେଶରେ ଏବେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏମିତି ଏକ ଅନନ୍ୟ ରଥଯାତ୍ରା ହେଊଛି ସମ୍ବଲପୁର ଜିଲ୍ଲା ହୀରାକୁଦ ନିକଟସ୍ଥ ସିଲିପଥର ଗାଁ ରେ । ଏହି ଗାଁ ର ସୁବାଷ ଲୁହା ନାମକ ଜଣେ ଦଳିତ ଏକାକି ନିଜ ଉଦ୍ୟମରେ ଦୁଈ ବର୍ଷ ହେଲା ରଥଯାତ୍ରା କରି ଆସୁଛନ୍ତିBody: ।
- ଏ ହେଉଛନ୍ତି ସମ୍ବଲପୁର ହୀରାକୁଦ ନିକଟସ୍ଥ ସିଲିପଥର ଗାଁର ସୁବାଷ ଲୁହା ।ପେଷାରେ ସେ ଜଣେ ମତ୍ସ୍ୟଜିବି । ନଦୀରୁ ମାଛ ମାରି ପରିବାର ପାଳନ ପୋଷଣ କରନ୍ତି । ତେବେ ଜଗନ୍ନାଥ ପ୍ରତି ରହିଛି ତାଙ୍କର ଅଗାଢ ଭକ୍ତି । ଏହା ସହ ସେ ନିଜ ଗାଁ ର କିର୍ତ୍ତନ ମଣ୍ତଳିର ଗାୟକ ମଧ୍ୟ । ଏଥିପାଇ କାଳିଆ ଠାକୁରଙ୍କ ପ୍ରତି ଥିବା ତାଙ୍କର ଅଗାଢ ଭକ୍ତି ତାଙ୍କୁ ଗତ ଦୁଇ ବର୍ଷ ହେଲା ଏକାଠି ଏକ ରଥ ଯାତ୍ରା ଆୟୋଜନ କରିବାର ପ୍ରେରଣା ଦେଉଛି ବୋଲି ସେ କୁହନ୍ତି । କାଳିଆ ଙ୍କ ସହିତ ଥିବା ତାଙ୍କର ଅନ୍ୟନ୍ନ ଭକ୍ତି ଯୋଗୁ ସେ ଦାରିଦ୍ରିୟତା ଭିତରେ ଥାଇ ମଧ୍ୟ ରତଯାତ୍ରା କରିଵାର ମାନସିକ କରିଥିଲେ ।ଏଥି ପାଇଁ ଗତ ଦୁଇ ବର୍ଷ ହେଲା ନିଜ ଉଦ୍ୟମରେ ଓ ନିଜ ଖର୍ଚ୍ଚରେ ଏକ ରଥ ତିଅରୀ କରି ରଥଯାତ୍ରା କରୁଛନ୍ତି ଏହି ଦଳିତ ମତ୍ସ୍ୟଜିବୀ ।

ବାଇଟ ୧- ସୁବାଷ ଲୁହା, ରଥଯାତ୍ରା କରୁଥିବା ଦଳିତ।
ବାଇଟ ୨- ଦମୟନ୍ତି ଲୁହା, ସୁବାଷଙ୍କ ପତ୍ନୀ।

ଭିଓ ୨- ଆଜି ମଧ୍ୟ ଆମର ସମାଜରେ ଅନେକ ପରିବତ୍ତନ ଆସିଥିଲେ ମଧ୍ୟ କେତେକ ସ୍ଥାନରେ ଏବେ ବି ଛୁଆ ଅଛୁଆ ଭେଦ ଭାବ ପ୍ରଥା ରହିଛି । ଏବେ ବି ଅନେକ ଗାଁ ରହିଛି ଯେଉଠି ରଥଯାତ୍ରା ହେଉ ବା ଅନ୍ୟ କୌଣସି ଧାର୍ମିକ ଅନୁଷ୍ଠାନ ହେଉ ନିଚ ଜାତି ବା ଦଳିତ ମାନଙ୍କ ସହିତ ପାତର ଅନ୍ତର ହେଉଛି । ଏଭଲି ପରିସ୍ଥିତିରେ ଅନେକ ସ୍ଥାନରେ ରଥଯାତ୍ରାରେ ପତକ୍ଷ୍ୟ ଭାବେ ଦଳିତମାନଙ୍କୁ ସାମିଲ ହେବାକୁ ଦିଅାଯାଉ ନଥିବାରୁ ସିଲିପଥର ର ସୁବାଷ ଲୁହା ଏପରି ନିଜ ଉଦ୍ୟମରେ ରଥଯାତ୍ରା କରୁଛନ୍ତି ବୋଲି ମଧ୍ୟ କୁହନ୍ତି । ଏହି ରଥଯାତ୍ରାରେ ସୁବାଷ ଙ୍କୁ ସାହି ପଡିଶା ଲୋକ ସହଯୋଗ କରୁଥିଲେ ମଧ୍ୟ ସୁବାଷ କେବେ କାହାରି ଠାରୁ ଆର୍ଥିକ ସହାୟତା ମାଗନ୍ତି ନାହିଁ ।

ବାଇଟ ୩-ବିଶାଖା କରାଳି, ସ୍ଥାନୀୟ ମହିଳା।
ବାଇଟ-4-ନେପାଳ ଜାମଡୁଳିଆ, ସ୍ଥାନୀୟ ଲୋକ।

Conclusion:ସୁବାଷଙ୍କ ଏହି ରଥଯାତ୍ରା ରେ ଦୁଇଟି ଜୀନିଷ ଦେଖିବାକୁ ମିଳେ । ପ୍ରଥମତଃ ଯେ କୌଣସି ବର୍ଗ ବା ଧର୍ମ ର ଲୋକର ହୃଦୟରେ କାଳିଆଙ୍କ ପ୍ରତି ଭକ୍ତି ଭାବ ରହି ପାରେ ଓ ଅନ୍ୟଟି ହେଲା ଏବେ ବି ଜାତି ପ୍ରଥା ବଚି ରହିଥିବାରୁ ଜଣେ ଦଳିତ କୁ ନିଜେ ରଥଯାତ୍ରା କରିବାକୁ ପଡୁଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.