ETV Bharat / state

ଓଡିଶାରେ ବିଜେପି ସରକାର ଗଠନ ହେବ: ଅରୁଣ ସିଂହ

ଏଥର ନିର୍ବାଚନରେ ସମସ୍ତ ଲୋକସଭା ଆସନ ସହ 120 ବିଧାନସଭା ଆସନରେ ବିଜୟୀ ହେବ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହ ।

author img

By

Published : Apr 2, 2019, 10:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ନିର୍ବାଚନ ପୂର୍ବରୁ ବିଜେପି ଓଡିଶା ପ୍ରଭାରୀ ଅରୁଣ ସିଂହଙ୍କ ଦୃଢୋକ୍ତି । 2019 ନିର୍ବାଚନରେ ବିଜେପି ସମସ୍ତ ଲୋକସଭା ଆସନ ସହ 120 ବିଧାନସଭା ଆସନରେ ବିଜୟୀ ହେବ ଏବଂ ରାଜ୍ୟରେ ବିଜେପି ସରକାର ଗଠନ କରିବ । ସମ୍ବଲପୁର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଶ୍ରୀ ସିଂହ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ଅବସରରେ ବିଜେଡି ସରକାର ଉପରେ ଜୋରଦାର ବର୍ଷିଛନ୍ତି । ପୋଲିସ ଏବଂ ପ୍ରଶାସନ ବଳ ପ୍ରୟୋଗ କରି ବିଜେପି କର୍ମୀ ଏବଂ ନେତାଙ୍କୁ ହଇରାଣ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି । ବର୍ତ୍ତମାନର କିଛି ସାଂସଦ ଏବଂ 35 ଜଣ ପୂର୍ବତନ ବିଧାୟକ ଓ ସାଂସଦ ବିଜେଡି ଛାଡି ବିଜେପିରେ ମିଶିଥିବାରୁ ଦଳର ସ୍ଥିତି ଦୃଢ଼ ହୋଇଛି ବୋଲି ଏହି ଅବସରରେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.