ETV Bharat / state

ହାସ୍ୟ କଳାକାର ଯୋଗେଶ ଯୋଜୋଙ୍କ ଅପହରଣ ମିଛ: ଏସପି

author img

By

Published : Jun 23, 2022, 10:36 PM IST

ସମ୍ବଲପୁରର ହାସ୍ୟ କଳାକାର ଯୋଗେଶ ଯୋଜୋଙ୍କ ଅପହରଣ ମାମଲା ମିଥ୍ୟା ବୋଲି କହିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । ଅଧିକ ପଢନ୍ତୁ

ହାସ୍ୟ କଳାକାର ଯୋଗେଶ ଯୋଜୋଙ୍କ ଅପହରଣ ମିଛ: ଏସପି
ହାସ୍ୟ କଳାକାର ଯୋଗେଶ ଯୋଜୋଙ୍କ ଅପହରଣ ମିଛ: ଏସପି

ସମ୍ବଲପୁର: ସମ୍ବଲପୁରର ହାସ୍ୟ କଳାକାର ଯୋଗେଶ ଯୋଜୋଙ୍କ ମିଥ୍ୟା ଅପହରଣ ମାମଲା ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର । କିଛିଦିନ ପୂର୍ବରୁ ସମ୍ବଲପୁରର ଏହି ହାସ୍ୟ କଳାକାରଙ୍କୁ କେହି ଅପହରଣ କରି ମାଡ଼ପିଟ କରିଥିବା ନେଇ ସମ୍ବଲପୁର ଅଇଁଠାପାଲି ଥାନାରେ ଏତଲା ଦେଇଥିଲେ । ସେତେବେଳେ ଏହି ଘଟଣା ପ୍ରଘଟ ହେବା ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ପୋଲିସ ଏନେଇ ତଦନ୍ତ ଆରମ୍ଭ ମଧ୍ୟ କରିଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ଅପହରଣ ଘଟଣାଟି ମିଥ୍ୟା ବୋଲି ପ୍ରମାଣିତ ହେବା ପରେ ନିଜେ ଯୋଗେଶ ଯୋଜୋ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପ୍‌ଲୋଡ଼ କରି ନିଜର ମାନସିକ ସ୍ଥିତି ଭଲ ନଥିବାରୁ ମିଥ୍ୟା ଅପହରଣ ମାମଲା ରୁଜ୍ଜୁ କରିଥିବା ନିଜେ କହିଥିଲେ ।

ସେତେବେଳେ ସେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏମିତି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଲା । ଏନେଇ ସମ୍ବଲପୁର ଏସପି ପ୍ରତିକ୍ରିୟା ରଖି କହିଛନ୍ତି, ଯୋଗେଶ ମାନସିକ ଅବସାଦରେ ଥିବା ନେଇ ନିଜେ ପୋଲିସ ଆଗରେ ବୟାନ ଦେଇଛନ୍ତି । ତାଙ୍କର କ୍ୟାରିୟରର ବର୍ତ୍ତମାନ ଭଲ ନଥିବାରୁ ତାଙ୍କର ମାନସିକ ସ୍ଥିତି ଭଲ ନଥିବା ପୋଲିସ ଆଗରେ ସେ ସ୍ୱୀକାର କରିଥିବା ଏସପି କହିଛନ୍ତି । ସେଥିପାଇଁ ତାଙ୍କର ସାଇକୋଲୋଜିକାଲ କାଉନସେଲିଂ କରାଯାଇଛି ଓ ଆଗକୁ ଅଧିକ କାଉନସେଲିଂ ପାଇଁ ଜିଲ୍ଲା DSWOଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.