ETV Bharat / state

Sambalpur Violence: ସମ୍ବଲପୁରରେ ବିଜେପିର କେନ୍ଦ୍ରୀୟ ଟିମ୍, ମୃତକଙ୍କ ଘରେ ଝୁଲିଛି ତାଲା

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା ଘଟଣା । ତଦନ୍ତ ପାଇଁ ସମ୍ବଲପୁରରେ ପହଞ୍ଚିଲା ବିଜେପିର କେନ୍ଦ୍ରୀୟ ଟିମ୍ । ଅଧିକ ପଢନ୍ତୁ

author img

By

Published : May 2, 2023, 6:34 PM IST

Sambalpur violence
Sambalpur violence
Sambalpur violence

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ହିଂସା ଘଟଣାର ତଦନ୍ତ ପାଇଁ ଆଜି ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ପହଞ୍ଚିଛି l ସକାଳ ୯ଟାରେ କେନ୍ଦ୍ରୀୟ ଟିମ୍ ହିଂସାରେ ପ୍ରାଣ ହରାଇଥିବା ଆଦିବାସୀ ଯୁବକ ଚନ୍ଦ୍ରମଣୀ ମିର୍ଦ୍ଧାଙ୍କ ବୁର୍ଲା ଥାନା ଅନ୍ତର୍ଗତ ଝାରମୁଣ୍ଡା ଗାଁ ସ୍ଥିତ ଘରକୁ ଯାଇଥିଲେ l ହେଲେ ଏହି ସମୟରେ ମୃତକଙ୍କ ଘରେ ତାଲା ଝୁଲିଥିବା ଦେଖିବାକୁ ମିଳିଥିଲା । ଘରେ ତାଲା ପଡିଥିବାରୁ ପରିବାରର ଲୋକଙ୍କ ସହ ଦେଖା ହୋଇପାରିଲା ନାହିଁ । ତେଣୁ ବିଜେପି ପ୍ରତିନିଧି ଟିମ୍ ସ୍ଥାନୀୟ ଲୋକଙ୍କୁ ଭେଟି ସେଦିନର ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ମୃତକ ପରିବାର ସଦସ୍ୟଙ୍କ ସମ୍ପର୍କରେ କୌଣସି ଖୋଜ ଖବର ନଥିବା କହିଛନ୍ତି । ମୃତ ଚନ୍ଦ୍ରମଣିଙ୍କ ମରଶରୀରକୁ ଗାଁକୁ ଅଣାଯାଇ ନଥିଲା । ଆଦିବାସୀ ରୀତିନୀତି ଅନୁସାରେ ମୃତଦେହ ସତ୍କାର ହୋଇନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ଜାହିର କରିଛନ୍ତି ।

ବିଜେପିର ଏହି କେନ୍ଦ୍ରୀୟ ଟିମରେ ଉତ୍ତର ପ୍ରଦେଶ ରାଜ୍ୟସଭା ସାଂସଦ ବ୍ରିଜ ଲାଲ, ଝାରଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାମ, ପଶ୍ଚିମବଙ୍ଗ ପୁରୁଳିଆର ସାଂସଦ ଜ୍ୟୋତିର୍ମୟ ସିଂ ମାହାତୋ ଅଛନ୍ତି । ମୃତକ ଚନ୍ଦ୍ରମଣିଙ୍କ ଗାଁ ଗସ୍ତ ସମୟରେ ଟିମ୍ ସହ ରାଜ୍ୟ ବିଜେପି ନେତାବୃନ୍ଦମାନେ ଉପସ୍ଥିତ ରହିଛନ୍ତି l ଆଗକୁ ବିଜେପି କେନ୍ଦ୍ରୀୟ ଟିମ ହିଂସାରେ ଆହତ ବ୍ୟକ୍ତି ଓ ଜେଲରେ ଥିବା ହନୁମାନ ଜୟନ୍ତୀ ସାମନ୍ବୟ ସମିତିର ସଦସ୍ୟଙ୍କୁ ଭେଟିବେ । ଏହାପରେ RDC ସମେତ ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ: Karnataka Polls: କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି, ସରକାର ଗଢ଼ିଲେ ମାଗଣା ବିଜୁଳି ସହ ମିଳିବ ବେକାରୀ ଭତ୍ତା

ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୧୨ ତାରିଖରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସାକାଣ୍ଡ ଘଟିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ ହୋଇଥିଲା । ଏଥିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିବାବେଳେ ଚନ୍ଦ୍ରମଣୀ ମିର୍ଦ୍ଧା ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା । ହିଂସା ପରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସହରର ସମସ୍ତ ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିଲା । ଏହି ହିଂସା ଘଟଣାର ସରଜମିନ ତଦନ୍ତ ପାଇଁ ବିଜେପି ୪ ଜଣିଆ ଯାଞ୍ଚ କମିଟି ଗଠନ କରିଛି । ଏହି ଟିମ୍ ତଦନ୍ତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.