ସମ୍ବଲପୁର: ବୁର୍ଲା ପରେ ଏବେ ସମ୍ବଲପୁର ସହରରେ କୋରୋନା ସ୍ଥିତି ବିଗିଡିବାରେ ଲାଗିଛି । ସ୍ଥାନୀୟ ମୁଦିପଡା ଅଞ୍ଚଳର ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ଗ୍ରହଣ କରାଯାଇଛି ।
ସମ୍ବଲପୁର ସହରର ମୁଦିପଡା ନିକଟସ୍ଥ ଆମ୍ବେଦକର ନଗରକୁ ଏକ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ସମ୍ପୁର୍ଣ୍ଣ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି । ସେହିପରି ଠେଲକୋପଡ଼ା ଓ ସମଲେଶ୍ବରୀ କଲୋନୀ କୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳରେ ବ୍ୟାରିକେଡ କରାଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରି ଦିଆଯାଇଛି ।
ଅନ୍ୟପଟେ ଅଇଁଠାପାଲି ଛକରୁ କାଇଁସିର ରାସ୍ତାରେ ଥିବା ମୌର୍ଯ୍ୟ ରେସିଡେନ୍ସି ଅପର୍ଟମେଣ୍ଟ ଅଞ୍ଚଳ ରେ 144 ଧାରା ଲଗା ଯାଇଛି । ପ୍ରତ୍ୟେକ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ କଡା ପହରା ଦିଆଯାଉଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ