ETV Bharat / state

ଜନ୍ମମାଟିରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି - ବୀର ସୁରେନ୍ଦ୍ର ସାଏଙ୍କ 215ତମ ଜୟନ୍ତୀ

ବୀର ସୁରେନ୍ଦ୍ର ସାଏଙ୍କ 215ତମ ଜୟନ୍ତୀ ଅବସରେ ତାଙ୍କ ଜନ୍ମମାଟି ଖିଣ୍ଡାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢ଼ନ୍ତୁ

215 birth anniversary of veer surendra sai
ବୀର ସୁରେନ୍ଦ୍ର ସାଏଙ୍କ 215ତମ ଜୟନ୍ତୀ
author img

By

Published : Jan 23, 2023, 2:46 PM IST

ଜନ୍ମମାଟିରେ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳୀ

ସମ୍ବଲପୁର: ଆଜି ହେଉଛି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ସ୍ଥିତ ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡାରେ 215ତମ ସୁରେନ୍ଦ୍ର ସାଏ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଗ୍ରାମରେ ବିଭିନ୍ନ ସଙ୍ଗଠନ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ଜୟନ୍ତୀ ପାଳନ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ସଂଗ୍ରାମୀଙ୍କ ଗାଁରେ ୧୨୬ତମ ନେତାଜୀ ଜୟନ୍ତୀ ପାଳିତ, ବୀର ପୁରୁଷଙ୍କ ମନେ ପକାଇଲେ ଛାତ୍ରଛାତ୍ରୀ

ଆଜି ହେଉଛି ସମ୍ବଲପୁରର ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ 215ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମ୍ବଲପୁର ଜେଲ୍‌ ଛକସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ବିଭିନ୍ନ ସଙ୍ଗଠନ ଓ ସ୍କୁଲ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନ୍ୟପଟେ ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତାଙ୍କ ଜନ୍ମମାଟି ପୈତୃକ ଘରସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ସ୍ମୃତିଚାରଣ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Human and Shreya Marital Discord: ଆସନ୍ତା ୩୦ରେ ଉଭୟଙ୍କୁ କରାଯିବ କାଉନସେଲିଂ

ଏହି ଅବସରରେ ପୂଜାର୍ଚ୍ଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଖିଣ୍ଡା ଛକରୁ ଖିଣ୍ଡା ଗ୍ରାମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ମଶାଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଥିଲା । ସୁରେନ୍ଦ୍ର ସାଏଙ୍କ ସ୍ୱାଧୀନତା ସଂଗ୍ରାମ ଓ ତାଙ୍କ ଜୀବନର ତ୍ୟାଗକୁ ଆଜି ସବୁ ସ୍ଥାନରେ ସ୍ମୃତିଚାରଣ କରାଯାଇଛି । ଅନ୍ୟପଟେ ଦେଶ ପାଇଁ ବଳିଦାନ ଦେଇଥିବା ଏହି ବୀର ପୁରୁଷଙ୍କ ଜନ୍ମମାଟିକୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । କେବଳ ଗୋଟିଏ ଦିନ ସମସ୍ତେ ସୁରେନ୍ଦ୍ର ସାଏ ସ୍ମୃତିଚାରଣ କରି ବର୍ଷ ତମାମ ଏହି ସ୍ଥାନକୁ ଅବହେଳା କରାଯାଉଥିବା ଜନସାଧାରଣ କହିଛନ୍ତି । ବିଭିନ୍ନ ସମୟରେ ରାଜନେତାମାନେ ଆସି ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କୌଣସି ଫଳ ମିଳୁନଥିବାର ଅଭିଯୋଗ ହୋଇଆସୁଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.