ETV Bharat / state

ସମ୍ବଲପୁରରେ ଦ୍ୱିତୀୟ ଡୋଜ କୋଭିଡ ଟୀକାକରଣ ଆରମ୍ଭ

author img

By

Published : May 7, 2021, 7:15 PM IST

ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣର ସ୍ଥିତିକୁ ଦେଖି ଦ୍ଵିତୀୟ ଡୋଜ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନେଇଥିବା ବ୍ୟକ୍ତିଙ୍କୁ ଦିଆଯାଉଛି ଟିକା । ଅଧିକ ପଢନ୍ତୁ...

covid19 second dose vaccination in sambalpur
ସମ୍ବଲପୁରରେ ଦ୍ୱିତୀୟ ଡୋଜ କୋଭିଡ ଟୀକାକରଣ ଆରମ୍ଭ

ସମ୍ବଲପୁର: ଦ୍ବିତୀୟ ଡୋଜ କୋଭିଡ ଟୀକାର ପ୍ରକ୍ରିୟା ଆରମ୍ଭ । ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମଣର ସ୍ଥିତିକୁ ଦେଖି ଦ୍ଵିତୀୟ ଡୋଜ କୋଭିଡ ଟୀକାକରଣ ଆରମ୍ଭ ହୋଇଛି। ଗତ ମାର୍ଚ୍ଚ 18 ପୂର୍ବରୁ ଯେଉଁ ବ୍ୟକ୍ତି ପ୍ରଥମ ଡୋଜ ଟୀକା ନେଇଛନ୍ତି ସେହି ବ୍ୟକ୍ତିଙ୍କ ସମ୍ବଲପୁର ମହାନଗରର କେତେକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଦ୍ବିତୀୟ ଡୋଜ ଟୀକାକରଣ ହୋଇଛି।

ସକାଳ 8 ରୁ 12 ଟା ଓ ଅପରାହ୍ନ 3 ରୁ 6 ଟା ପର୍ଯ୍ୟନ୍ତ ଲୋକଙ୍କୁ ଟୀକାକରଣ କରାଯାଇଛି। କିଛି ଦିନ ପୂର୍ବରୁ ଟୀକାକରଣ ପାଇଁ ପଞ୍ଜିକରଣରେ କିଛିଟା ସମସ୍ୟା ଥିବା ଅଭିଯୋଗ ହୋଇଥିଲା। ତେବେ ସେହି ସମସ୍ୟା ବର୍ତ୍ତମାନ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ତେବେ ପୂର୍ବରୁ ଟୀକା ନେବାରେ ଲୋକଙ୍କ ମନ ଭିତରେ ଆଶଙ୍କା ଥିବାବେଳେ ବର୍ତ୍ତମାନ ଲୋକ ସ୍ବତପ୍ରବୃତ ଭାବେ ଟୀକା ନେବା ପାଇଁ ଲାଇନରେ ଛିଡା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ 60 ହଜାର ଲୋକ ଦ୍ଵିତୀୟ ଡୋଜ ଟୀକା ନେବେ ।

ତେବେ ବର୍ତ୍ତମାନ ମଧ୍ୟ ଜିଲ୍ଲାରେ ଆବଶ୍ୟକ ମୁତାବକ ଟୀକା ନଥୁବାରୁ ଜିଲାର ସବୁ ଟୀକକାରଣ କେନ୍ଦ୍ର ରେ ଦ୍ଵିତୀୟ ଡୋଜ ଟୀକାକରଣ ଆରମ୍ଭ ହୋଇନାହିଁ। ତେବେ ଅତିଶୀଘ୍ର ଜିଲ୍ଲାର ସମସ୍ତ ଟୀକାକରଣ କେନ୍ଦ୍ରରେ ଦ୍ଵିତୀୟ ଡୋଜ ଟୀକାକରଣ ଆରମ୍ଭ ହେବ ବୋଲି କୁହାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.