ETV Bharat / state

ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା

author img

By

Published : Mar 4, 2023, 10:43 PM IST

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାସ୍ତାରେ ବିଜେପି। ଦିନକୁ ଦିନ ବିଜେଡି ସରକାର ବିରୁଦ୍ଧରେ ନିଜର ଆନ୍ଦୋଳନର ତରିକା ବଦଳାଉଛି ବିଜେପି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାରେ ବିଜେପ
ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜରାସ୍ତାରେ ବିଜେପି

ସମ୍ବଲପୁର: ସମ୍ବଲପୁରରେ ବିଜେପି ଯୁବ ମୋର୍ଚ୍ଚାର ପ୍ରତିବାଦ। ଆଜି ସମ୍ବଲପୁର ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜଧାନୀ ଭୁବନେଶ୍ୱର ଠାରେ ବିଜେପିର ଆନ୍ଦୋଳନ ସମୟରେ ଯେଉଁଭଳି ଭାବେ ପୋଲିସ ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଥିଲା ତାକୁ ବିରୋଧ କରି ଆଜି ସମ୍ବଲପୁର ଏହି ପ୍ରତିବାଦ କରାଯାଇଛି। ଆଜିର ଏହି ପ୍ରତିବାଦ ରେ ସମ୍ବଲପୁର ଜିଲ୍ଲା ବିଜେପିର ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ସମ୍ବଲପୁର ରେ ବିଜେପି ଯୁବ ମୋର୍ଚ୍ଚା ର ଆନ୍ଦୋଳନ। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ତଥା ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ ଘଟଣା ନେଇ ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଉଥିବା ବେଳେ ପୋଲିସ ର ଆକ୍ରମଣ ଯୋଜନାବଦ୍ଧ ଥିଲା। ଅନ୍ୟପଟେ ଏହି ଘଟଣା ନେଇ ବିଭିନ୍ନ ଥାନା ରେ ପୋଲିସ ବିରୁଦ୍ଧରେ ଏତଲା ଦିଆ ଯାଇଥିଲେ ମଧ୍ୟ ଏତଲା ପଞ୍ଜିକରଣ କରାଯାଇନଥିଲା ।

ତେଣୁ ଆଜି ସମ୍ବଲପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ମୋର୍ଚ୍ଚା ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଜି ଦିନ ପ୍ରାୟ 12 ଟା ସମୟରେ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ର ଜିଲ୍ଲା ସଭାପତି ଅଶ୍ୱିନୀ ମାଝୀ ଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜେପି କାର୍ଯ୍ୟାଳୟ ରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୋଧୀ ନାରାବାଜି କରିବା ସହ ଏସପି କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଏହି ସଭା ରେ ଅନ୍ୟମାନଙ୍କ ମଧ୍ୟ ରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ରାମ ମେହେର, ବିଜେପି ନେତ୍ରୀ ପୁଷ୍ପାଞ୍ଜଳୀ ଜେନା, ରୁନୁ ପ୍ରଧାନ, ପ୍ରମୁଖ ଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତା ସାମିଲ ହୋଇଥିଲେ । ଏହି ଅବସର ରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କହିଥିଲେ। ଏହା ସହ ପୋଲିସ ବିଜେଡି ଦଳର ଗୁଣ୍ଡା ଓ ଦଲାଲ ସାଜିଛି ବୋଲି କହିଥିଲେ। ଭୁବନେଶ୍ୱର ଠାରେ ପୋଲିସ ବିଜେପି କାର୍ଯ୍ୟକର୍ତା ଙ୍କ ବିରୁଦ୍ଧରେ ଯେଉଁ ଭଳି ପଦକ୍ଷେପ ନେଇଛି ତାହା ଅମାନୁଷିକ ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ।

ଅନ୍ୟପଟେ ଜିଲ୍ଲା ବିଜେପି ର ଯୁବ ମୋର୍ଚ୍ଚା କହିଛନ୍ତି ଯେ ରାଜ୍ୟ ରେ ଡ୍ରଗ୍ସ, କୋକେନ୍ ର ରେକେଟ ସହ ବେଆଇନ ଗୋଚାଲାଣ ଜାରି ରହିଛି । ବିଜେଡି ଦଳର ନେତା ମନ୍ତ୍ରୀ ମାନେ ବିଭିନ୍ନ ଅପରାଧ ରେ ସମ୍ପୃକ୍ତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ତେବେ ପୋଲିସ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ଅମାନୁଷିକ ବ୍ୟବହାର କରି ଚାଲିଛି। ବିଜେପି ର ଏହି ଆନ୍ଦୋଳନ ପାଇଁ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏସ ପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫେନସିଂ ଲଗାଯାଇ 3 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା। ଘଟଣା ସ୍ଥଳରେ 7 ଜଣ ଆଇ ଆଇ ସି ଙ୍କ ସହ 3 ଜଣ SDPO ସୁରକ୍ଷା ବ୍ୟବସ୍ଥା ର ତଦାରଖ କରିଥିଲେ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.