ETV Bharat / state

ଆଜି ସମ୍ବଲପୁରରେ ପହଞ୍ଚିବ କୋରୋନା ଟୀକା, ପ୍ରସ୍ତୁତି ଶେଷ

author img

By

Published : Jan 13, 2021, 10:31 AM IST

ଆଜି ସମ୍ବଲପୁରରେ ପହଞ୍ଚିବ କୋରୋନା ଟୀକା । ଏନେଇ ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗର ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସେପଟେ ସମ୍ବଲପୁର ଏଚ୍‌ଡିଏଡିପିଏଚ୍‌ଓ, ଏଫଡବ୍ଲୁ କୁବେର ମହାନ୍ତ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସମ୍ବଲପୁର: ବର୍ତ୍ତମାନ ଦେଶର ସବୁ ରାଜ୍ୟକୁ କୋରୋନା ଟୀକା ପଠାଇବାର ପ୍ରକିକ୍ରିୟା ଚାଲିଛି । ସେହିପରି ଓଡିଶାରେ ମଧ୍ୟ ମଙ୍ଗଳବାର ଟୀକା ପହଞ୍ଚିଥିଲା । ଆଉ ଆଜି ସମ୍ବଲପୁର ଜିଲ୍ଲାକୁ ଏହି ଟୀକା ପଠାଯିବ l ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏଵଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ଜିଲ୍ଲା ସ୍ବାସ୍ଥ୍ୟ ପକ୍ଷରୁ ଏକ ସ୍ବତନ୍ତ୍ର ଭ୍ୟାକସିନ ଭ୍ୟାନରେ ଭୁବନେଶ୍ବରରୁ ଟୀକା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି l କୋରୋନା ଟୀକା ସମ୍ବଲପୁରରେ ପହଞ୍ଚିଲା ପରେ ଆଞ୍ଚଳିକ ଟୀକା ଭଣ୍ଡାରରେ ସୁରକ୍ଷିତ ଭାବରେ ରଖାଯିବାର ବନ୍ଦବୋସ୍ତ ହୋଇଛି l ଆସନ୍ତା 16ରେ ଜିଲ୍ଲାର 5 ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯିବ l

ଆଜି ସମ୍ବଲପୁରରେ ପହଞ୍ଚିବ କୋରୋନା ଟୀକା

ସେପଟେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ଭିମସାର ମେଡ଼ିକାଲ, କୁଚିଣ୍ଡା ହସ୍ପିଟାଲ, ରେଢ଼ାଖୋଲ ହସ୍ପିଟାଲ, ଅଇଁଠାପାଲ ସରକାରୀ ହସ୍ପିଟାଲ, ଧନକଉଡା ସରକାରୀ ହସ୍ପିଟାଲ, ହୀରାକୁଦ ସହରାଞ୍ଚଳ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକା ଦିଆଯିବ ବୋଲି ସମ୍ବଲପୁର ଜିଲ୍ଲା ଏଚ୍‌ଡିଏଡିପିଏଚ୍‌ଓ, ଏଫଡବ୍ଲୁ କୁବେର ମହନ୍ତ ସୂଚନା ଦେଇଛନ୍ତି l

ସମ୍ବଲପୁରରୁ ବାଦଶାହ୍ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.