ETV Bharat / state

ସମ୍ବଲପୁରରେ ବୀଭତ୍ସ ହତ୍ୟାକାଣ୍ଡ, କଥା ହେଉ ହେଉ ହାଣିଲେ

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରକୁ ଡାକି ନେଇ କଥାହେବା ସମୟରେ ଭୁଜାଲିରେ ହାଣି ହତ୍ୟା । ଅଧିକ ପଢନ୍ତୁ...

ସମ୍ବଲପୁରେ ବୀଭତ୍ସ ହତ୍ୟାକାଣ୍ଡ, କଥା ହେଉ ହେଉ ହାଣିଲେ

author img

By

Published : Jul 27, 2021, 10:26 AM IST

Updated : Jul 27, 2021, 11:03 AM IST

ସମ୍ବଲପୁର: ଧନୁପାଲି ଥାନା ଅନ୍ତର୍ଗତ ଗୋବିନ୍ଦତୋଳାର ହରିଓମ ନଗରରେ ଯୁବକଙ୍କୁ ବୀଭତ୍ସ ହତ୍ୟା । ଗତ ବିଳମ୍ବିତ ରାତିରେ ଦୀପକ ଯାଦବ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ସମ୍ବଲପୁରେ ବୀଭତ୍ସ ହତ୍ୟାକାଣ୍ଡ, କଥା ହେଉ ହେଉ ହାଣିଲେ
ଗତକାଲି(ସୋମବାର) ବିଳମ୍ବିତ ରାତିରେ ଦୀପକ କାମ ସାରି ଘରକୁ ଫେରିବା ସମୟରେ ବୀନିତ ପରଦିଆ ଏବଂ ତାଙ୍କ ପତ୍ନୀ ମିନତୀ ତାଙ୍କୁ ନିଜ ହରିଓମ ନଗର ସ୍ଥିତ ଘରକୁ ଡାକି ନେଇଥିଲେ । କିଛି ସମୟ କଥା ହେବା ପରେ ହଠାତ ବିନୀତ ଏକ ଭୁଜାଲିରେ ଦୀପକକୁ ବାରମ୍ବାର ଆକ୍ରମଣ କରିଥିଲା । ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ଯୋଗୁଁ ବିନୀତ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ତେବେ ବିନୀତଙ୍କ ଆକ୍ରମଣରେ ଦୀପକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ।

ପୋଲିସ ଏନେଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୀପକଙ୍କ ମୃତଦେହ ଜବତ କରିଛି । ଏଥିସହ ଆହତ ବିନୀତକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଘଟଣା ସମୟରେ ମିନତୀଙ୍କ ଚେତା ଉଡିଯିବାରୁ ତାଙ୍କୁ ମଧ୍ୟ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏବଂ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଥିବାବେଳେ କେଉଁ କାରଣରୁ ଏପରି ଏକ ହତ୍ୟାକାଣ୍ଡ ଘଟିଲା, ସେ ନେଇ ସ୍ପଷ୍ଟ ହୋଇନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jul 27, 2021, 11:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.