ETV Bharat / state

ବୁର୍ଲା ଭୀମସାର ଭାଇରାଲ ଭିଡିଓ ଘଟଣା ଏକ କଙ୍ଗାରୁ କୋର୍ଟ !

author img

By

Published : Oct 21, 2019, 7:34 PM IST

ବୁର୍ଲା ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହେପାଜତକୁ ନେଇଛି ପୋଲିସ । ଡାକ୍ତରୀ ଛାତ୍ର ନିର୍ଯାତନା ଦେବା ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁରରେ ଏନେଇ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ବୁର୍ଲା ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ହେପାଜତକୁ ନେଇଛି ପୋଲିସ । ଡାକ୍ତରୀ ଛାତ୍ର ନିର୍ଯାତନା ଦେବା ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁରରେ ଏନେଇ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭିଡ଼ିଓରେ ରୋଗୀଙ୍କ ସମ୍ପର୍କୀୟ ଝସକେତନ ରାଉତଙ୍କ ସାର୍ଟ ଚିରିଦେବା ଓ ଭୁଲ ସ୍ବୀକାର କରିବାକୁ କହି କାନ ଧରି ଉଠବସ କହୁଥିବାର ଦୃଶ୍ୟକୁ ସମ୍ବଲପୁର ସଚେତନ ନାଗରିକ ମହଲରେ ଏହା ଡ଼ାକ୍ତରଙ୍କ କଙ୍ଗାରୁ କୋର୍ଟ ବୋଲି କୁହାଯାଉଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହାଦ୍ବାରା ସମାଜରେ ଡାକ୍ତରଙ୍କ ପ୍ରତି ଏକ ନକାରାତ୍ମକ ସନ୍ଦେଶ ଯାଉଛି ବୋଲି ଚର୍ଚ୍ଚା ହେଉଛି। ଏପଟେ ସମ୍ବଲପୁର ଏସପି ଡାକ୍ତରଙ୍କ ଆକ୍ରମଣ ଘଟଣାରେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିବା ସହ ଭାଇରାଲ ଭିଡ଼ିଓର ଯାଞ୍ଚ ହେଉଥିବାର କହିଛନ୍ତି । ଅନ୍ୟପଟେ ରୋଗୀଙ୍କ ପରିବାର ନିଜ ପିଲାଙ୍କୁ ନିର୍ଦ୍ଦୋଷ କହିବା ସହ ଡାକ୍ତରଙ୍କ ବିରୁଦ୍ଧରେ ବୁର୍ଲା ମେଡିକାଲରେ ଏତଲା ଦେଇଛନ୍ତି ।

କଙ୍ଗାରୁ କୋର୍ଟ ପରି ଦୃଶ୍ୟ ବୁର୍ଲା ମେଡିକାଲ ପରିସରରେ ଥିବା ଫାଣ୍ଡି ସମ୍ମୁଖରେ ଦେଖିବାକୁ ମିଳିଥିଲା। ପୋଲିସ ହେପାଜତରେ ଥିବା ଏକ ଅଭିଯୁକ୍ତକୁ ସମ୍ବଲପୁର ଭୀମସାର ମେଡିକାଲ ଛାତ୍ର ଯେଉଁ ନିର୍ଯାତନା ଦେଇଥିଲେ ତାକୁ ନେଇ ଚାରିଆଡେ ଚର୍ଚ୍ଚା। ପୋଲିସ ବିଭାଗର ଅତିରିକ୍ତ ଏସପି ଓ ବୁର୍ଲା ଏସଡିପିଓ ସହ 3 ପ୍ଲାଟୁନ ପୋଲିସ ଉପସ୍ଥିତି ସତ୍ତ୍ବେ ପୋଲିସ ହେପାଜତରେ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସାର୍ଟ ଚିରି , ଦୋଷ ସ୍ବୀକାର କରିବାକୁ କହି କାନ ଧରି ଉଠବସ କରାଇ ଗୋଡ଼ ଧରି କ୍ଷମା ମାଗିବାକୁ କହୁଥିବାର ଭିଡିଓ ଡାକ୍ତରୀ ଛାତ୍ର ମାନେ ଭାଇରାଲ କରିଥିବା ସୂଚନା ରହିଛି।

ଏହି ଘଟଣାକୁ ସମ୍ବଲପୁରବାସୀ ତୀବ୍ର ନିନ୍ଦା କରିବା ସହ ଏହାକୁ କଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ଏପଟେ ଅଭିଯୁକ୍ତଙ୍କ ପରିବାର ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି ଓ ଡାକ୍ତରୀ ଛାତ୍ର ଓଲଟା ମାଡ଼ ମାରି ପୋଲିସକୁ ଚାପ ପକାଇ ଫସାଇଥିବାର ଅଭିଯୋଗ କରିଛନ୍ତି। ଏନେଇ ରୋଗୀଙ୍କ ସମ୍ପର୍କୀୟ ବୁର୍ଲା ଥାନାରେ ଏକ ଏତଲା ଦେଇଥିବାର କହିଛନ୍ତି।

ଅନ୍ୟପଟେ ସମ୍ବଲପୁର ଏସପି କନୱର ବିଶାଲ ସିଂ ଭାଇରାଲ ଭିଡିଓର ଯାଞ୍ଚ ହେଉଛି ବୋଲି କହିଛନ୍ତି। ଯାଞ୍ଚ ହେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଗୋଟିଏ ପଟେ ଡାକ୍ତରଙ୍କୁ ଭଗବାନଙ୍କ ଦ୍ବିତୀୟ ରୂପ ବୋଲି କୁହାଯାଉଥିବା ବେଳେ ଏବେ ଡାକ୍ତରୀ ଛାତ୍ର ମାନେ ନିଜର ୟୁନିୟନର ସମର୍ଥନରେ ରୋଗୀ ସେବା ବନ୍ଦ କରିବାର ଧମକ ଦେଇ ମନମାନି କରୁଥିବାର ବହୁ ଉଦାହରଣ ଦେଖିବାକୁ ମିଲୁଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ମେଡିକାଲ ରେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ପୋଲିଡସ ହେପାଯତ ରେ ଡାକ୍ତରୀ ଛାତ୍ର ନିର୍ଯ୍ୟାତନା ଦେବା ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ରେ ଏନେଇ ଦୃଢ଼ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଭିଡ଼ିଓରେ ରୋଗୀଙ୍କ ସମ୍ପର୍କୀୟ ଝସକେତନ ରାଉତ ଙ୍କ ସାର୍ଟ ଚରିଦେବା ଓ ଭୁଲ ସ୍ୱୀକାର କରିବାକୁ କହି କାନ ଧରି ଉଠବସ କହୁଥିବାର ଦୃଶ୍ୟ କୁ ସମ୍ବଲପୁର ସଚେତନ ନାଗରିକ ମହଲରେ ଏହା ଡ଼ାକ୍ତରଙ୍କ କାଙ୍ଗାରୁ କୋର୍ଟ ବୋଲି କୁହାଯାଉଛି।ଏହା ଦ୍ୱାରା ସମାଜରେ ଡାକ୍ତରଙ୍କ ପ୍ରତି ଏକ ନାକାରାତ୍ମକ ସନ୍ଦେଶ ଯାଉଛି ବୋଲି ଚର୍ଚ୍ଚା ହେଉଛି।ଏପଟେ ସମ୍ବଲପୁର ଏସପି ଡାକ୍ତର ଆକ୍ରମଣ ଘଟଣା ରେ 2 ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ର କହିବା ସହ ଭାଇରାଲ ଭିଡ଼ିଓ ର ଯାଞ୍ଚ ହେଉଥିବାର କହିଛନ୍ତି।ଅନ୍ୟପଟେ ରୋଗୀଙ୍କ ପରିବାର ନିଜ ପିଲାଙ୍କୁ ନିର୍ଦୋଷ କହିବା ସହ ଡକ୍ଟରଙ୍କ ବିରୁଦ୍ଧରେ ବୁର୍ଲା ମେଡିକାଲ ରେ ଏତଲା ଦେଇଛନ୍ତି।

Body:ସମ୍ବଲପୁର ରେ ବୁର୍ଲା ମେଡିକାଲ ପରିସର ଥିବା ଫାଣ୍ଡି ସମ୍ମୁଖରେ କାଙ୍ଗାରୁ କୋର୍ଟ ପରି ଦୃଶ୍ୟ। ପୋଲିସ ହେପାଯତରେ ଥିବା ଏକ ଅଭିଯୁକ୍ତ ଦୋଷୀ ବୋଲି ସ୍ଵୟସ୍ଥ ହୋଇନାହିଁ ତାଙ୍କୁ ସମ୍ବଲପୁର ଭୀମସାର ମେଡିକାଲ ର ଛାତ୍ର ମନେ ଦେଖନ୍ତୁ କିପରି ଦେଉଛନ୍ତି ନିର୍ଯ୍ୟାତନା। ପୋଲିସ ବିଭାଗର ଅତିରିକ୍ତ ଏସପି ଓ ବୁର୍ଲା ଏସ ଡି ପି ଓ ସହ 3 ପ୍ଲାଟୁନ ପୋଲିସ ଉପସ୍ଥିତି ସତ୍ତ୍ୱେ ପୋଲିସ ହିପାଯତ ରେ ଥିବା ରୋଗୀଙ୍କ ସମ୍ପର୍କୀୟ ଙ୍କ ସାର୍ଟ ଫାଡ଼ି, ଦୋଷ ସ୍ୱୀକାର କରିବାକୁ କହି, କାନ ଧରି ଉଠବସ କରାଇ ଗୋଡ଼ ଧରି କ୍ଷମା ମାଗିବାକୁ କହୁଥିବାର ଭିଡିଓ ଡାକ୍ତରୀ ଛାତ୍ର ମନେ ଭାଇରାଲ କରିଛନ୍ତି।ଏହି ଘଟଣାକୁ ସମ୍ବଲପୁର ବାସୀ ତୀବ୍ର ନିନ୍ଦା କରିବା ସହ ଏହାକୁ କାଙ୍ଗାରୁ କୋର୍ଟ ବୋଲି କହିଛନ୍ତି। ଏପଟେ ଅଭିଯୁକ୍ତ ଙ୍କ ପରିବାର ନିଜକୁ ନିର୍ଦୋଷ ବୋଲି କହିଛନ୍ତି ଓ ଡାକ୍ତରୀ ଛାତ୍ର ଓଲଟା ମାଡ଼ ମାରି ପୋଲିସ କୁ ଚାପ ପକାଇ ଫସାଇଥିବାର ଅଭିଯୋଗ କରିଛନ୍ତି। ଏନେଇ ରୋଗୀଙ୍କ ସମ୍ପର୍କୀୟ ବୁର୍ଲା ଥାନାରେ ଏକ ଏତଲା ଦେଇଥିବାର କହିଛନ୍ତି।

ବାଇଟ-1-ଲୋଚନା ବେହେରା,ରୋଗୀଙ୍କ ସମ୍ପର୍କୀୟ
ବାଇଟ-2- ପ୍ରଦୀପ ବହିଦାର, ସଚେତନ ନାଗରିକ।

Conclusion:ଅନ୍ୟପଟେ ସମ୍ବଲପୁର ଏସପି କନବର ବିଶାଳ ଭାଇରାଲ ଭିଡିଓ ର ଯାଞ୍ଚ ହେଉଛି।ଯାଞ୍ଚ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଜିବ ବୋଲି କହିଛନ୍ତି।

ବାଇଟ-3-କନବର ବିଶାଳ ସିଂ।ଏସ ପି ସମ୍ବଲପୁର।

ଗୋଟିଏ ପଟେ ଡାକ୍ତରଙ୍କୁ ଭଗବାନ ବୋଲି କୁହାଯାଉଥିବା ବେଳେ ଏବେ ଡାକ୍ତରୀ ଛାତ୍ର ମାନେ ନିଜର ୟୁନିୟନ ର ସମର୍ଥନ ରେ ରୋଗୀ ସେବା ବନ୍ଦ କରିବାର ଧମକ ଦେଇ ମାନମାନି କରୁଥିବାର ବହୁ ଉଧାହରଣ ଦେଖିବାକୁ ମିଲୁଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.