ETV Bharat / state

ଆମ ଓଡିଶା ନବୀନ ଓଡିଶା ପାଇଁ ବଦଳିଗଲା ପରୀକ୍ଷା ସମୟ ! - ଆମ ଓଡିଶା ନବୀନ ଓଡିଶା

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଗୁଣ୍ଡେରପୁର ହାଇସ୍କୁଲ ପରିସର ଭିତରେ ଥିବା ଖେଳ ପଡିଆରେ ହୋଇଛି । ଆଜି ସ୍କୁଲର ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ସକାଳ 10 ଟା ସମୟରେ ହେବାକୁ ନିର୍ଦ୍ଧାରିତ ହୋଇଥିଲା । ଅଧିକ ପଢନ୍ତୁ

ଆମ ଓଡିଶା ନବୀନ ଓଡିଶା ପାଇଁ ବଦଳିଗଲା ପରୀକ୍ଷା ସମୟ!

author img

By ETV Bharat Odisha Team

Published : Nov 4, 2023, 11:03 PM IST

ଆମ ଓଡିଶା ନବୀନ ଓଡିଶା ପାଇଁ ବଦଳିଗଲା ପରୀକ୍ଷା ସମୟ!

ସମ୍ବଲପୁର: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ବଦଳି ଗଲା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପରୀକ୍ଷାର ନିର୍ଦ୍ଧାରିତ ସମୟ l ସରକାରୀ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଭୋଗିଲେ ଅସୁବିଧା । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସମ୍ବଲପୁର ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଲକ ଗୁଣ୍ଡେରପୁର ହାଇସ୍କୁଲ ପରିସର ଭିତରେ ଥିବା ଖେଳ ପଡିଆରେ ହୋଇଛି । ଆଜି ସ୍କୁଲର ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଷାଣ୍ମାସିକ ପରୀକ୍ଷା ସକାଳ 10 ଟା ସମୟରେ ହେବାକୁ ନିର୍ଦ୍ଧାରିତ ହୋଇଥିଲା । ହେଲେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ଏହି ପରୀକ୍ଷାକୁ ସକାଳ 7 ଟା ରୁ କରିଦିଆ ଗଲା ବୋଲି ଅଭିଯୋଗ ଆଣିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ l ଏଭଳି ସ୍ଥିତିରେ ଛାତ୍ରଛାତ୍ରୀ ମାନେ ବିନା କାରଣରେ ଚାପର ଶିକାର ହୋଇଥିବା ଅଭିଯୋଗ ଆଣିଛନ୍ତି ରେଙ୍ଗାଲି ବିଧାୟକ l

ଏହା ବି ପଢନ୍ତୁ- Ama Odisha Nabin Odisha : ସାମିଲ ହେଲା ସମ୍ବଲପୁର ଜିଲ୍ଲା

ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ଏମତି ତରବରିଆ ନିଷ୍ପତ୍ତି ନେଇଥିବା ବେଳେ ଗାଁ ଲୋକଙ୍କୁ ମଧ୍ୟ ସୂଚନା ଦେଇନଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ନାଉରୀ ନାଏକ l ତେବେ ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କ ପାଠ ପଢା କିମ୍ବା ପରୀକ୍ଷା କାହିଁକି ବାଧାପ୍ରାପ୍ତ ହେବ ? କାହିଁକି ପରୀକ୍ଷା ସମୟରେ କାର୍ଯ୍ୟକ୍ରମ ଆୟୋଜନ କରାଗଲା ? ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଗୁଆ ପରୀକ୍ଷା ନେଇ ଅବଗତ କାହିଁକି କରାଗଲା ନାହିଁ । ଏନେଇ ସମ୍ପୂର୍ଣ୍ଣ ଘଟଣା ଓ ବିଧାୟକଙ୍କ ଅଭିଯୋଗ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଆଜି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ସାମିଲ ହୋଇଛି ସମ୍ବଲପୁର ଜିଲ୍ଲା । ଏନେଇ ଜିଲ୍ଲା ପ୍ରଶାସନ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।

ନିକଟରେ ସମ୍ବଲପୁର ଜିଲ୍ଲାକୁ "ଆମ ଓଡ଼ିଶା ନବୀନ ଓଡ଼ିଶା" ଯୋଜନାରେ ରେ ସାମିଲ କରିବା ସହ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଆଭାସି ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିଲେ l ସମ୍ବଲପୁର ଜିଲ୍ଲା ଏହି ଯୋଜନାରେ ସାମିଲ ହେବା ପରେ ଜିଲ୍ଲାର 9 ଗୋଟି ବ୍ଳକର 138 ଗୋଟି ପଞ୍ଚାୟତ ପାଇଁ 69 କୋଟି ବ୍ୟୟରେ 1 ହଜାର 801 ଗୋଟି ଉନ୍ନୟନମୂଳକ ପ୍ରକଳ୍ପ କରାଯିବ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.