ETV Bharat / state

ଭଡା ନଦେବାରୁ ଆମ୍ବୁଲାନ୍ସରେ ରୋଗୀ ଓ ପରିବାରଙ୍କୁ ବନ୍ଦ ରଖିଲା ଡ୍ରାଇଭର - brutality of ambulance driver

ଭଡା ଟଙ୍କା ପାଇଁ ରୋଗୀ ଓ ତାଙ୍କ ପରିବାରକୁ ରାତି ସାରା ଆମ୍ବୁଲାନ୍ସରେ ବନ୍ଦ କରି ରଖିଲା ଡ୍ରାଇଭର । ଏତିକି ନୁହେଁ ରୋଗୀଙ୍କ ଗାଁ ନୂଆପଡାରୁ ରୋଗୀଙ୍କ ସହ ତାଙ୍କ ପରିବାରକୁ ଧରି ପୁଣି ବୁର୍ଲା ପଳାଇ ଆସିଲା ଡ୍ରାଇଭର । କିଛି ଲୋକ ଏହା ଦେଖିବା ପରେ ରୋଗୀଙ୍କ ସହ ପତ୍ନୀ ଓ 5 ବର୍ଷର ପୁଅକୁ ବନ୍ଦ ଆମ୍ବୁଲାନ୍ସରୁ ଉଦ୍ଧାର କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୁର୍ଲା ଭୀମସାରରେ । ଅଧିକ ପଢନ୍ତୁ...

brutality of ambulance driver in burla
ଭଡା ନଦେବାରୁ ଆମ୍ବୁଲାନ୍ସରେ ରୋଗୀ ଓ ପରିବାରଙ୍କୁ ବନ୍ଦ ରଖିଲା ଡ୍ରାଇଭର
author img

By

Published : May 5, 2020, 10:24 AM IST

Updated : May 5, 2020, 11:05 AM IST

ସମ୍ବଲପୁର: ଭଡା ଟଙ୍କା ପାଇଁ ରୋଗୀ ଓ ତାଙ୍କ ପରିବାରକୁ ରାତି ସାରା ଆମ୍ବୁଲାନ୍ସରେ ବନ୍ଦ କରି ରଖିଲା ଡ୍ରାଇଭର । ଏତିକି ନୁହେଁ ରୋଗୀଙ୍କ ଗାଁ ନୂଆପଡାରୁ ରୋଗୀଙ୍କ ସହ ତାଙ୍କ ପରିବାରକୁ ଧରି ପୁଣି ବୁର୍ଲା ପଳାଇ ଆସିଲା ଡ୍ରାଇଭର । କିଛି ଲୋକ ଏହା ଦେଖିବା ପରେ ରୋଗୀଙ୍କ ସହ ପତ୍ନୀ ଓ 5 ବର୍ଷର ପୁଅକୁ ବନ୍ଦ ଆମ୍ବୁଲାନ୍ସରୁ ଉଦ୍ଧାର କରିଛନ୍ତି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୁର୍ଲା ଭୀମସାରରେ ।

ଭଡା ନଦେବାରୁ ଆମ୍ବୁଲାନ୍ସରେ ରୋଗୀ ଓ ପରିବାରଙ୍କୁ ବନ୍ଦ ରଖିଲା ଡ୍ରାଇଭର

ସୂଚନା ଅନୁସାରେ, ଗତ ଅପ୍ରେଲ ୧୫ ତାରିଖ ନୂଆପଡାର ଡଗରେଶ୍ବର ମାଝୀ ସ୍ପାଇନ ଟିବି ପାଇଁ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଥିଲେ । କିଛି ମାତ୍ରାରେ ସୁସ୍ଥ ହେବା ପରେ ମଇ ୨ ତାରିଖରେ ଡିସଚାର୍ଜ ହୋଇଥିଲେ । ଲକଡାଉନ ଯୋଗୁଁ ବସସେବା ବ୍ୟାହତ ଥିବାରୁ ବୁର୍ଲାର ମା ତାରିଣୀ ଟାକ୍ସିର ଏକ ଆମ୍ବୁଲାନ୍ସ ଯୋଗେ ଗାଁକୁ ଯାଇଥିଲେ ।

ପୂର୍ବରୁ ୫୨୦୦ ଭଡା ନିର୍ଦ୍ଧାରିତ ହୋଇଥିଲା । ହେଲେ ଡଗରେଶ୍ବର ଆର୍ଥିକ ଅନଗ୍ରସର ହୋଇଥିବାରୁ ମେଡିକାଲରେ ଖର୍ଚ୍ଚ ପରେ ତାଙ୍କ ପାଖରେ ଆଉ ୧୬୦୦ ଟଙ୍କା ବଞ୍ଚିଥିଲା । ଘରେ ପହଞ୍ଚିବା ପରେ ଡଗରେଶ୍ବର ଡ୍ରାଇଭରକୁ ୧୬୦୦ଟଙ୍କା ଦେବା ସହ ଅବଶିଷ୍ଟ ଟଙ୍କା ପାଇଁ ଡ୍ରାଇଭରକୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲା । ଏହାପରେ ଡଗରେଶ୍ବର ସମ୍ପର୍କୀୟକୁ ଫୋନ କରି ଟଙ୍କା ମାଗିଥିଲେ ।

brutality of ambulance driver in burla
ଭଡା ନଦେବାରୁ ଆମ୍ବୁଲାନ୍ସରେ ରୋଗୀ ଓ ପରିବାରଙ୍କୁ ବନ୍ଦ ରଖିଲା ଡ୍ରାଇଭର

ହେଲେ ମାଲିକ କଥାରେ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀ ଡଗରେଶ୍ବରଙ୍କ ସହ ତାଙ୍କ ସ୍ତ୍ରୀ ଓ ଛୁଆକୁ ଆମ୍ବୁଲାନ୍ସରେ ବନ୍ଦ କରି ପୁଣି ୩୦୦ କିମି ବୁର୍ଲା ନେବା ସହ ରାତିସାରା ଆମ୍ବୁଲାନ୍ସ ଭିତରେ ବନ୍ଦ କରି ରଖିଥିଲେ । ତେବେ ଗତକାଲି ରାତିରେ ଘଟଣା ପ୍ରଘଟ ହେବା ପରେ ଟାକ୍ସି ମାଲିକ ଛୋଟେଲାଲ ଗୁପ୍ତାଙ୍କ ନାଁରେ ବୁର୍ଲା ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : May 5, 2020, 11:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.